ହେଡଲାଇନସ୍:

କୁଳମଣୀ, ପ୍ରଶାନ୍ତ , ପ୍ରତାପ  ଓ  ପ୍ରଫୁଲଙ୍କ ବିରୋଧରେ ବର୍ଷିଲେ ଦାମ : କହିଲେ ନିଜ ସ୍ଥିତି ସମ୍ଭାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ନେଇ ବିଜେଡି ଓ ବିଜେପିର ବିକ୍ଷୋଭ ଧର୍ମକୁ ଆଖି ଠାର"

ପାରାଦୀପ : ଯୁବ ବିଜୁଜନତା ଦଳ ଓ ବିଜେପି ଯୁବମୋର୍ଚ୍ଚା ତରଫରୁ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତିକୁ ନେଇ ହୋଇଥିବା ଆନେ୍ଦାଳନ ଧର୍ମକୁ ଆଖିଠାର ବୋଲି ପାରାଦୀପ ବିଧାୟକ ଡା. ଦାମୋଦର ରାଉତ ସୂଚନା ଦେଇଛନ୍ତି । ଆଗାମୀ ଦୁଇ ତିନ ଦିନ ମଧ୍ୟରେ ନୂଆଦଳ ବିଜୁ ସମତାକ୍ରାନ୍ତି ଦଳ ଜନ୍ମ ନେବ ବୋଲି ସାମ୍ବାଦିକ ସମ୍ମିଳନିରେ ଘୋଷଣା କରିଛନ୍ତି । ଆଜି ସ୍ଥାନୀୟ ସକ୍ରିଟ୍ ହାଉସ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ.ରାଉତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ଯେ ବିଜେପି ଯୁବମୋର୍ଚ୍ଚା ସାରା ରାଜ୍ୟରେ କର୍ମର୍ନିୟୋଜନ କାର୍ଯ୍ୟାଳୟକୁ ତାଲାପକାଇବା ପରେ ପରେ ବିଜୁ ଯୁବଛାତ୍ର ଜନତା ଦଳ ତରଫରୁ କେନ୍ଦ୍ରୀୟ ଶିଳ୍ପ ସଂସ୍ଥା ଆଇଓସିଏଲର ପ୍ରଶାସନିକ ଭବନ ଆଗରେ ଅନୁଷ୍ଠିତ ବିଜେଡି ଓ ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ରହିଛି ବୋଲି ଅଭିଯୋଗ କରିବା ସହିତ ରାଜ୍ୟସରକାରଙ୍କ କ୍ୟାବିନେଟ୍ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଜେନା,ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ ସାମଲ ଓ ସ୍ଥାନୀୟ ସାଂସଦ ଡ.କୁଳମଣୀ ସାମଲ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଅବହେଳାରୁ ଦୂରେଇ ଯାଇ ସ୍ଥାନୀୟ ବିଧାୟକଙ୍କ ବିରୁଦ୍ଧରେ କରିଥିବା ଅପପ୍ରଚାରକୁ ଦୃଢ ନିନ୍ଦା କରିବା ସହିତ ଏଥିରୁ ସ୍ୱତପ୍ରବୃତ ଭାବେ ଦୂରେଇ ରହିବାକୁ ଡ. ରାଉତ ପରାମର୍ଶ ଦେଇଥିଲେ । ସ୍ଥାନୀୟ ସାଂସଦ ଡ.କୁଳମଣୀ ସାମଲ ତାଙ୍କ ସାଂସଦ କାର୍ଯ୍ୟକଳାପ ମଧ୍ୟରେ ଜିଲ୍ଲା  ତଥା ପାରାଦୀପ ଉନ୍ନତି କଥା ପଦଟିଏ ଲୋକସଭାରେ ନ ଉଠାଇ ନିଜ ନିଜ ସମ୍ପକିୟ ମାନଙ୍କୁ ବ୍ୟବସାୟ ଠାରୁ ଚାକିରୀ ଦେବାରେ ଆଇଓସିଏଲରେ ସଫଳ ହୋଇଛନ୍ତି । ଲୋକମାନଙ୍କ ପ୍ରତିନିଧି ଭାବେ ନିଜକୁ ଭୁଲି ନିଜ ପାଇଁ ବେଶ୍ ଦୁଇ ପଇସା ରୋଜଗାର କରିପାରିଛନ୍ତି । ନିର୍ବାଚନ ସମୟରେ ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ପାଳନ ନକରି ଅନ୍ୟ ମୁଣ୍ଡରେ ଅଠା ବୋଳିବାରେ ଡ. ସାମଲ ଏବେ ସେ ଶିଦ୍ଧ ହସ୍ତ ହୋଇପାରିଛନ୍ତି । ଅର୍ଥ ଉପାଜର୍ନ ପାଇଁ ସେ ନିୟମିତ ଉପସ୍ଥିତ ରହି ନିଜ ପାଇଁ ସରକାରୀ ଅର୍ଥକୁୁ ବେଶ୍ ଦୁଇପଇସା ରୋଜଗାର କରିପାରିଛନ୍ତି । ଆଗାମୀ ୨୦୧୯ ନିର୍ବାଚନରେ ଏରସମା ବାଲିକୁଦାର ବିଧାୟକ ପ୍ରଶାନ୍ତ ମୁଦୁଲି, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ଭଣ୍ଡାରୀ ପୋଖରୀର ବିଧାୟକ ପ୍ରଫୁଲ ସାମଲ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସେମାନଙ୍କ ଲୋକପ୍ରିୟତା କମିଆସୁଥିବା ବେଳେ ଏବେ ସେମାନେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ମୁଣ୍ଡ ଖେଳାଇ ଚାଲୁଛନ୍ତି ଏହାର ଜବାବ୍ ସେମାନେ ଆଗାମୀ ଦିନରେ ଜବାବ୍ ପାଇଯିବେ ବୋଲି ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପାରାଦୀପର ପୂର୍ବତନ ପୌରପାଳ କିଶୋରୀ ପରିଡା, ପୂର୍ବତନ କାଉନଶିଲର ଅକ୍ଷୟ ପରିଡା, ବର୍ତ୍ତମାନର କାଉନଶିଲର ଚିତ୍ତରଞ୍ଜନ ରାଉତରୟ, ଯୁବ ନେତା ବିକ୍ରମ ମହାନ୍ତିଙ୍କ ସମେତ ବହୁ ଦାମଅନୁଗତ ମାନେ ଉପସ୍ଥିତ ଥିଲେ । 

0
0
0
s2sdefault