ହେଡଲାଇନସ୍:

ନୋଟବନ୍ଦୀ ଧକ୍କାରୁ ଦେଶ ଉଭୁରି ପାରୁନାହିଁ - ସମରେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିମୁଦ୍ରାୟନ ଦୁଇ ବର୍ଷ ପୁର୍ତ୍ତରେ କଂଗ୍ରେସର କଳା ଦିବସ ପାଳନ

ବଲାଙ୍ଗିର,(ନିରୋଜ ମିଶ୍ର) - ଆଜିଠୁ ଠିକ୍ ଦୁଇ ବର୍ଷ ପୂର୍ବେ ଦେଶର ପ୍ରଧାନମନ୍ତ୍ରୀ ଏକତରଫା ଭାବେ ନୋଟବନ୍ଦୀ ଘୋଷଣା କରିଥିଲେ । ତାଙ୍କର ଏହି ଘୋଷଣା ସେହି ସମୟରେ ଦେଶ ଆବାଳ, ବୃଦ୍ଧ, ବନୀତା ଛୋଟ ରୁ ବଡ ବ୍ୟବସାୟୀ ପର୍ଯ୍ୟନ୍ତ ପ୍ରତ୍ୟେକ ଜାତି, ଧର୍ମ, ବର୍ଣ୍ଣର ଲୋକ ସମସ୍ତଙ୍କୁ ସ୍ତମ୍ଭିଭୁତ କରିଦେଇଥିଲା । ଶାସନରେ ଥିବା ଦଳ କହିଥିଲା ଏଥିରୁ ଲୋକେ ଉପକୃତ ହେବେ କିନ୍ତୁ ଆଜି ପର୍ଯ୍ୟନ୍ତ ନୋଟବନ୍ଦୀ ଧକ୍କାରୁ ଦେଶ ଉଭୁରିପାରି ନାହିଁ ବୋଲି ଆଜି ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିମୁଦ୍ରାୟନର ଦୁଇ ବର୍ଷ ପୁର୍ତ୍ତିକୁ କଳା ଦିବସ ରୂପେ ପାଳନ କରି ନିଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ  ମୁଖପାତ୍ର ସମରେନ୍ଦ୍ର ମିଶ୍ର କହିଛନ୍ତି । ଜିଲ୍ଲା ଉପ-ସଭାପତି ଉପକାନ୍ତ ସାହୁଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ ଶହସ୍ରାଧିକ କଂଗ୍ରେସ କର୍ମକର୍ତ୍ତା ତଥା ରାଜନୈତିକ କର୍ମୀ ଏହି ବିକ୍ଷୋଭ ସମାବେଶରେ ସମିଲ ହୋଇଥିଲେ । ବରିଷ୍ଠ  ମୁଖପାତ୍ର ସମରେନ୍ଦ୍ର ଆହୁରି ମଧ୍ୟ କହିଥିଲେ ମୋଦୀ ସରକାରରେ ଅନେକ ଅର୍ଥନୈତିକ  ସ୍କାଣ୍ଡେଲ ଦୃଷ୍ଟି ଗୋଚର ହୋଇଛି କିନ୍ତୁ ବିମୁଦ୍ରାୟନର ଦୁଇ ବର୍ଷ ପୁରି ଗଲେ ମଧ୍ୟ ଏହା ଦେଶର ଅର୍ଥନିତିକୁ ଏପରି ଭାବରେ ଦୋହଲେଇ ଦେଇଛି ଯେଉଁଥିରେ କି ଆଜି ପର୍ଯ୍ୟନ୍ତ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ଉଭୁରି ପାରି ନାହାନ୍ତି । କେନ୍ଦ୍ର ସରକାରର ଏପରି ଫାଶିବାଦୀ ନିଷ୍ପତ୍ତି ଦ୍ୱାରା ଯେ କେବଳ ଦେଶର ଅର୍ଥନିତି ଦୋହଲି ଯାଇଛି ତାହା ନୁହେଁ ଦେଶର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା ମାନ୍ୟବର ସୁପ୍ରିମକୋର୍ଟ, ସିବିଆଇ ଓ ଆରବିଆଇ ଭଳି ସଂସ୍ଥା । ଆଜି ଏକ ଅସୁରକ୍ଷିତ ବାତାବରଣ ମଧ୍ୟରେ ଗତି କରୁଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡମ୍ବରୁ ଛତ୍ରିଆ କହିଛନ୍ତି ମୋଦି ସରକାର ବିମୁଦ୍ରାୟନ ସମୟରେ କହିଥିଲେ ଏହା ଦ୍ୱାରା ସନ୍ତ୍ରାସବାଦ, କଳାଧନ, ଜାଲ ନୋଟ ସମ୍ପୁର୍ଣ୍ଣ ବନ୍ଦ ହୋଇଯିବ କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନେ ଦାବି କରିଥିବା କୌଣସି ଜିନିଷ ହୋଇନାହିଁ ଓଲଟା ଦେଶରେ ସନ୍ତ୍ରାସବାଦ ବଢିଛି, ଜାଲ ନୋଟ କାରବାର କୌଣସି  ପ୍ରକାର ଅଙ୍କୁଶ ଲାଗିପାରି  ନ ଥିବା ବେଳେ କଳାଧନର କୌଣସି ସୁରାକ ମିଳିନାହିଁ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ସାନନ୍ଦ ମିଶ୍ର, ସରୋଜ ରତ, ବରିଷ୍ଠ  ନେତା ଅଶୋକ ନନ୍ଦ, ଚାଷୀନେତା ସୁଧିର ପରିଚ୍ଛା, ପିସିସି ସାଧାରଣ ସଂପାଦକ ଲକ୍ଷ୍ମଣ ମେହେର, ବଲାନ ସାଗର, ସତ୍ୟାନନ୍ଦ ସୁନା, ଓମ୍ ପ୍ରକାଶ ବିଶ୍ୱାଲ, ହିମାଂଶୁ ନାଏକ, ପ୍ରେମ ପ୍ରକାଶ ମିଶ୍ର, ତ୍ରିଲୋଚନ ନନ୍ଦ, ଭଞ୍ଜ କିଶୋର ନାଗ, ବିକାଶ ପାଣିଗ୍ରାହୀ ପ୍ରମୁଖ କେନ୍ଦ୍ର ସରକାରକୁ ବିମୁଦ୍ରାୟନକୁ ନେଇ କଟୁ ସମାଲୋଚନା କରିଥିଲେ । ଆଜିର ଏହି ବିମୁଦ୍ରାୟନର ଦୁଇବର୍ଷ ପୁର୍ତ୍ତି ଉପଲକ୍ଷେ କଳାଧନ ପାଳନର ବିକ୍ଷୋଭ ସଭାରେ ଜିଲ୍ଲାର ଅନେକ ଯୁବ ଛାତ୍ର ର ତୁଙ୍ଗ ନେତା ଯଥା ପ୍ରଦେଶ କଂଗ୍ରେସ କମିଟି ସଂପାଦକ ସୁଦାମ ସାହୁ, ଜିଲ୍ଲା ଉପସଭାପତି ସନ୍ତକ ବହିଦାର, ସାଧାରଣ ସଂପାଦକ ପ୍ରଫୁଲ୍ଲ ମିଶ୍ର,  ବରିଷ୍ଠ କାର୍ଯ୍ୟକର୍ତ୍ତା ପବିତ୍ର ବେହେରା, ଓମ୍ କୁମ୍ଭାର, ମାନସ ମହାନ୍ତି, ଅମିୟ ମିଶ୍ର, ଅମିତ ସାହୁ, ମଧୁ ନାଗ, ଅଭିନାଶ ସାଏ, ସଂଜୟ ମିଶ୍ର, କୂଳମଣି ସାହୁ, ଅଖଣ୍ଡ ସେଠ, ଅନ୍ତ ବେହେରା, ଅଶୁତୋଷ ମହାନ୍ତି, ରାଜେନ୍ଦ୍ର ସାଏ, ପବିତ୍ର ନେପାକ, ଜ୍ୟୋତିଷ ମୁଗ୍ରୀ ପ୍ରମୁଖ ବିକ୍ଷୋଭ ସଭାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ  କର୍ମକର୍ତ୍ତା ରାମ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault