ହେଡଲାଇନସ୍:

"କେନ୍ଦ୍ର ସରକାରଙ୍କ ଓଡ଼ିଶା ଯୁବ ଶକ୍ତିକୁ ପ୍ରତାରଣା ଓ ବିଶ୍ୱାସଘାତ କରିଛନ୍ତି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରୀୟ ପିଏସ୍‍ୟୁ ସମ୍ମୁଖରେ ବିଜୁ ଯୁବ-ଛାତ୍ର ଜନତା ଦଳର ବିକ୍ଷୋଭ

ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତୀୟ ଜନତା ପାର୍ଟି ୨୦୧୪ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ, ପ୍ରତିବର୍ଷ ୨କୋଟି ଚାକିରି ଯୋଗାଇଦେବ । ଗତ ସାଢେ ଚାରିବର୍ଷ ମଧ୍ୟରେ ଭାରତବର୍ଷକୁ ବିଜେପି ଶାସିତ କେନ୍ଦ୍ର ସରକାର ୯କୋଟି ଚାକିରି ଯୋଗାଇ ଦେବାକଥା । ବିଡ଼ମ୍ବନାର ବିଷୟ ଯେ, ଘୋଷିତ ଚାକିରି ସୃଷ୍ଟି ନହେଉଣୁ ଭାରତବର୍ଷରେ କୋଟି କୋଟି ଚାକିରି ବନ୍ଦ ହୋଇଯାଇଛି । ଓଡ଼ିଶା କ୍ଷେତ୍ରରେ ଏହି ୧୦ କୋଟି ଚାକିରି ଅନୁପାତ ଅନୁସାରେ ରାଜ୍ୟର ଯୁବଶକ୍ତି ୩୬ ଲକ୍ଷ ଚାକିରି କେନ୍ଦ୍ରର ପ୍ରତିଶ୍ରୁତି ଅନୁସାରେ ପାଇବାର କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଫଳପ୍ରଦ ହେଇନାହିଁ । ଏସବୁ କେବଳ ମିଥ୍ୟା ପ୍ରତିଶ୍ରୁତି ଓ ଯୁବଶକ୍ତିଙ୍କୁ ପ୍ରତାରଣା କହିଲେ ଅତୁ୍ୟକ୍ତି ହେବନାହିଁ । ଏଭଳି ମିଥ୍ୟା ପ୍ରତିଶ୍ରୁତି ଏବଂ ଯୁବଶକ୍ତିଙ୍କୁ ପ୍ରତାରଣା କରିବା ବିରୋଧରେ ଆଜି ଶେଷଦିନରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ସମ୍ବଲପୁରର ଏମ୍‍ସିଏଲ୍‍ ଅଫିସ୍‍, ରାଉରକେଲାର ଆର୍‍ଏସ୍‍ପି କାର୍ଯ୍ୟାଳୟ, ଭୁବନେଶ୍ୱରର ନାଲ୍‍କୋ ଅଫିସ୍‍, ଆଇଓସିଏଲ୍‍ ଏବଂ ରେଳ ସଦନ ଅଫିସ୍‍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ଧାରଣା କରାଯାଇଥିବା ବେଳେ ପାରାଦୀପ ସ୍ଥିତ ଆଇଓସିଏଲ୍‍ ବିଶୋଧନାଗାର ସମ୍ମୁଖରେ ମଧ୍ୟ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଥିଲା ।

ବିକ୍ଷୋଭ ଓ ଧାରଣା ସ୍ଥଳରେ ଉପସ୍ଥିତ ନେତୃମଣ୍ଡଳୀ କହିଥିଲେ ଯେ ଓଡ଼ିଶାରେ ୩୦ରୁ ଊଦ୍ଧ୍ୱର୍ କେନ୍ଦ୍ରୀୟ ପିଏସ୍‍ୟୁ ସଂସ୍ଥା ଥିଲାବେଳେ ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ସେଥିରେ ନିଯୁକ୍ତି ସୁଯୋଗ ନାହିଁ । କେନ୍ଦ୍ର ସରକାର ଏହି ପିଏସ୍‍ୟୁମାନଙ୍କରେ ଅନ୍ୟ ରାଜ୍ୟରୁ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତି ପ୍ରତି ଧ୍ୟାନ ଦେଇନାହାନ୍ତି । କେନ୍ଦ୍ରୀୟ ପିଏସ୍‍ୟୁମାନେ ଓଡ଼ିଶାରୁ କୋଟି କୋଟି ଟଙ୍କା ଲାଭ ଆକାରରେ ନେଉଛନ୍ତି । ନାଲ୍‍କୋ କମ୍ପାନୀ ଚଳିତ ବର୍ଷ ତା’ର ରାଜସ୍ୱ ଦ୍ୱିଗୁଣିତ କରି ୧୩୪୨ କୋଟି ଟଙ୍କାରେ ପହଞ୍ଚଥିଲା ବେଳେ ଓଡ଼ିଆ ଯୁବଶକ୍ତିଙ୍କ ପାଇଁ କୌଣସି ନୂତନ ନିଯୁକ୍ତି ସୃଷ୍ଟି କରିନାହିଁ । ୨୦୧୭-୧୮ ଆର୍ଥôକ ବର୍ଷରେ ଆଇଓସିଏଲ୍‍ ୮୨୪୫ କୋଟି ଟଙ୍କା ଲାଭ କରିଥିବା ବେଳେ ଏଚ୍‍ପିସିଏଲ୍‍ ୨୬୫୯ କୋଟି ଟଙ୍କା ଏବଂ ବିପିସିଏଲ୍‍ ୩୧୦୨ କୋଟି ଟଙ୍କା ଲାଭ କରିଥିବା ସତ୍ତେ୍ୱ ଓଡ଼ିଆ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇ ନଦେବା କେନ୍ଦ୍ର ସରକାରଙ୍କର ଯୁବ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ପାରାଦୀପ ଠାରେ ଇଣ୍ଡିଆନ୍‍ ଅଏଲ କର୍ପୋରେସନ୍‍ କାରଖାନାରେ ଓଡ଼ିଆ ଯୁବକ ଯୁବତୀଙ୍କୁ ଚାକିରି ଦିଆଯାଉନାହିଁ । ଏହି ପ୍ରଶ୍ନ କେବଳ ବିଜୁ ଜନତା ଦଳର ନୁହେଁ, ଏହି ସମାନ ପ୍ରଶ୍ନ ଭାରତୀୟ ଜନତା ପାର୍ଟିର ନେତାମାନେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର ଜବାବ ପାଇପାରିନାହାନ୍ତି । ଏହି କେନ୍ଦ୍ରୀୟ ପିଏସ୍‍ୟୁଗୁଡିକରେ ଯେଉଁ ଖାଲିସ୍ଥାନ ଅଛି, ସେଥିରେ ଓଡ଼ିଶାର ଯୁବକ-ଯୁବତୀଙ୍କ ନିଯୁକ୍ତି ମିଳୁ ବୋଲି ଦାବି କରିଥିଲେ ।

ଭୁବନେଶ୍ୱର ଅନୁଷ୍ଠିତ  ଏହି ବିକ୍ଷୋଭ ଓ ଧାରଣାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ସଂଜୟ କୁମାର ଦାସବର୍ମା, ପ୍ରଭାତ ରଞ୍ଜନ ବିଶ୍ୱାଳ, ଦେବଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ରାଜ୍ୟ ସଂପାଦକ ବିଜୟ ନାୟକ, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ମେୟର ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ମୁଖପାତ୍ର ସୁଲୋଚନା ଦାସ, ପାନେଲିଷ୍ଟ ସୁଲତା ଦେଓ, ଯୁବ ବିଜେଡି ଉପଦେଷ୍ଟା ଅମରେଶ ଜେନା, ସୁନୀଲ ପ୍ରଧାନ, ଉପ-ସଭାପତି ଦୁର୍ଗା ସାମନ୍ତରାୟ, ପ୍ରକାଶ ତ୍ରିପାଠୀ, ପୃଥ୍ୱୀରାଜ ସାହୁ, ସନ୍ତୋଷ ବେଜ, ଦୟାନିଧି ନାୟକ, ରାକେଶ ରାମ, ସାଧାରଣ ସଂପାଦକ ଜ୍ୟୋତିରଞ୍ଜନ ଜେନା, ଧୃତୀ ରଞ୍ଜନ ମାର୍ଥା, ସୁନୀଲ ପଣ୍ଡା, ପ୍ରମୋଦ କୁମାର ମହାପାତ୍ର, କିଶୋର ନାୟକ, ଏଲିନା ଦାସ, ମଧୁସ୍ମିତା ପରିଡ଼ା, ନରେଶ ପାତ୍ର, ତନ୍ମୟ ସ୍ୱାଇଁ, ସଂପାଦକ ମଳୟ ରଞ୍ଜନ ପତି, ଶୁଭ୍ରାଂଶୁ ନାରାୟଣ ମିଶ୍ର, ଅଂଶୁମାନ ରଶ୍ମୀ ସାଗର ସେଠୀ, ରଞ୍ଜିତ ରାୟ, ଜନସନ୍‍ ମହାପାତ୍ର, ଆଶିଷ ରଞ୍ଜନ ମିଶ୍ର, ଆଲୋକ ଭଟ୍ଟ, ପୃଥ୍ୱୀରାଜ ପଣ୍ଡା,  ସାଂଗଠନିକ ସଂପାଦକ ତାରିଣୀ ପ୍ରସାଦ ନାୟକ, ରଶ୍ମୀ ରଞ୍ଜନ ଦାସ, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା, ଭୁବନେଶ୍ୱର ଜିଲ୍ଲା ସଭାପତି ଅମରଜିତ ସେନାପତି, କାର୍ଯ୍ୟକାରୀ ସଭାପତି ସୁଜିତ ସ୍ୱାଇଁ, କଟକ ଜିଲ୍ଲା ସଭାପତି ଜ୍ଞାନେନ୍ଦ୍ରଗିରି ଗୋସ୍ୱାମୀ, ଖୋର୍ଦ୍ଧା ଜିଲ୍ଳା ସଭାପତି ବିଷ୍ଣୁପ୍ରସାଦ ଡାଙ୍ଗ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଉପ-ସଭାପତି ରାଜେଶ ରାଜ ସ୍ୱାଇଁ, ଭେଲମନ୍‍ ନାୟାର, ମନଜିତ ଦାସ, ସାଧାରଣ ସଂପାଦକ ପ୍ରଦୋଷ ପରିଡ଼ା, ବିଶ୍ୱପ୍ରତାପ ସାହୁ,  ସୁଜିତ ପାଲ୍‍ଟାସିଂହ, ଅସିତ ସାମଲ, ସ୍ମୃତିରଞ୍ଜନ ପଟ୍ଟନାୟକ, ଅପୂର୍ବା ଅପରୂପା, ମନୋଜ ସେନାପତି, ସ୍ମୃତିରଞ୍ଜନ ସାମଲ, ଶ୍ରୀଚନ୍ଦନ ପାତ୍ର, ସମ୍ବିତ ବେହେରା, ସନ୍ତୋଷ ମହାପାତ୍ର, ମିକୁ ପ୍ରଧାନ, ପ୍ରଦୋଷ ସ୍ୱାଇଁ, ଦୀପକ ବେହେରା, ସ୍ୱାଗତିକା ମହାନ୍ତି, ଭଗବାନ ସାହୁ, ସଂପାଦକ ପ୍ରମୋଦ ପାତ୍ର, ଦିଲ୍ଲୀପ ସେନାପତି, ଅମିତ ପଟ୍ଟନାୟକ, ରାଜଲକ୍ଷ୍ମୀ ବେହେରା, ଦୀପକ ସାହୁ, ସାଂଗଠନିକ ସଂପାଦକ ସଂସଦ ନାୟକ, ସ୍ନେହାଶିଷ ଜେନା, ଏସ୍‍କେ. ଇମ୍ରାନ୍‍, କାଶୀନାଥ ବେହେରା, ମନୋଜ ପଶ୍ଚିମକବାଟ, ଯୋଗେଶ ଜେନା, ରଞ୍ଜିତ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଜୋନ୍‍ ସଭାପତି ଅଜିତ ବେହେରା, କଟକ ଜିଲ୍ଲା ସଭାପତି ସ୍ମୃତିରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ସମ୍ବଲପୁରରେ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ସଭାପତି ପ୍ରମୋଦ ରଥ, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ସିଦ୍ଧାର୍ଥ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ସୁବାଷ ଜେନା, ରାଜ୍ୟ ସଂପାଦକ ଆର.