ହେଡଲାଇନସ୍:

କର୍ମ ନିୟୋଜନ କାର୍ଯ୍ୟାଳୟରେ  ତାଲା ପକାଇଲେ ବିଜେପି ଯୁବ ମୋର୍ଚ୍ଚା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ: ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ମିଳୁ ନଥିବାରୁ ରାୟଗଡା ଜିଲ୍ଲା ଗୁଣପୁର ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର କର୍ମ ନିୟୋଜନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।

ଗୁଣପୁର ବ୍ଲକ ଖ ଜୋନ ଯୁବ ମୋର୍ଚ୍ଚା ସଭାପତି ସୁମନ ସାହୁକାର ଙ୍କ ନେତୃତ୍ୱ ରେ ଦଳୀୟ ଯୁବ କର୍ମୀ ମାନେ ଶୋଭାଯାତ୍ରା ରେ ସହର ପରିକ୍ରମା କରି କର୍ମ ନିୟୋଜନ କାର୍ଯ୍ୟାଳୟ ଥରେ ପହଁଚିଥିଲେ । ସେଠାରେ ସେମାନେ ଵିକ୍ଷୋଭ ପ୍ରଦର୍ଶନ କରିବା ସହ ଉକ୍ତ କାର୍ଯ୍ୟାଳୟ ରେ ତାଲା ପକାଇଥିଲେ । ଯୁବମୋର୍ଚ୍ଚାର ଜିଲ୍ଲା ସଭାପତି ନୀଳାଦ୍ରି ପାତ୍ର , ନଗର ସଭାପତି ବଦ୍ରୀନାଥ ମହାନ୍ତି ,ଜିଲ୍ଲା ସାଧାରଣ ସମ୍ପାଦକ ଭାସ୍କର ପଣ୍ଡା , ଉଦୟ ପଣ୍ଡା ଓ ବିଦ୍ୟାଧର ଶବର ଙ୍କ ସମେତ ବହୁ କର୍ମକର୍ତ୍ତା ଏବଂ ଯୁବ ନେତା ମାନେ ଉପସ୍ଥିତ ରହିଥିଲେ ।

0
0
0
s2sdefault