ହେଡଲାଇନସ୍:

ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିନଥିବା ପ୍ରତିବାଦରେ ଜିଲ୍ଲା ଭାଜପା ଯୁବମୋର୍ଚ୍ଚାର ଜିଲ୍ଲା ନିୟୋଜନ  କାର୍ଯ୍ୟାଳୟରେ ତାଲାପକା ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ବେକାର ଯୁବକ ଯୁବତୀ ମାନଙ୍କୁ ଏମ୍ପଲଏମେଣ୍ଟ ଏµଚେଞ୍ଜ ମାଧ୍ୟମରେ ଚାକିରୀ ନିଯୁକ୍ତି ନମିଳିବା ଫଳରେ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢି ଚାଲୁଥିବା ପ୍ରତିବାଦରେ ପାରଳାଖେମୁଣ୍ଡି (ରାଣିପେଣ୍ଠା) ସ୍ଥିତ ଜିଲ୍ଲା ଏମ୍ପଲଏମେଣ୍ଟ ଏକ୍ସଚେଂଜ  (ନିୟୋଜନ କାର୍ଯ୍ୟାଳୟ) ସାମନାରେ ଭାଜପାର ଜିଲ୍ଲା ଯୁବମୋର୍ଚ୍ଚା ୟୁନିଟ ପକ୍ଷରୁ ତାଲା ପକା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଭାଜପା ଯୁବମୋର୍ଚ୍ଚା ସମେତ ଭାଜପାର ବିଭିନ୍ନ ୟୁନିଟର ଶତାଧିକ ସଂଖ୍ୟାରେ କର୍ମୀମାନେ କର୍ମନିୟୋଜନ ସଂସ୍ଥା କାର୍ଯ୍ୟାଳୟ ସାମନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ବେକାର ଯୁବକ ଯୁବତୀ ମାନଙ୍କ ନିଯୁକ୍ତି ଦେବା ନୀତିରେ ସମାଲୋଚନା କରି ରାଜ୍ୟ ସରକାର ବିରୋଧି ନାରାବାଜି କରିଥିଲେ । ଭାଜପାର ଯୁବମୋର୍ଚ୍ଚା ସଭାପତି ବାବୁନା ବେହେରା ଏବଂ ଉପସଭାନେତ୍ରୀ ଅରୁଣିମା ସାହୁ ସାମ୍ୱାଦିକ ମାନଙ୍କୁ ଏ ଦିଗରେ ଅଧିକ ସୂଚନା ଦେଇ କହିଥିଲେଯେ ବିଜେଡିର ଦୀର୍ଘ ୧୯ ବର୍ଷ ଶାସନ ମଧ୍ୟରେ ଯେତେସବୁ ଏମ୍ପଲଏମେଣ୍ଟ ଏକ୍ସଚେଂଜ  ରହିଛି ସେଥିରେ ପ୍ରାୟ ୫୫ଲକ୍ଷ ବେକାର ଯୁବକଯୁବତୀ ଚାକିରୀ କରିବା ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି ।  ଏ ମାଧ୍ୟମରେ ମାତ୍ର୩୪ ହଜାର ବେକାର ଯୁବକ ଯୁବତୀଙ୍କୁ ଚାକିରୀ ମିଳିଛି । ଅନ୍ୟମାନଙ୍କୁ କେବେ ମିଳିବ , ସେମାନଙ୍କ ବୟସ ଅତିକ୍ରମ ହେବାକୁ ଯାଉଛି ? ଏମ୍ପଲଏମେଣ୍ଟ ଏକ୍ସଚେଂଜ ଅଛି ଚାକିରି କି ନିଯୁକ୍ତି ଦିଆଯାଇପାରୁନାହିଁ | ତାହା ହେଲେ ଜିଲ୍ଲାରେ ଏଭଳି ଏମ୍ପଲଏମେଣ୍ଟ ଏକ୍ସଚେଂଜ  କାହା ପାଇଁ ବୋଲି କହି  ଆମେ ତେଣୁ କରି ଏହି କାର୍ଯ୍ୟାଳୟରେ ତାଲା ପକାଇଦେଇଛୁ ବୋଲି କହିଲେ । ଆଗାମୀ ଦିନରେ ଯଦି ରାଜ୍ୟ ସରକାର ବେକାର ଯୁବକ ଯୁବତୀ ମାନଙ୍କୁ ଚାକିରୀ ଦେବା ବ୍ୟବସ୍ଥାର ପଦକ୍ଷେପ ନ ନେଲେ ଏହାର ପ୍ରତିବାଦରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟକାର୍ଯ୍ୟକାରିଣୀ ସଭ୍ୟ ସିଦ୍ଧେଶ୍ୱର ମିଶ୍ର, ଜିଲ୍ଲା ଭାଜପା ସଭାପତି ଭେଙ୍କେଟ ରାବଣା, ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, ବାରିକ ଜେନା ଅରୁଣ ପଟ୍ଟନାୟକ, ରାମକୃଷ୍ଣ ପାଇକ, ଗୌରାଙ୍ଗ ଗୌଡ ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault