ହେଡଲାଇନସ୍:

ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ନରସିଂହ : ବଲାଙ୍ଗିରରେ ବିଜୁ ବାହିନୀ ଗୁଣ୍ଡଗର୍ଦ୍ଧି ବନ୍ଦ କରୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର,(ନିରୋଜ ମିଶ୍ର)  - ଗତ ସାଢେ ·ରିବର୍ଷ ବଲାଙ୍ଗିର ସହରରେ ବାତାବରଣ ବେଶ୍ ଶାନ୍ତିପୂର୍ଣ୍ଣ । ଜନସାଧାରଣ ତଥା ସରକାରୀ କାର୍ଯ୍ୟାଳୟମାନଙ୍କରେ ବାହ୍ୟ ଗୁଣ୍ଡାଗର୍ଦ୍ଧି କାଣିଚିଏ ମଧ୍ୟ ଆଭାସ ନାହିଁ । କିନ୍ତୁ ବର୍ତ୍ତମାନ ସରକାରୀ ଦଳ ପ୍ରାୟୋଜିତ ବିଜୁ ବାହିନୀ ବଲାଙ୍ଗିର ଜିଲ୍ଲାରେ ଗୁଣ୍ଡାଗର୍ଦ୍ଧି ଆରମ୍ଭ କରିଦେଲାଣି । ଖବର କାଗଜମାନଙ୍କରେ ପ୍ରକାଶିତ ହେଉଛି ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର କଳା କାରାନାମାରେ ତଥା ଦାଦାଗିରିରେ ଏମାନଙ୍କର ନାଁ ସବୁ ଆସିଲାଣି । ଆଜି ସହରରେ ମଧ୍ୟ ତାର ପ୍ରମାଣ ଦେଖିବାକୁ ମିଳିଛି । ଆମେ ପ୍ରସ୍ତାବ ଦେଇ ସହରର ରାସ୍ତା ଗୁଡିକୁ ମ୍ୟୁନିସିପାଲିଟି ରୁ ପିଡବ୍ଲୁଡିକୁ ହସ୍ତାନ୍ତର କରିଥିବା ରାସ୍ତା ଗୁଡିକର ଜୋର ଜବରଦସ୍ତ ବିଜୁବାହିନିର ଗୁଣ୍ଡାମାନଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି  । ଏହି ପ୍ରକାର ଦାଦାଗିରି ବିଜୁ ବାହିନୀ ବନ୍ଦ କରୁ ନଚେତ ଆଗାମୀ ଦିନରେ ଶାନ୍ତିପ୍ରୀୟ ବଲାଙ୍ଗିରବାସୀ ତାର ଉଚିତ ଜବାବ ଦେବେ ବୋଲି ଆଜି ସ୍ଥାନୀୟ ସାର୍କିଟ ହାଉସ ଠାରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧିଦଳ ନେତା ସାମ୍ବାଦିକଙ୍କ ଉଦେ୍ଧଶ୍ୟରେ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଥମେ ଶ୍ରୀ ମିଶ୍ର ସାମ୍ବାଦିକମାନଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଦେବା ସହ ଆରମ୍ଭ କରିଥିଲେ । ସେ କହିଥିଲେ ବିଗତ ଦିନରେ କିଛି ରାଜନେତା ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ନିର୍ମାଣ ହେବାକୁ ଥିବା ଇନ୍ଡୋର ଷ୍ଟାଡିୟମକୁ ନେଇ ଜନସାଧାରଣଙ୍କୁ ଭ୍ରମିତ କରିବା ପାଇଁ ଗଣମାଧ୍ୟମର ଆଗରେ ଭୁଲ ତଥ୍ୟ ପରିବେଷଣ କରିଥିଲେ । ସେମାନେ ଜାଣି ରଖିବା ଉଚିତ ଯେ ବଲାଙ୍ଗିର ବିଧାୟକ ହିଁ ପ୍ରଥମେ ଏହି ଇନ୍ଡୋର ଷ୍ଟାଡିୟମ ପାଇଁ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କ ଆଗରେ ଦାବି ଜଣାଇଥିଲେ । ଏହାକୁ ନେଇ ଗେଲ କମ୍ପାନୀ ତାଙ୍କୁ ଭେଟିଥିଲା । ଦରକାର ହେଉଥିବା