ହେଡଲାଇନସ୍:

ମୁଖପାତ୍ର- ସଂଯୋଜକ ମୁହାଁମୁହିଁ : ଦି ତିନି ଅକ୍ଷରିଆ ସଂସ୍କୃତ ଖାଲି ଉଡିଲା ଦଳୀୟ କାର୍ଯ୍ୟାଳୟରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ସେଦିନ ପାର୍ଟି ଅଫିସରେ ମେଡିଆ ବିଭାଗ  ମୁଖିଆଙ୍କ ନା ନେଇ ଖାଲି ମା ଭଉଣୀ ବନ୍ଦନା ଉଡିଲା  । ମାନେ ଏରିଆ ଫାଟିଲା | ଶ.....କୋଉଠୁ ଆସିକି ଆମ ଉପରେ ହାକିମାତି ଦେଖାଇବ। ଆମେ କେବଠୁ ଦଳରେ ଅଛୂ, ଆଜି ଆସିକି ମା....ଆମକୁ ରଙ୍ଗ ଦେଖଉଛି  । ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏମିତି ସବୁ ନନ୍ ଭେଜ ବନ୍ଦନା ଜଣାଣ ଯେତେବେଳେ ଗୁଞ୍ଜରି ଉଠିଲା, ସେଠାରେ ଉପସ୍ଥିତ ଥିବା କର୍ମୀ, ନେତା ଓ କର୍ମୀ   ଇତସ୍ତତଃ ହୋଇପଡିଲେ । ଆଉ ମେଡିଆ ମୁଖ୍ୟଙ୍କ ନା ନେଇ ଶ୍ଳୋକ ଆବୃତି କରୁଥିବା ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି, ତାଙ୍କ ଟିମର ଜଣେ ମୁଖପାତ୍ର | କାହିଁକି ଏଇ ମୁଖପାତ୍ର ଜଣକ ଗଣମାଧ୍ୟମ ବିଭାଗର ମୁଖିଆଙ୍କ ସାତ ପୁରୁଷ ଉଧାରୁଛନ୍ତି କେହି ବୁଝି ପାରିଲେ ନାହି ହଠାତ  । କାନକୁ ଖରାପ ଲାଗୁଥିଲେ ବି ସମସ୍ତେ ନିରବ, ସଭାପତିଙ୍କ ପାଖ ଲୋକ | କାହିଁକି କହି ନାଁ  ସାରିବା | ହେଲେ ସେଠାରେ ଉପସ୍ଥିତ ଥିଲେ ନୂଆ କରି ମିଡିଆ ବିଭାଗରେ ସ୍ଥାନ ପାଇଥିବା ଜଣେ ଗଣମାଧ୍ୟମର ବ୍ୟକ୍ତି । ବାବୁ ଜଣକ ଏବେ ସିନା ଦଳରେ ସିଧାପଦବୀ ପାଇଛନ୍ତି, ହେଲେ ଦଳ ସହିତ ଭିତରେ ଭିତରେ କେବଠୁ ଜଇ ହୋଇ ଅଛନ୍ତି  । ଦଳର ସବୁ ବଡ ନେତା ତାଙ୍କୁ ଜାଣିଛନ୍ତି ଓ ପ୍ରାୟତଃ ନେତା ଭଲ ପାଆନ୍ତି  । ହେଲେ ସେ ଏଥର ଗଣମାଧ୍ୟମରେ ଏଣ୍ଟ୍ରି ପାଇଛନ୍ତି ବିଭାଗର ମୁଖିଆ  ଆଗ୍ରହ ଯୋଗୁ  । କାରଣ ଗଣମାଧ୍ୟମ ବିଭାଗ ମୁଖ୍ୟ ଜାଣନ୍ତି ଯେ ସିଏ ଭାରି କାମୀକିଆ । ତେଣୁ ତାଙ୍କୁ ସଂଯୋଜକ କରି ଟିମରେ ସେ ନେଇଛନ୍ତି । ସେ କି ଛାଡିବା ଲୋକ | ସେ ସିଧା ଆସି ମୁଖପାତ୍ରଙ୍କୁ ଆସି କହିଲେ କାହିଁକି ମିଡ଼ିଆ ମୁଖ୍ୟଙ୍କୁ ଏମିତି ଖରାପ ଭାଷାରେ ଗଲି କରୁଛନ୍ତି | ଆଉ ମୁଖପାତ୍ର  ଜଣକ ସଂଯୋଜକଙ୍କୁ ମଧ୍ୟ ଦୁଇ ତିନି ଅକ୍ଷରି ସଂସ୍କୃତ ଶୁଣାଇ ଦେଲେ | ସଂଯୋଜକ ବି କୋଉ ଛାଡିବା ଲୋକ ! ସେ ବି ସେଇ ଦୁଇ ତିନି ଅକ୍ଷରିଆ ସଂସ୍କୃତ ଶୁଣାଇଲେ | ବଜାବଜି ସିନା ହେଲେ ନାହିଁ, କଥା ତାଠୁ ଅଧିକ ଆଗକୁ ଚାଲିଗଲା | 

କଥାଟା କାହିଁକି ଏମିତି ହେଲା, ମୁଖପାତ୍ର ଜଣକ କାହିଁକି ଏମିତି ଫିଡିକି ଗଲେ !! ମିଡ଼ିଆ ମୁଖ୍ୟ ଏମିତି କଣ କ୍ଷତି କଲେ ଯେ ସେ ରାଗି କି ଫାୟାର !!!! ବୁଝୁ ବୁଝୁ ଜଣା ପଡିଲା, ମିଡ଼ିଆ ମୁଖ୍ୟ କୁଆଡେ ଗୋଟେ ସାରକ୍ୟୁଲାର କାଢ଼ିଲେ ଯେ ଟିଭିରେ ଦଳ ତରଫରୁ ବୟାନ ଦେବା ବା ଟିଭି ବିତର୍କରେ ଭାଗନେବା ଏଥର ମନଇଛା କେହି ଯାଇ ପାରିବେ ନାହିଁ | ପ୍ରସଙ୍ଗ ଅନୁସାରେ କିଏ ଗଲେ ଠିକ ହେବେ ବା ବିବୃତି ଦେବା ଠିକ ହେବ ତାହା ଦଳର ଗଣମାଧ୍ୟମ ବିଭାଗର ଜ୍ଞାତସାରରେ ହେବ ବା ଦଳର ଷ୍ଟାଣ୍ଡ ଅନୁସାରେ କରାଯିବ | ମନଇଛା ଲଗାମ ଛାଡ ଭାବେ କେହି ମୁଖପାତ୍ର ଗଣମାଧ୍ୟମକୁ ଲଗାମଛଡ଼ା ବିବୃତି ଦେଇ ପାରିବେ ନାହିଁ, ଯାହାଦ୍ୱାରାକି ଦଳ ଅପଦସ୍ତ ହେଉଛି | ଯଦିଓ ଏହା ଉତ୍ତମ ପ୍ରସ୍ତାବ, ଆଉ ପୂର୍ବ ସଭାପତିଙ୍କ ସମୟରେ ଏଭଳି ଏକ ସାରକ୍ୟୁଲାରକୁ କେହି ଗୁରୁତ୍ୱ ନଦେଇ ଲଗାମ ଛାଡ ବିବୃତି ଦେଇ ଦଳକୁ ବଦନାମ କରିବାରେ ସଫଳ ହୋଇଥିଲେ, ସେହି ଅଭ୍ୟାସ ଆଧାରରେ ବି ମୁଖପତ୍ରମାନେ ବୟାନ ବାଜି