ହେଡଲାଇନସ୍:

ଜିଲ୍ଲା ବିଜେଡିରେ ସୁ-ଶି କନ୍ଦଳ , ଦଳ ହେଲାଣି ଦୁଇ ଫାଳ : କେମିତି ସମ୍ଭାଳୁଛ ସମ୍ଭାଳ .।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା  ଜିଲ୍ଲା ବିଜେଡିରେ (ସୁ-ଶି) କନ୍ଦଳ , ଦଳ ହେଲାଣି ଦୁଇ ଫାଳ | ଆଗାମୀ ୨୦୧୯ ନିର୍ବାଚନ ରେ ବିଷମକଟକ ନିର୍ବାଚନ ମଣ୍ଡଳୀ ଓ ଗୁଣପୁର ନିର୍ବାଚନ ମଣ୍ଡଳୀ ଉପରେ ଏହାର ପ୍ରଭାବ ପଡିପାରେ ବୋଲି ବିଜେଡି ମହଲ ରେ ଚର୍ଚ୍ଚା ଜୋର ଧରିଛି । ଏବେ ଜିଲ୍ଲାରେ ଚର୍ଚ୍ଚା, ଦଳ ଉପରେ ନିୟନ୍ତ୍ରଣ ହରାଇଲେଣି ମୁଖିଆ , ବିଜେଡିରେ ଅଗୋଚରରେ ସୃଷ୍ଟି ହେଲାଣି କମ୍ପନ !!

ରାୟଗଡା ଜିଲ୍ଲା ବିଜେଡି ଉପରେ ଦଳର ମୁଖିଆଙ୍କ ନିୟନ୍ତ୍ରଣ ଦିନକୁ ଦିନ କମିବାରେ ଲାଗିଲାଣି , ପର୍ଯ୍ୟବେକ୍ଷକଙ୍କୁ ଛାଡି ଦେଲେ ଦଳ ଭିତରେ ଏବେ ଦ୍ବିତୀୟ ,ତୃତୀୟ କ୍ଷମତା କେନ୍ଦ୍ର ସୃଷ୍ଟି ହେଲାଣି ।

କାହାକୁ ନେତା ଭାବିବେ ଏହାକୁ ନେଇ ଦଳ ରେ ଅଧିକାଂଶ ନେତାଙ୍କ ଚିନ୍ତା ବଢିବାରେ ଲାଗିଛି । ଦଳ ଭିତରେ କିଛି ନେତା ଓ କର୍ମୀ ଅଣ ନିଶ୍ବାସୀ ହୋଇପଡି ଏବେ ଦଳ ଛାଡିବା ପାଇଁ ସଜବାଜ ହେଲେଣି ବୋଲି ଚର୍ଚ୍ଚା ଜୋର |  ଆନ୍ଧ୍ର ର ବିଶାଖାପାଟଣାଠାରେ ବିଜେଡି ର ଗୁପ୍ତ ଆଲୋଚନା ପରେ ଦଳ ମଧ୍ୟରେ ଏକ ପ୍ରକାର କମ୍ପନ ସୃଷ୍ଟି ହେଲାଣି ।

ବିଜେଡିର (ସୁ-ଶି) ଜଣେ ସୁ ହେଲେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଶ୍ରୀ ସୁଧିର ଦାଶ ଏବଂ ଶି ହେଲେ ଶ୍ରୀ ଶିବ ଗୌଡ ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ଏହି ଦୁଇ ଜଣଙ୍କୁ ନେଇ ଦଳ ମଧ୍ୟରେ ସବୁ ସମୟରେ କନ୍ଦଳ ଲାଗିରହିଛି । ଏପରିକି ତୁଣ୍ଡ ଖୋଲିଲେ ମୁଣ୍ଡ କଟିଯିବା ଭୟରେ ସବୁ ନେତା ଚୁପ୍ ।

ଉଭୟ ନେତାଙ୍କ ମଧ୍ୟରେ ୪ ବର୍ଷ ହେଲା ଲାଗି ରହିଛି ବିଭିନ୍ନ ପ୍ରକାର ବିବାଦ | କେତେବେଳେ କୌଣସି ଅଫିସରଙ୍କ ବଦଳିକୁ ନେଇ , ଅନୁଦାନ ବଣ୍ଟନ , ଦଳୀୟ ପଦ ପଦବୀ ବଣ୍ଟନ , ଗୁଣୁପୁର ପୌରସଂସ୍ଥାରେ ଅନାସ୍ଥା ପ୍ରସଙ୍ଗ ତ କେତେବେଳେ ମଦ ଦୋକାନ ପ୍ରତିଷ୍ଠାକୁ ନେଇ ।
ଏହିସବୁ ପରିସ୍ଥିତିରେ କିନ୍ତୁ ଶିବ ଗୌଡଙ୍କ ପଲା ସବୁଥିରେ ଭାରୀ | ହେଲେ ଏଭଳି ପରିସ୍ଥିତିରେ ଦଳ ଆଗକୁ ସମସ୍ୟାର ସମାଧାନ ଦିଗରେ କି ପ୍ରକାର ନିଷ୍ପତ୍ତି ନେବ ନା ଦୁହିଁଙ୍କ ମଧ୍ୟରେ ଲଢେଇ ଜାରି ରହିବ ତାହା ଉପରେ ରହିଛି ସଭିଙ୍କ ନଜର ...।

0
0
0
s2sdefault