ହେଡଲାଇନସ୍:

ରାଜ୍ୟ ମହିଳା କଂଗ୍ରେସ କମିଟି :  ଅଜୟନ୍ତୀ  ଓ ବନ୍ଦିତା କାର୍ଯ୍ୟକାରୀ ସଭାପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୧୫ ଜଣ ଉପସଭାପତି,  ୩୧ ଜଣ ସାଧାରଣ ସଂପାଦିକା ,୩୫ ଜଣ ସଂପାଦିକା

 ଗୁରୁବାର ଦିନ ଭୁବନେଶ୍ୱର କଂଗ୍ରେସ ଭବନରେ ୨ ଘଟିକା ୩୦ ମିନିଟ୍ ସମୟରେ ନୂତନ  ସଭ୍ୟା ଓ କର୍ମକର୍ତାମାନଙ୍କୁ ସ୍ୱାଗତ

ଭୁବନେଶ୍ୱର -ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ଓ ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ସୁଶ୍ରୀ ସୁସ୍ମିତା ଦେବଙ୍କ ଅନୁମୋଦନ ଓ ଅଖିଳ ଭାରତ ମହିଳା କଂଗ୍ରେସ କମିଟିର ସଂପାଦିକା ତଥା ଓଡିଶା ମହିଳା କଂଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱାଲେଖା ରାଜ୍ୟ ମହିଳା କଂଗ୍ରେସ କମିଟି ଘୋଷଣା କରିଛନ୍ତି । ଉକ୍ତ କମିଟିରେ ୨ଜଣ କାର୍ଯ୍ୟକାରୀ ସଭାପତି, କୋଷାଧ୍ୟକ୍ଷଙ୍କ ସମେତ ୧୫ ଜଣ ଉପସଭାପତି, ୩୧ ଜଣ ସାଧାରଣ ସଂପାଦିକା, ୩୫ ଜଣ ସଂପାଦିକା, ୧୦ ଜଣ କାର୍ଯ୍ୟକାରିଣୀ ସଦସ୍ୟା, ୧୪ ଜଣ ସ୍ଥାୟୀ ସ୍ୱତନ୍ତ୍ର ସଦସ୍ୟାଙ୍କ ନାମ ସ୍ଥାନିତ ହୋଇଛି ।

ନୂତନ କରି ଘୋଷିତ ରାଜ୍ୟ ମହିଳା କଂଗ୍ରେସ କମିଟିର ସମସ୍ତ ସଭ୍ୟା ଓ କର୍ମକର୍ତାମାନଙ୍କୁ ଆସନ୍ତା ଗୁରୁବାର ଦିନ ଭୁବନେଶ୍ୱର କଂଗ୍ରେସ ଭବନରେ ୨ ଘଟିକା ୩୦ ମିନିଟ୍ ସମୟରେ ସ୍ୱାଗତ କରାଯିବା ସହ ଜରୁରୀ ବୈଠକ ଡକାଯାଇଛି । ସମସ୍ତଙ୍କୁ ଉକ୍ତ ବୈଠକରେ ଯୋଗଦେବାକୁ ସୂଚିତ କରାଯାଇଛି ।

ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭାବେ ଅଜୟନ୍ତୀ ପ୍ରଧାନ ଓ ବନ୍ଦିତା ପରିଡା ରହିଥିବା ବେଳେ କୋଷାଧ୍ୟକ୍ଷ ଭାବେ ପ୍ରତିମା କର ନିଯୁକ୍ତି ପାଇଛନ୍ତି । ସେହିଭଳି ଉପସଭାପତି ଭାବେ ରତ୍ନମଣି  ଉଲାକା, ପ୍ରଣତି ମିଶ୍ର, ମନୋଜା ମଞ୍ଜରୀ ଦେବୀ, ସ୍ୱାଧିନବାଳା ଦାସ, ପ୍ରଭାତୀ ମିଶ୍ର, ସୁକାନ୍ତି ଦାସ, ରଞ୍ଜିତା ଯୋଶୀ, ଶୁଭଶ୍ରୀ ପଣ୍ଡା,ଜୟଶ୍ରୀ ପଟ୍ଟନାୟକ, ସୁଭାସିନୀ ମହାକୁଡ, ଶୋଭାରାଣୀ ଦାସ, କମଳା ତିରିଆ,ଦେବସ୍ମିତା ସାମଲ, ହୁର୍ ବାନୁ ଓ ବିନୀତା ମାଝୀ ରହିଥିବା ବେଳେ ସାଧାରଣ ସଂପାଦିକା ଭାବେ ଅର୍ଚ୍ଚନା ନନ୍ଦୀ, ବନ୍ଦିତା ପଟ୍ଟନାୟକ, ଶ୍ରୀୟା ସମ୍ବେଦନା, ପ୍ରତିମା ମଲ୍ଲିକ, ରେଣୁବାଳା ରାଉତ, କନକଲତା ମଲ୍ଲିକ, ଅନ୍ନପୂର୍ଣ୍ଣା ସାହୁ, ସରିତା ରଥ, ପ୍ରତିମା ଜେନା, ମିତା ରାୟ, ସ୍ନେହଲତା ରାୟ ଚୌଧୁରୀ, ଜ୍ୟୋତ୍ସ୍ନା ଦାସ, ବିନ୍ଧ୍ୟାବିନି ସାହୁ, ସୁଲୋଚନା ନାୟକ, ପ୍ରଜ୍ଞା ପରମିତା ମହାନ୍ତି, ଗାୟତ୍ରୀ ମହାନ୍ତି, ନିର୍ମଳା ମଲ୍ଲିକ, ଲଳିତା ସାହୁ, ସୁପ୍ରଭା ଦାସ, ମଞ୍ଜୁଲତା ବାରିକ, ଏମ୍.ଏ ପରବିନ୍, ମଧୁସ୍ମିତା ରଥ, ରଞ୍ଜିତା ହେମ୍ବ୍ରମ୍, ଗୋରେଟୀ ଖେସ୍, କୁସୁମ ପ୍ରଧାନ, ଜବାମଣି ଟୁଡୁ, ରଞ୍ଜିତା ରାଉତ, ସୁଜାତା ଜେନା, ନିରୂପମା ଦାସ, ସ୍ମୃତି ପହି, ରୂପଦିପ୍ତା ମହାପାତ୍ର ରହିଛନ୍ତି ।

ସଂପାଦିକା ଭାବେ ବିଜୟୀନି ତିରିଆ, ନିରୁପମା ପାତ୍ର, ସନ୍ଧ୍ୟାରାଣୀ ଦାସ ସାମନ୍ତ, ସୁନିତା ବାଗ, ଉଲ୍ଲାସ ମଲ୍ଲିକ, ବିନୀତା ନାୟକ, ଚୈତାଳୀ ପଟ୍ଟନାୟକ, ବିଶ୍ୱକଲ୍ୟାଣୀ କର, ମଞ୍ଜୁଲତା ଗୌଡ, ନିଲମ୍ ଗୁପ୍ତା, ସିଲି ସେଠୀ, ବୈଶାଳୀ ବେହେରା, ରୀନା ସ୍ୱାଇଁ, ଦୀପ୍ତିରାଣୀ ପ୍ରଧାନ, ରେଖା ହୋତା, ସବିତା ସ୍ୱାଇଁ, ରୀନା ମେହେର, ଖୁଲଣା ଜେନା, ଭାଗ୍ୟଲକ୍ଷ୍ମୀ ପଣ୍ଡା, ସସ୍ମିତା ସାହୁ, ଏଲ୍ ମାଣିକ ପ୍ରଭା, ସ୍ୱାଗତିକା ବିଶ୍ୱାଳ, ଅଙ୍ଗୁରୀ ବେଗମ୍, ରଶ୍ମିତା ଟେଟେ, ତୃପ୍ତି ବେହେରା, ଶୁଭସ୍ମିତା ଧଳ, ୟାସ୍ମିନ୍ ବିବି, ଆଶା ମିଞ୍ଜ, ବିଷ୍ଣୁପି୍ରୟା ଚାନ୍ଦ, ବିଳାସିନୀ ନାୟକ, ମାଧବୀ ସେନାପତି, ସୁଜ୍ଞାନୀ ପଟ୍ଟନାୟକ, ମଞ୍ଜୁ ନାୟକ, କୁନୀ ହରିଚନ୍ଦନ, ନିଳୀମା ଅଗ୍ରୱାଲା ମନୋନୀତ ହୋଇଛନ୍ତି ।

ସେହିଭଳି କାର୍ଯ୍ୟକାରୀ ସଦସ୍ୟା ଭାବେ ସଂଯୁକ୍ତା ମହାନ୍ତି, ବାସନ୍ତୀ ପ୍ରଧାନ, ଉର୍ବଶୀ ମିଶ୍ର, ମଞ୍ଜୁଲତା ସାହୁ, ନଳିନୀ ଉଦ୍ଗଲା, ରୁବି କାନୁନ୍ଗୋ, ଅନୁସୂୟା ବେହେରା, ସୁରେଖା ମଲ୍ଲିକ ଓ ମମତା ସାହୁ ରହିଥିବା ବେଳେ ସ୍ଥାୟୀ ସ୍ୱତନ୍ତ୍ର ସଦସ୍ୟା ଭାବେ ଜୟନ୍ତୀ ପଟ୍ଟନାୟକ, ସୁଶୀଳା ତିରିଆ, ଉମାରାଣୀ ପାତ୍ର, ସରସ୍ୱତୀ ହେମ୍ବ୍ରମ୍, ବିଜୟଲକ୍ଷ୍ମୀ ସାହୁ, ସନ୍ଧ୍ୟା ମହାପାତ୍ର, ସସ୍ମିତା ବେହେରା, ପରମା ପୂଜାରୀ, ଚନ୍ଦ୍ରମା ସାନ୍ତା, ଇନ୍ଦିରା ମିତ୍ର, ସାବିତ୍ରୀ ଚୌଧୁରୀ, ମଞ୍ଜୁ ମହାନ୍ତି, କିରଣ ପଣ୍ଡା ଓ ପ୍ରଭା ପଟେଲ ପ୍ରମୁଖ ରହିଛନ୍ତି ।

0
0
0
s2sdefault