କରିଦେଲେ | ଯେହେତୁ ଦଳ ଅଡୁଆରେ ପଡୁଛି ନୂଆ ମିଡ଼ିଆ ମୁଖ୍ୟ ସେଥିପାଇଁ ସାରକ୍ୟୁଲାର ଟି ଜାରି କରିଦେଲେ | ଆଉ ଯେଉଁଥି ପାଇଁ ମୁଖପାତ୍ର ଜଣକ କ୍ଷତିଗ୍ରସ୍ତ ହେବ ଆଶଙ୍କା କରି ବୋଧେ ଏଭଳି ସଂସ୍କୃତ ଉଚ୍ଚାରଣ କଲେ ପାର୍ଟି ଅଫିସରେ !!  ହେଲେ ସଂଯୋଜକ ପୁରା ରାଗି  ଖପା |

ଏକଥା ସଂଯୋଜକଙ୍କଠୁ ଗଲା ମିଡ଼ିଆ ମୁଖ୍ୟଙ୍କ କାନକୁ | ସଂଯୋଜକ ଜଣକ କହିଲେ ଯେ ସେ କାମ କରିପାରିବେ ନାହିଁ | ଏକଥା ମିଡ଼ିଆ ବିଭାଗ ମୁଖ୍ୟ ଦଳର ମୁଖିଆଙ୍କ କାନକୁ ଆଣିଲେ | ଯଦି ଦଳ ପାଇଁ କାମ କଲେ ଆମକୁ ଏମିତି  ଶୁଣିବାକୁ  ପଡିବ ତେବେ ଆମେ କାହିଁକି କାମ କରିବୁ ବୋଲି ମିଡ଼ିଆ ମୁଖ୍ୟ ଦଳର ମୁଖିଆଙ୍କ ଜଣାଇ ଦେଲେ | ଯାହା ଶୁଣିବାକୁ ମିଳୁଛି ଗଣମାଧ୍ୟମ ମୁଖ୍ୟଙ୍କୁ ସହି ପାରୁନଥିବା ଦଳର କିଛି ନେତାଙ୍କ ପ୍ରରୋଚନାରେ ମୁଖପାତ୍ର ଜଣଙ୍କ ଏଭଳି କହିଦେଲେ ସିନା, ତାଙ୍କ ପିଠିରେ କେହି ପଡିଲେ ନାହିଁ | ଦଳର ମୁଖିଆଙ୍କ କାନକୁ ଯେତେବେଳେ କଥା ଗଲା ଓ ଗଣମାଧ୍ୟମ ମୁଖିଆ ଯେତେବେଳେ ନିଜ କ୍ଷୋଭ ପ୍ରକାଶ କରିଦେଲେ, କଥା ସବା ଉପରକୁ ଯିବା ପୂର୍ବରୁ ସଭାପତି ହସ୍ତକ୍ଷେପ କରି ସେ ମୁଖପତ୍ରଜଣଙ୍କୁ ବହେ ଶୋଦୀଲେ ବୋଲି ଶୁଣିବାକୁ ମିଳୁଛି | ଯାଇ ତୁରନ୍ତ ଗଣମାଧ୍ୟମ ମୁଖ୍ୟଙ୍କୁ କ୍ଷମା ମାଗିବା ପାଇଁ ସଭାପତି କୁଆଡେ ତାଗିଦ କଲେ | ଆଉ ଶେଷରେ ତାଗିଦ ପ୍ରଭାବରେ ମୁଖପାତ୍ର ଜଣକ ଯାଇ ମିଡ଼ିଆ ମୁଖ୍ୟଙ୍କୁ ଭୁଲ ମାଗିଥିବା ବେଳେ ସଂଯୋଜକଙ୍କୁ ମଧ୍ୟ କୁଆଡେ ଦୁଃଖ ପ୍ରକାଶ କରିଥିବା ଶୁଣିବାକୁ ମିଳିଛି |  ହେଲେ କଣ କାର୍ଯ୍ୟାନୁଷ୍ଠାନ ହେଲେ ସେ ମୁଖପାତ୍ର ରହିଲେ କି ଗଲେ ସେ ଖବର କିଛି ଜଣାପଡ଼ିନି | 

0
0
0
s2sdefault