ହେଡଲାଇନସ୍:

 କୋରାଇ ବିଜେପିର ବ୍ୟାସନଗର ତହସିଲ ଘେରାଉ ଓ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବ୍ୟାସନଗର/ସୁବାସ ନାୟକ.: ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନ, ତହସିଲର ଦୁର୍ନୀତିକୁ ବିରୋଧ କରି କୋରଇ ବିଜେପି ପକ୍ଷରୁ ରାଜ୍ୟ /ବ୍ୟାସଦେବ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ ଙ୍କ ନେତୃତ୍ୱରେ ବ୍ୟାସନଗର ତହସିଲ ଘେରାଉ କରାଯାଇଛି । ବ୍ୟାସନଗର ସହରର ଚୋରଦା ବାଇପାସ୍ ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକ ଓ କର୍ମୀ ହାତରେ ବିଭିନ୍ନ ପ୍ରକାର ସରକାର ବିରୋଧି ସ୍ଲୋଗାନ ଲେଖାଥିବା ପ୍ଲାକାଡ ଓ ଦଳୀୟ ପତାକା ଧରି ଦୀର୍ଘ ୨ କିଲୋମିଟର ଯାଇ ବ୍ୟାସନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ବ୍ୟାସନଗର ସହରର ୩୨ ଗୋଟି ବୁଥ  ର ସଭାପତି , ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା ଓ କୋରେଇ ଅଞ୍ଚଳର ୫ଗୋଟି ମଣ୍ଡଳ ସଭାପତି ଏଥିରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଯାଜପୁର ଜିଲ୍ଲା ଭାରତର ଶିଳ୍ପ ନଗରୀ ଭାବେ ଗର୍ବୀତ ହେଉଥିଲା ବେଳେ ଆଜି ଇସ୍ପାତ  ନଗରୀ ଭାବେ ବ୍ୟାସନଗର ସହର ଥିଲାବେଳେ ଆଜି ଏଠାରେ ଧୂଳି  ଓ ଧୂଆଁ ଧୂସର  ବ୍ୟାସନଗରବାସୀ ଓ କୋରଇବାସୀ ଖାଉଅଛନ୍ତି । ରାଜ୍ୟ ସରକାର ଚୁପ୍ ରହି ବେକାରୀ ସମସ୍ୟାର ସମାଧାନ ନକରିବାରୁ  ସହରରେ ଏବେ ବି ହଜାର ହଜାର ଯୁବକ ଯୁବତୀ ନୀରବରେ ବେରୋଜଗାରୀ ହୋଇ ବସିରହିଛନ୍ତି । ଏଠି ବିଧାୟକ ଚୁପ । ମାମୁଁ , ମାମୁପୁଅ, ମାଉସୀ ପୁଅ କୋରାଇକୁ ଲୁଟି ଜରାଜୀର୍ଣ୍ଣ ଅବସ୍ଥାରେ ସହରକୁ ରଖିଛନ୍ତି । ବ୍ୟାସନଗର ସହର ଏବେ ବିକାଶ ବଦଳରେ ବିନାଶ ହୋଇଚାଲିଛି । ଏଠାକାର ତହସିଲ, ବ୍ଲକ ବ୍ୟାସନଗର ପୌର  ପରିଷଦ ବିଧାୟକଙ୍କ ହାତ ବାରିସୀ ସାଜି ବହୁ ଅନ୍ୟାୟ ଅନୀତି କରିଚାଲିଛନ୍ତି । ସହରର ତଥା କୋରାଇ ଅଞ୍ଚଳର ତୀବ୍ର ଜନଅଶାନ୍ତି ଭାଜାପାର ଏହି ବିଶାଳ ଜନସମାବେଶରୁ ସ୍ପଷ୍ଟ ବାରି ହେଉଛି । ପୂର୍ବରୁ ବହୁ ପ୍ରଶାସନିକ ଅଧିକାରୀ ଦୁର୍ନୀତିରେ ଲିପ୍ତ ହୋଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତେଣୁ ପ୍ରଶାସନିକ ଦାୟିତ୍ୱରେ ଥିବା ପ୍ରଶାସକ ଏଥିରେ ନିବୃତ୍ତ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଜିଲ୍ଲା ସଭାପତି ଗୌତମ ରାୟ ବକ୍ତବ୍ୟ ରଖିଥିଲେ ।  ଏଥିରେ ବରିଷ୍ଠ ନେତା ଚନ୍ଦ୍ରଶେଖର ପଣ୍ଡା ,  କୋରାଇର ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ଆଜିର ସମାବେଶରେ ରାଜ୍ୟଠାରୁ ନେତୃତ୍ୱ ନେଇଥିବା ଯୁବନେତୃତ୍ୱ ନେତା ବିଶ୍ୱଜିତ ନାୟକ, ଆଲେକଜାଣ୍ଡର ଦାସ୍,  ଯୁବମୋର୍ଚ୍ଚା ନେତା, କୋରାଇ ମଣ୍ଡଳ ସଭାପତି  ରବିନ୍ଦ୍ର ବେହେରା, ସାଧାରଣ ସଂପାଦକ ନିରଞ୍ଜନ ସାହୁ, ବ୍ୟାସଦେବ ମଣ୍ଡଳର ମହିଳା ମୋର୍ଚ୍ଚା ସଭାପତି- ସବିତା ଖୁଣ୍ଟିଆ . ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଆଶିଷ କୁମାର ଦାସ, ସାଧାରଣ ସଂପାଦକ ମିଲି ମହାଳିକ, ଉପସଭାପତି ଯଶୋବନ୍ତ ମଲ୍ଲିକ, ତାରିଣୀ ମହାନ୍ତି , ମମତା ପଣ୍ଡା, ସରୋଜ କୁମାର ଦେ, ସମ୍ପାଦକ- ଅଭିଶେକ ପହି, ଅମୁଲ୍ୟ ସାହୁ, ପ୍ରଫୁଲ ବେହେରା, ଅସୀତ କୁମାର ଦାସ, କୋଷାଧ୍ୟକ୍ଷ କାଳୀପଦ ମଣ୍ଡଳ, କୃଷକ ମୋର୍ଚ୍ଚା ସଭାପତି ରାଜେନ୍ଦ୍ର ବେହେରା,  କାର୍ଯ୍ୟକାରୀ ସଦସ୍ୟ- କାର୍ତ୍ତିକେଶ୍ୱର  ପଲେଇ, ରମେଶ କୁମାର ରାଉତ, ପ୍ରଶାନ୍ତ ମଲିକ, ଅମର ରାଉତ, ସଦାଶିବ ସେଠ. ସୁଧାଂଶୁ ଶେଖର ମହାପାତ୍ର, ବରିଷ୍ଠ  ନେତା, ଅଚ୍ୟୁତାନନ୍ଦ  ଦାସ, (ଲିଗାଲସେଲ୍ ଅଧ୍ୟକ୍ଷ) ମିଡ଼ିଆ ସଂଯୋଜକ ବିନୟ କୁମାର ରାଉତ, କୋରାଇ ବିଧାନସଭା କ୍ଷେତ୍ରର ବିସ୍ତାରକ ଜୟଦେବ ଷଣ୍ଢ, ଟୁଲଟୁଲ୍  ଜେନା, ଚୈତନ ମଲିକ, ମହେଶ ଶର୍ମା, ବିଜୟ ଗୋଛାୟତ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ କୋରାଇର ପୂର୍ବତନ ପ୍ରାର୍ଥୀ ସତ୍ୟନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault