ହେଡଲାଇନସ୍:

"କେନ୍ଦ୍ରସରକାରଙ୍କ ପିଏସୟୁ ସାମ୍ନାରେ ବିଜେଡ଼ିର ପ୍ରତିବାଦ କେବଳ ଡ୍ରାମା ବାଜି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବୀନ ବାବୁ କହିବେ କି ରାଜ୍ୟସରକାରଙ୍କ ଅଧୀନରେ ଥିବା ପିଏସୟୁରେ କେତେ ପିଲା  ନିଯୁକ୍ତି ପାଇଛନ୍ତି - ପୃଥ୍ୱୀରାଜ

ଭୁବନେଶ୍ୱର - ଶାସକ ବିଜେଡି କେନ୍ଦ୍ରସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ସାମ୍ନାରେ ବିରୋଧ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଏବଂ ଉଦେ୍ଧଶ୍ୟ ପ୍ରଣୋଦିତ । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ରାଜ୍ୟର ବିକାଶ ହେବା ସହ ଅର୍ଥନୀତି ବୃଦ୍ଧି ପାଉଛି । ଏଥି ସହ ନିଯୁକ୍ତି ସୃଷ୍ଟି କରିବାରେ  ରାଷ୍ଟ୍ରାୟତ ଉଦ୍ୟୋଗମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଏହାକୁ ବିରୋଧ କରିବା ଅର୍ଥ ହେଉଛି ଶାସକ ବିଜେଡି ଦଳର ମୂର୍ଖତାର ପରିଚୟ ଏବଂ ଓଡିଆ ବିରୋଧୀ ମାନସିକତା । ଗୋଟିଏ ପଟେ ମେକ୍ ଇନ୍ ଓଡିଶା କଲକ୍ଲେଭ କରିବା ଅନ୍ୟପଟେ କେନ୍ଦ୍ରସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ସାମ୍ନାରେ ଧାରଣା ଦେବା ଶାସକ ବିଜେଡିର ନୀତି ଏବଂ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ।