ପୃଥ୍ୱୀରାଜ ହାଇସ୍କୁଲର ପରିଚାଳନା କମିଟିର ନୋ-ଅଫ୍ଜେକସନ୍ ପତ୍ର ମଧ୍ୟ ଦିଆଯାଇଥିଲା । ଏପରି କି ଏହା ଆନୁସଙ୍ଗିକ କାମ ଆରମ୍ଭ କରିବା ପାଇଁ ୧ କୋଟି ଟଙ୍କା ପୂର୍ତ୍ତବିଭାଗକୁ ଆସିସାରିଲାଣି | କିନ୍ତୁ ପ୍ରକଳ୍ପ ଏବଂ ଏହାର ଅଗ୍ରଗତି ବାବଦରେ କିଛି ନ ଜାଣି ବଲାଙ୍ଗିରରେ କିଛି ନେତା ଦୁଇ ଦୁଇଟି ସାମ୍ବାଦିକ ସମ୍ମିଳନୀରେ ଭୁଲ ତଥ୍ୟ ଦେଇଥିଲେ । ସେମାନେ କହିଥିଲେ ଆଜି ପର୍ଯ୍ୟନ୍ତ ଜମି ପାଇଁ ସରକାରୀ ସ୍ତରରେ ମଞ୍ଜୁରି ମିଳିନାହିଁ କିନ୍ତୁ ସେମାନେ ଜାଣି ରଖିବା ଦରକାର ଯେ ଜମିକୁ ନେଇ ସରକାରୀ ସ୍ତରରେ ମଞ୍ଜୁରୀ ମିଳିସାରିଛି ତେଣୁ ମୁଁ ଆପଣଙ୍କ ମାଧ୍ୟମରେ ସେମାନଙ୍କୁ କହିଦେବାକୁ ·ହେଁ ବଲାଙ୍ଗିରର ବିକାଶ ଦିଗରେ ଲୋକଙ୍କୁ ତଥା ଗଣମାଧ୍ୟମକୁ ଭୁଲ ତଥ୍ୟ ଦିଅନ୍ତୁ ନାହିଁ । ଏହା ତାଙ୍କର ରାଜନୈତିକ ଅପରପକ୍ୱତାର ପରିଚୟ ଦିଏ । ଆହୁରି ମଧ୍ୟ ସେ କହିଥିଲେ ବାଇପାସ କୁ ନେଇ କିଛି ନେତା ଡିଣ୍ଡିମ  ପିଟୁଛନ୍ତି । ସେମାନେ ଜାଣି ରଖନ୍ତୁ ଯେ ଏହି ପ୍ରକଳ୍ପର ଶିଳାନ୍ୟାସ ୨୦୦୧ ମସିହାରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ତରବରରେ କରାଯାଇଥିଲା ବିନା ପ୍ରକଳ୍ପ ମଞ୍ଜୁରୀରେ । ଗତ ବିଧାନସଭାରେ ମନ୍ତ୍ରୀ ନିଜେ ସ୍ୱିକାର କରିଛନ୍ତି ଯେ ପ୍ରକଳ୍ପର ଅଗ୍ରଗତି ୨୦୧୪ ମସିହା ପରେ ହୋଇଛି ତେବେ ସାମ୍ବାଦିକ ସମ୍ମିଳନୀରେ ବାହା ବାହା ନେଉଥିବା ନେତାମାନେ ଜାଣିବା ଦରକାର ୨୦୦୧ ମସିହାରେ ମଧ୍ୟ କେନ୍ଦ୍ରରେ ତାଙ୍କ ସରକାର ଥିଲା । ସେତେବେଳେ କାହିଁକି ବଲାଙ୍ଗିର ବାଇପାସକୁ କରାଇପାରିଲେ ନାହିଁ । ସେ ଯାହାବି ହେଉ ଗତ ଅଗଷ୍ଟ ୧୦ ତାରିଖରେ ହୋଇଥିବା ପିଏସି ବେଠକରେ ବାଇପାସ ନିର୍ମାଣକୁ ନେଇ ଦେଇଥିବା ସମୟସୀମା ୬ମାସ ଭିତରେ ବାଇପାସ ମଞ୍ଜୁରୀ ପାଇଥିବାରୁ ଜାତୀୟ ରାଜପଥ ଅଧିକାରୀମାନଙ୍କୁ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ । ମରୁଡି ତଥା କୃଷିବୀମାକୁ ନେଇ ଶ୍ରୀ ମିଶ୍ର କହିଥିଲେ ·ଷର କ୍ଷୟ କ୍ଷତି ଆକଳନ ପ୍ରକ୍ରିୟା ଶେଷ ହୋଇନଥିବା ବେଳେ ସରକାରଙ୍କ ମରୁଡି ଘୋଷଣାରେ କିଛି ମନ୍ଦ ଉଦେ୍ଧଶ୍ୟର ସୂଚନା ମିଳୁଛି ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଥିଲେ । ଗତ ବର୍ଷ କୃଷିବୀମା ରାଶି ·ଷୀ ପାଇନଥିବା ବେଳେ ଗତ ଜିଲ୍ଲାପରିଷଦ ବୈଠକରେ କଂପାନୀ ବିରୁଦ୍ଧରେ ଫୋୖଜଦାରୀ  ମକଦ୍ଧମା ପ୍ରସ୍ତାବ ପାରିତକୁ ଡରି ବୀମା କରିଥିବା କଂପାନୀ ବର୍ତ୍ତମାନ ଚାଷୀଙ୍କୁ ବୀମା ପ୍ରିମିୟମ୍ ଫେରାଉଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିôଲେ । ଆଗାମୀ ବିଧାନସଭାରେ ଜିଲ୍ଲାର ତଥା ରାଜ୍ୟର କେଉଁ କେଉଁ ସମସ୍ୟା ଉତଥାପନ ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ ଜିଲ୍ଲା ତଥା ରାଜ୍ୟର କୃଷି ବୀମା ସମସ୍ୟା, ସ୍କୁଲ କଲେଜରେ ଶିକ୍ଷକ ସମସ୍ୟା, ଜଳସେଚନ ସମସ୍ୟା, କୃଷକମାନଙ୍କ ପାଇଁ ପ୍ରାଇସ୍, ପେନସନ, ପ୍ରେଷ୍ଟିଜ୍ ସମସ୍ୟା, ବିଭିନ୍ନ ଜନହୀତକର ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରା ଆବାସ ରେ ହେଉଥିବା ଜାଲିଆତି, ଓକିଲ ଆନେ୍ଦାଳନ ଇତ୍ୟାଦି ଅନେକ ସମସ୍ୟା ଏଥର ବିଧାନସଭାରେ ଉଦ୍ଥାପନ କରାଯିବ ବୋଲି ସେ କହିଥିଲେ । ବଲାଙ୍ଗିର କୃଷି ବିଶ୍ୱବିଦ୍ୟାଳୟ ର ପ୍ରଶ୍ନରେ ସେ କହିଥିଲେ ବଲାଙ୍ଗିରରେ ଏହାର ସ୍ଥାପନ ପାଇଁ ପ୍ରତ୍ୟେକ ବିଧାନସଭାରେ ଦାବି କରାଯାଉଛି । ଏଥର ମଧ୍ୟ ଏହି ଦାବିକୁ ଜୋରଦାର କରାଯିବ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ । କୃଷିକୁ ଜଳସେଚନ ଏବଂ ଜଳସେଚନ ପ୍ରକଳ୍ପକୁ ନେଇ ହୋଇଥିବା ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିର୍ବାଚନ ଇସ୍ତାହାରରେ କୃଷକମାନଙ୍କୁ ମିଛ କହିଛନ୍ତି ସେମାନେ ଏହାର ଜବାବ ଆଗାମୀ ନିର୍ବାଚନରେ ନିଶ୍ଚୟ ଦେବେ । ଏପରି କି ରାଜ୍ୟରେ ଯାହା କିଛି ବଡ ଜଳସେଚନ ପ୍ରକଳ୍ପ ହୋଇଛି ତାହା କଂଗ୍ରେସ ସରକାରର ଅମଳରେ ହୋଇଛି ବୋଲି ଦୃଢତାର ସହ କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ରଙ୍କ ସହିତ ପିସିସି ସଭ୍ୟ ଅସୀମ ପଟ୍ଟନାୟକ, ପିସିସି ସଂପାଦକ ସୁଦାମ ସାହୁ ମଞ୍ଚାସିନ ଥିବା ବେଳେ ଏଆସିସି ସଭ୍ୟ ତଥା ପିସିସିର ବରିଷ୍ଠ  ମୁଖପାତ୍ର ସମରେନ୍ଦ୍ର ମିଶ୍ର,  ଜିଲ୍ଲା ଉପ ସଭାପତି ସନ୍ତକ ବହିଦାର, ବିଧାୟକଙ୍କ ପ୍ରତିନିଧି କିଶୋର ସିଂ ନିନା, ନଗର କଂଗ୍ରେସ କମିଟି ସଭାପତି ବୁଲୁ ଦାନୀ, ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଛାତ୍ର ସଭାପତି ଶୁଭମ୍ ସାହୁ, ଜିଲ୍ଲା ସଂପାଦକ ପବିତ୍ର ବେହେରା, ସଂଜୟ ମିଶ୍ର, ଅମିୟ ମିଶ୍ର, ବ୍ରଜ ସେଠୀ, ମାନସ ମହାନ୍ତି, ଅଖଣ୍ଡ ସେଠ, କୂଳମଣି ସାହୁଙ୍କ ସମେତ ଅନେକ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ ।

0
0
0
s2sdefault