କେ. ଶିବକୁମାର, ସମ୍ବଲପୁର ନଗର ସଭାପତି ପ୍ରଫୁଲ୍ଲ ଦାଶ, ବୁର୍ଲା ନଗର ସଭାପତି ଦେବାଶିଷ ନନ୍ଦ, ହୀରାକୁଦ ନଗର ସଭାପତି ସାନ୍ତନୁ ବଡ଼ପଣ୍ଡା, ଛାତ୍ର ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ଶଙ୍କର ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ରାଉରକେଲାରେ ବିଧାୟକ ସୁବ୍ରତ ତରାଇ, ପୂର୍ବତନ ବିଧାୟକ ସାରଦା ପ୍ରସାଦ ନାୟକ, ରାଜ୍ୟ ସଂପାଦକ ଆନନ୍ଦ ଚନ୍ଦ୍ର ମହାନ୍ତି, ବି.ଏନ୍‍. ଦାସ, ଶ୍ରୀଚରଣ ମହାନ୍ତି, ଯୁବ ବିଜେଡି ଉପଦେଷ୍ଟା କୁନବିହାରୀ ଦାସ, ଜିଲ୍ଲା ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀ, ବ୍ଲକ ସଭାପତି ସତ୍ୟବ୍ରତ ପ୍ରଧାନ, ରାଜ୍ୟ ସଂପାଦକ ବିଭୂତି ପୁହାଣ, ଛାତ୍ର ବିଜେଡି ସୁନ୍ଦରଗଡ଼ ଜିଲ୍ଳା ସଭାପତି ରାଣାପ୍ରତାପ ସିଂହ, ଉପ-ସଭାପତି ଦୁଃଶମନ୍ତ ରାଉତରାୟ, ସଂପାଦକ ରାକେଶ ସିନ୍ଧୁରିଆ, କର୍ମକର୍ତ୍ତା ସମ୍ବିତ ଛୋଟରାୟ, ରାଜଲକ୍ଷ୍ମୀ ଦାସ, ପ୍ରଦ୍ୟୁମ୍ନ  କୁମାର ବିକ୍ରମସିଂହ, ଆଶିଷ ରଞ୍ଜନ ମାଛ, ମନୋଜ ବେହେରା, ଗଜେନ୍ଦ୍ର ପାତ୍ର, ରାଉରକେଲା ବିଜେଡି ପର୍ଯ୍ୟବେକ୍ଷକ ମାନସ ମହାନ୍ତି ପ୍ରମୁଖ ବିକ୍ଷୋଭରେ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କ ଅବହେଳା ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ ।

ସେହିପରି ପାରାଦୀପ ଠାରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରତାପ ଜେନା, ବିଧାୟକ ପ୍ରଶାନ୍ତ ମୁଦୁଲି, ସାଂସଦ କୁଳମଣୀ ସାମଲ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ବିଜେଡି ନଗର ସଭାପତି ସୁମନ୍ତ ବିଶ୍ୱାଳ, ପୂର୍ବତନ ପୌରାଧ୍ୟକ୍ଷ ଗୋବିନ୍ଦ ତରାଇ, ଯୁବ ବିଜେଡି ରାଜ୍ୟ ସଂପାଦକ ଡେଜାଲିନ୍‍ ମହାପାତ୍ର, ଜିଲ୍ଲା ସଭାପତି ଅଲୋକ ମହାପାତ୍ର, ଛାତ୍ର ବିଜେଡି ଜିଲ୍ଲା ସଭାପତି ଆଶିଷ ମହାପାତ୍ର ପ୍ରମୁଖ ବିକ୍ଷୋଭ ଓ ଧାରଣାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault