ହେଡଲାଇନସ୍:

ମିଶନ ସୁରଟ : ଧର୍ମେନ୍ଦ୍ରଙ୍କ ଓଡିଶା ପର୍ଵକୁ କାଉଣ୍ଟର କରିବା ପାଇଁ ନବୀନ କରିବେ ଓଡିଶା ମହୋତ୍ସବ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ପ୍ରଥମ ଥର ପାଇଁ ସୁରାଟ ମାଟିରେ ପ୍ରବାସୀ ଓଢିଆଙ୍କୁ ଭେଟିବେ ନବୀନ 

ଭୁବନେଶ୍ୱର(Manasi mishra ) : କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସୁରଟରେ ଓଡିଶା ପର୍ବ ପୁଞ୍ଜିନିବେଶକାରୀ ସମ୍ମିଳନୀର ସଫଳ ଆୟୋଜନ ପରେ ସେଠାକାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇ ବିଜେଡି ପ୍ରୋତ୍ସାହନରେ ସୁରତରେ ଅନୁଷ୍ଠିତ ହେବାକୁ ଯାଉଛି ଓଡିଶା ମହୋତ୍ସବ | ଆଉ ଏହି ଓଡିଶା ପର୍ବ ଅବସରରେ ପ୍ରଥମ ଥର ପାଇ ପ୍ରବାସୀ ଓଡ଼ିଆଙ୍କୁ ଦର୍ଶନ ଦେବେ ସୁରଟ ମାଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଏହି  ମହୋତ୍ସବକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୁର୍ଣ ବିବେଚନା  କରାଯାଉଛି | ଏଠି ମାନେ ପକାଇ ଦେଇପାରୁ ଯେ ଅବିଭକ୍ତ ଗଂଜାମ ଓ ଆଖପାହା ଜିଲ୍ଲାର ଲକ୍ଷ ଲକ୍ଷ ଭୋଟର ବହୁଳ ସୁରଟରେ ଗତ ଗୁଜୁରାଟ ବିଧାନସଭା  ନିର୍ବାଚନ ବେଳେ ଧର୍ମେନ୍ଦ୍ରଙ୍କ ସଫଳ ଗୋଟି ଚାଳନା ଯୋଗୁ ବିଜେପିକୁ ସେ ଅଂଚଳରେ ବିପୁଳ ସଫଳତା ମିଳି ପାରିଥିଲା | ଆଉ ଆସନ୍ତା ବିଧାନସଭା ନିର୍ବାଚନ ବେଳେ ବିଜେଡି ପାଇ ଗଂଜାମ ଜିଲ୍ଲା ରେ ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ (କାରଣ ସେମାନଙ୍କ ପରିବାର ଗାଁରେ ରହୁଥିବା କାରଣରୁ) ସମର୍ଥନ ନିହାତି ଆବଶ୍ୟକ ହୋଇ ପଡିଥିବା ଯୋଗୁ ନବୀନଙ୍କ ଓଡିଶା ମହୋତ୍ସବ ସେହି ଦିଗରେ ପ୍ରେରିତ ବୋଲି ବିବେଚନା କରାଯାଉଛି | 

ମିଳିଥିବା ସୂଚନା ଅନୁଯାୟୀ  ସୁରାଟରେ ରହୁଥିବା ଓଡିଆ ସମୂଦାୟ ଦ୍ୱାରା ଆୟୋଜିତ ହେବାକୁ ଯାଉଛି  ଓଡିଆ ମହୋତ୍ସବ | ଏଥିରେ ମୁଖ୍ୟମନ୍ତ୍ରୀ ସାଜିବେ ମୁଖ୍ୟ ଆକର୍ଷଣ | ଏ  ଅବସରରେ ପ୍ରଥମ ଥର ପାଇଁ ଓଡିଶାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ଲକ୍ଷରୁ ଅଧିକ  ପ୍ରବାସୀ ଓଡିଆଙ୍କୁ ଭେଟିବେ ବୋଲି ଜଣାପଡିଛି  । ଗତ ସେପ୍ଟେମ୍ବରରେ ସୁରାଟର ଏକ ସଂଗଠନ ଦ୍ୱାରା ଆୟୋଜିତ ଓଡିଆ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଯୋଗ ଦେଇଥିବା ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି  । ମୁଣ୍ଡ ଉପରେ ନିର୍ବାଚନ ଥିବା ଯୋଗୁ ଉଭୟ ବିଜେଡି ଓ ବିଜେପି ସୁରଟରେ ରହୁଥିବା ବିଶାଳ ଓଡିଆ ଭୋଟର ସମୂଦାୟ ଉପରେ ନଜର ରଛନ୍ତି, ଯେଉଁମାନେ କି ମୁଖ୍ୟତଃ ଗଞ୍ଜାମ ଓ ଆଖପାଖ ଜିଲ୍ଲାରୁ ଯାଇ ସେଠାରେ ବିଭିନ୍ନ  କାରଖାନାରେ କାମ କରୁଛନ୍ତି  । 

ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଡ. ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ ଗତ କିଛିବର୍ଷ ମଧ୍ୟରେ ଓଡିଶା ବିଭିନ୍ନ କ୍ଷେତ୍ରରେ ଆଗେଇଛି  । ଓଡିଶା ଭାରତର କ୍ରୀଡା ରାଜଧାନୀ ପାଲଟିଥିବା ବେଳେ ପୂର୍ବ ଭାରତରେ ମାନୁଫାକ୍ଚରିଂ ହବରେ  ପରିଣତ ହୋଇଛି  । ତେଣୁ ସୁରାଟରେ ରହୁଥିବା ଓଡିଆ ସମୂଦାୟ ରାଜ୍ୟର ଏହି ସଫଳତାକୁ ଓଡିଶା ମହୋତ୍ସବ ଭାବେ ପାଳନ କରିବାକୁ ମନସ୍ଥ କରିଛନ୍ତି  । ଏହି ମହୋତ୍ସବରେ ଓଡିଶାର କଳା, ସଂସ୍କୃତି, ପଯର୍ୟଟନ ବିଭଭର ପ୍ରଦର୍ଶନ ହେବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିଭିତ୍ତ ସାମାଜିକ ତଥା ବିକାଶମୂଳକ କାଯର୍ୟକ୍ରମ ଉପସ୍ଥାପନ କରାଯିବ  । ଏହି ମହୋତ୍ସବରେ ଗଞ୍ଜାମ ଜିଳ୍ଲାର୧୩ଜଣ ଯାକ ବିଧାୟକ, ସାଂସଦ ଓ ଅନେକ ଚଳଚ୍ଚିିତ୍ର ବ୍ୟକ୍ତିତ୍ୱ( ବିଜେଡିରେ ଥିବା) ଯୋଗ ଦେବେ ବୋଲି ଡ ପାଣିଗ୍ରାହୀ କହିଛନ୍ତି  । ପ୍ରାୟ ୧ଲକ୍ଷ ଓଡିଆଙ୍କ ସମାଗମ କରିବା ପାଇଁ ଆୟୋଜକମାନେ ଆଶା ରଛନ୍ତି  । 

ରାଜନୈତିକ ମହଲରେ ହୋଇଥିବା ଆଲୋଚନା ଅନୁଯାୟୀ ଗତ ଗୁଜୁରାଟ ବିଧାନସଭା ନିର୍ବାଚନରେ ସୁରାଟ ଓ ଆଖପାଖରେ ଥିବା ଓଡିଆ ଭାଷାଭାଷୀ ଅ ଳରେ ବିଜେପିରେ ଦମଦାର  ପ୍ରଦର୍ଶନ ପରେ ବିଜେଡି ଏହି ଅଂଚଳ  ଉପରେ ଗୁରୁତ୍ୱ ଦେଇଛି  । ଆଉ ଏହିକାରଣରୁ ଏତେବଡ ଭବ୍ୟ ମହୋତ୍ସବ ଆୟୋଜନ ତାହାର ପୃଷ୍ଠଭୂମି ରେ ଆୟୋଜିତ ହେଉଛି । ସୂଚନାଯୋଗ୍ୟ ଯେ ଅର୍ଥମନ୍ତ୍ରୀ ଜୁଲାଇ ମାସରେ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ଏକ ପ୍ରତିନିଧିମଣ୍ଡଳ ନେଇ ସୁରଟ ଗସ୍ତ କରିବା ସହ ଜିଏସଟି ପ୍ରଚଳନ ପରେ ବିଭିତ୍ତ ଲୁଗାକଳରେ କାମ କରୁଥିବା ଶ୍ରମିକ ବା କର୍ମଚାରୀମାନଙ୍କ ସମସ୍ୟା ଅନୁଧ୍ୟାନ କରିବା ପାଇଁ ବୈଠକ କରିଥିଲେ  । ଏହାରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ସେଠାରେ ପୂର୍ବୋଦୟ ନାମରେ ଏକ ପୁଞ୍ଜନିବେଶକାରୀ ସମ୍ମିଳନୀ ଆୟୋଜନ କରି ଓଡିଶାରେ ବୟନ କ୍ଷେତ୍ରରେ ପୁଞ୍ଜିନିବେଶ ସମ୍ପର୍କରେ ଆଲୋଚନା କରିଥିଲେ  । ପୂର୍ବୋଦୟ ଆୟୋଜନର ବେଶ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସୁରଟ ସିଧାସଳଖ ବିମାନ ଚଳାଚଳ କରିବା ପାଇଁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପତ୍ର ଲେଖିଥିଲେ  ।      

0
0
0
s2sdefault