ହେଡଲାଇନସ୍:

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଞ୍ଜାମର ଧୋୟାକଣ ଗ୍ରାମରେ ନାବାଳିକା ଗଣଦୁଷ୍କର୍ମକୁ ବିରୋଧ

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ଗଞ୍ଜାମ ଜିଲ୍ଲାର ପୋଲସରା ଗଣଦୁଷ୍କର୍ମ ଘଟଣାକୁ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତୀବ୍ର ବିରୋଧ କରିଛି । ଏଭଳି ଘଟଣା ସମଗ୍ର ରାଜ୍ୟବାସୀଙ୍କ ପାଇଁ ନିନ୍ଦନୀୟ ହୋଇଥିବା ବେଳେ ଏହି ଅଞ୍ଚଳ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ଦାବି କରିଚନ୍ତି । ଆଜି ଏ ନେଇ ମହିଳାମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳା ଦାହ କରାଯାଇଛି । ଗଞ୍ଜାମ ଜିଲ୍ଲାର ପୋଲସରା ଧୋୟାକଣ ଗ୍ରାମର ଜଣେ ୮ ବର୍ଷ ନାବାଳିକାଙ୍କୁ ରାତିରେ ଘରୁ ଉଠେଇ ନେଇ ତା ସହିତ ୩ଜଣ ଯୁବକ ଦୁଷ୍କର୍ମ କରିବା ପ୍ରମାଣ କରୁଛି ଯେ ରାଜ୍ୟର ମହିଳା, ଝିଅମାନେ କେତେ ଅସୁରକ୍ଷିତ । ଖୋଦ୍ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବା ବେଳେ ତାଙ୍କ ଅଧିନରେ ଥିବା ରାଜ୍ୟ ପୁଲିସ ବିଭାଗ ତାଙ୍କ ନିଜ ଅଞ୍ଚଳର ମହିଳା, ଝିଅଙ୍କୁ ସୁରକ୍ଷା ଦେଇ ନ ପାରିବା ଦୁର୍ଭାଗ୍ୟର କଥା ବୋଲି ଖୁଣ୍ଟିଆ ତାଙ୍କ ବକ୍ତବ୍ୟରେ କହିଥିଲେ । ପରେ ମହିଳାମୋର୍ଚ୍ଚା ପକ୍ଷରୁ ପୁରୁଣା କଲେକ୍ଟର ଗେଟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କୁଶ ପୁତ୍ତଳା ଦାହ କରିଥିଲେ  । ଏହି କାର୍ଯ୍ୟକ୍ରମରେ ସୁମିତ୍ରା ପାଣି, ରମିତା ପାଢୀ, ସୁକାନ୍ତି ମିଶ୍ର, ଆଶାରାଣୀ ପଣ୍ଡା, ଭାରତୀ ବିଶ୍ୱାଳ, ଉର୍ମିଳା ସାହୁ, ସସ୍ମିତା ପ୍ରଧାନ, ଡାକ୍ତର ପ୍ରଦିପ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault