ହେଡଲାଇନସ୍:

ବିଦା ହେଲେ ପ୍ରମିଳା, ମିନତିଙ୍କୁ ମହିଳା ସଭାପତି ଦାୟିତ୍ୱ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଲୋପାମୁଦ୍ରା, ଶ୍ରୀମୟୀ, ସୁଲୋଚନା ଓ ଗୀତାଞ୍ଜଳି ନୂଆ କାର୍ଯ୍ୟକାରୀ ସଭାନେତ୍ରୀ

ଭୁବନେଶ୍ୱର: ଗତକିଛି ଦିନଧରି ବିଜୁ ମହିଳା ଜନତା ଦଳ ସ୍ଥାଣୁ ହୋଇ ପଡିଥିବା ବେଳେ ଆଜି ମହିଳା ସଙ୍ଗଠନରେ ବଡଧରଣର ପରିବର୍ତ୍ତନ ଆଣିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ  | ଦୀର୍ଘଦିନ ଧରି ମହିଳା ସଭାପତି ଦାୟିତ୍ୱ ଧରି ବସିଥିବା ପ୍ରମିଳାଙ୍କ ଏକରକମ ବିଦା କରାଯାଇଛି | ତୃଣମୂଳ ସ୍ତରରେ  ସ୍ତରରେ ମହିଳା ସଂଗଠନକୁ ସୁଦୃଢ଼ ଓ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜୁ ମହିଳା ଜନତା ଦଳକୁ ପୁନର୍ଗଠନ କରି ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ନିମ୍ନୋକ୍ତ କର୍ମକର୍ତ୍ତାଙ୍କୁ ଛାଡି ବର୍ତ୍ତମାନ ପାଇଁ ଆୟ କର୍ମକର୍ତ୍ତା ଅପରିବର୍ତ୍ତିତ ରହିବେ |

ବିଜୁ ମହିଳା ଜନତା ଦଳର ପୂର୍ବତନ ସଭାନେତ୍ରୀ ତଥା ବିଧାୟିକା ଶ୍ରୀମତୀ ପ୍ରମିଳା ମଲିକଙ୍କୁ ବିଜୁ ଜନତା ଦଳର ଉପ-ସଭାପତି ଏବଂ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିବା ବେଳେ ବିଜୁ ମହିଳା ଜନତା ଦଳର ନୂତନ ସଭାନେତ୍ରୀ ଭାବେ ଡ. ମୀନତି ବେହେରାଙ୍କୁ ନିଯୁକ୍ତ କରିଛନ୍ତି । ସେହିପରି ବିଜୁ ମହିଳା ଜନତା ଦଳର ଅନ୍ୟତମ ସହ-ଉପଦେଷ୍ଟା ଭାବେ ଶ୍ରୀମତୀ ଜ୍ୟୋତି ପାଣିଗ୍ରାହୀ ଏବଂ ଶ୍ରୀମତୀ କସ୍ତୁରୀ ମହାପାତ୍ରଙ୍କୁ ମନୋନୀତ କରାଯାଇଛି । ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଶ୍ରୀମତୀ ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ର, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ଗୀତାଞ୍ଜଳି ବସ୍ତିଆଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସାଧାରଣ ସଂପାଦିକା ଭାବେ ଶ୍ରୀମତୀ ସୁଲତା ଦେଓ ଏବଂ ସଂପାଦିକା ଭାବେ ଶ୍ରୀମତୀ ଏଲିନା ଦାସଙ୍କୁ ନିଯୁକ୍ତି ଦିଆଯାଇଛି | ଅନ୍ୟପକ୍ଷରେ ବିଜୁ ମହିଳା ଜନତା ଦଳର ପୂର୍ବ ଘୋଷିତ ରାଜ୍ୟ କମିଟି ଏବଂ ଜିଲ୍ଲା କମିଟି ବଳବତ୍ତର ରହିଛି ।

0
0
0
s2sdefault