ରାଜ୍ୟସରକାର ରାଜ୍ୟରେ ଶିଳ୍ପମାରଣ ନୀତି ଅବଲମ୍ବନ କରୁଛନ୍ତି । ବିଭିନ୍ନ ବାହାନା ଦେଖାଇ ବିଜେଡି ସରକାର ଶିଳ୍ପ ଗୁଡିକୁ ବିରୋଧ କରିବା ଅତ୍ୟନ୍ତ ନିନ୍ଦନୀୟ । ନିଯୁକ୍ତି ମାମଲାରେ ୧୯ ବର୍ଷର ନବୀନ ପଟ୍ଟନାୟକ ସରକାରର ସ୍ଥାଣୁତା ଅପାରଗତାକୁ ଲୁଚାଇବାକୁ ଯାଇ ବିଜେଡ଼ି ଆନେ୍ଦାଳନର ଡ଼୍ରାମା କରୁଛି । ରାଜ୍ୟସରକାରଙ୍କ ଅଧୀନରେ ଥିବା ଓଏମସି, ଇଡକୋ, ଇପିକଲ, ଯୋଗାଣ ନିଗମରେ କେତେ ଜଣ ନିଯୁକ୍ତି ପାଇଛନ୍ତିି ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ରାଜ୍ୟସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ଓଡିଶାକୁ ଆସୁଥିବା ଶିଳ୍ପ ସଂସ୍ଥା ମାନଙ୍କୁ ରାଜ୍ୟସରକାର ଅବହେଳା କରିଚାଲିଛନ୍ତି । କେବଳ ଏମଓୟୁ ବ୍ୟତୀତ ରାଜ୍ୟରେ କୌଣସି ଶିଳ୍ପ ସଂସ୍ଥା ରହିପାରୁନାହାଁନ୍ତି । ରାଜ୍ୟରେ ଇମ୍ଫା ତାହାର ଏକ ବଡ ଉଦାହରଣ । ରାଜ୍ୟସରକାରଙ୍କ ଭୁଲ ନୀତି ଯୋଗୁଁ ଗତ କିଛି ବର୍ଷରେ ୧୫୩୧୫ ପଞ୍ଜିକୃତ ଏମଏସଏମଇ ବନ୍ଦ ହେବା ଯୋଗୁଁ  ୧ଲକ୍ଷ ୩୦ ହଜାର ଚାକିରୀ ହରାଇବା ସହ ୪୫୬ କୋଟି ଟଙ୍କାର ପୁଞ୍ଜି ନିବେଶ ବ୍ୟର୍ଥ ହୋଇଛି ବୋଲି ରାଜ୍ୟସରକାରଙ୍କ ତଥ୍ୟରୁ ଆସିଛି । ଅନ୍ୟପଟେ ବିଜେଡ଼ି ତାର ନିର୍ବାଚନ ପ୍ରତିଶୃତିରେ ଯେଉଁ ଲକ୍ଷ ଲକ୍ଷ ନିଯୁକ୍ତିର କଥା କହିଥିଲା ତାହା କୁଆଡେ଼ ଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ନାଲକୋର ଅବସ୍ଥିତି ଯୋଗୁଁ ଓଡିଶା ଆଜି ଆଲୁମିନିୟମ ରାଜ୍ୟ ଭାବେ ଦେଶରେ ପରିଚତ ହୋଇପାରିଛି । ଦେଶର ସବୁଠୁ ଉତମ ବନ୍ଦର ଭାବେ ପାରାଦୀପ ଟଷ୍ଟ୍ର ବୋର୍ଡ ପୁରସ୍କାର ପାଉଛି । ଏନଟିପିସି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କାର ଅନୁଦାନ ଦେଇ ସାରିଛନ୍ତି । କିନ୍ତୁ ରାଜ୍ୟସରକାର ଜମି ଅଧିଗ୍ରହଣ ନକରି ରାଜ୍ୟର ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ ବାଧକ ହେଉଛନ୍ତିି । ସେହିପରି ରେଳ ପଥର ଉନ୍ନତି କରଣ ଏବଂ ନୂତନ ରେଳ ଲାଇନ ନିର୍ମାଣ ପାଇଁ ରାଜ୍ୟସରକାର ଜମିଅଧିଗ୍ରହଣ ପାଇଁ କୌଣସି ପଦକ୍ଷେପ ନନେଇ ରାଜନୀତି କରିଚାଲିଛନ୍ତି ।

ରାଷ୍ଟ୍ରାୟତ ଉଦ୍ୟୋଗ ହୁଅନ୍ତୁ ଅଥବା ବେସରକାରୀ କମ୍ପାନୀ ସେମାନଙ୍କର ଶିଳ୍ପ ପ୍ରତିଷ୍ଠା  ଓ ନିଯୁକ୍ତି ନେଇ ରାଜ୍ୟସରକାରଙ୍କ ସହିତ ଏମଓୟୁ ରହିଛି । ରାଜ୍ୟସରକାରଙ୍କ ଆରପିଡ଼ିଏସି ମିର୍ଟିଙ୍ଗ୍ ଆରଡ଼ିସି ଓ ଜିଲ୍ଲାପାଳମାନେ ଶିଳ୍ପମାନଙ୍କ ସ୍ଥାନୀୟ ଅଂଚଳ ବିକାଶ ଓ ନିଯୁକ୍ତି ନେଇ ସମୀକ୍ଷା କରିବାର ଅଧିକାର ଅଛି କି ନାହିଁ? ଏହାର ରାଜ୍ୟସରକାର ସମୀକ୍ଷା କରି କୌଣସି ପଦକ୍ଷେପ ନ ନେଇ ମିଛ ନାଟକ କାହିଁକି କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । 

0
0
0
s2sdefault