ହେଡଲାଇନସ୍:

ରାଜ୍ୟର ଯୁବ ଶକ୍ତି ପ୍ରତି କେନ୍ଦ୍ର ପ୍ରତାରଣା କରିଛି : ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦକ୍ଷିଣାଞ୍ଚଳ ଆର୍‍ଡିସି ଜୋନ ଅନ୍ତର୍ଗତ ରାଷ୍ଟ୍ରାୟତ ଉଦ୍ୟୋଗ ସଂସ୍ଥା ସମ୍ମୁଖରେ ବିଜେଡିର ଶାନ୍ତିପୂର୍ଣ୍ଣ ବିକ୍ଷୋଭ 

ଭୁବନେଶ୍ୱର: ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ ଅଧିନସ୍ଥ ରାଷ୍ଟ୍ରାୟତ ସଂସ୍ଥା ଗୁଡିକରେ ବିଗତ ୪ବର୍ଷ ମଧ୍ୟରେ ଓଡ଼ିଶାର ଯୁବକଯୁବତୀଙ୍କ ନିଯୁକ୍ତି ସ୍ଥିତି ଅତି ଗୌଣ ଓ ନୈରାଶ୍ୟଜନକ । ଏହା ବିରୋଧରେ ପ୍ରତିବାଦ ଜଣାଇ ବିଜୁ ଯୁବ-ଛାତ୍ର ଜନତା ଦଳ ସୋମବାର ଦିନ ଦକ୍ଷିଣାଞ୍ଚଳ ଆର୍‍ଡିସି ଜୋନ ଅନ୍ତର୍ଗତ କେତେକ ରାଷ୍ଟ୍ରାୟତ ଉଦ୍ୟୋଗ ସଂସ୍ଥା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛି । ଆଜି ଦିନ ୧୦ଟାରୁ ୧୨ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଳା ଅନ୍ତର୍ଗତ ଛତ୍ରପୁରସ୍ଥିତ ଭାରତୀୟ ବିରଳ ମୃର୍ତ୍ତିକା କେନ୍ଦ୍ର, ଜଗନ୍ନାଥପୁରସ୍ଥିତ ଏଫ୍‍ସିଆଇ କାର୍ଯ୍ୟାଳୟ ଓ କେରାପୁଟ ଜିଲ୍ଲାରେ ଥିବା ନାଲ୍‍କୋ ଏବଂ ହାଲ୍‍ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ବିଜୁ ଯୁବ-ଛାତ୍ର ଜନତା ଦଳର ସଭ୍ୟ, ବିଧାୟକ, ସାଂସଦଙ୍କ ସହ ବହୁ ସାଂଗଠନିକ କର୍ମକର୍ତ୍ତା ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରି ଧାରଣା ଦେଇଥିଲେ ।

ଓଡ଼ିଶାରେ ଗୋଟିଏ ବା ଯୋଡ଼ିଏ ନୁହେଁ, ୩୦ରୁ ଅଧିକ କେନ୍ଦ୍ରୀୟ ପିଏସ୍‍ୟୁ ସଂସ୍ଥା ଥିଲାବେଳେ ଓଡ଼ିଆ ଯୁବକଯୁବତୀଙ୍କୁ କିନ୍ତୁ ନିଯୁକ୍ତି ସୁଯୋଗ ମିଳିନାହିଁ । ଏପରିକି ୨୦୧୭-୧୮ ଆର୍ଥôକ ବର୍ଷରେ ଆଇଓସିଏଲ୍‍, ବିପିସିଏଲ୍‍ ଓ ଏଚ୍‍ପିସିଏଲ୍‍ ପ୍ରଚୁର ଲାଭ କରିଥିଲା ବେଳେ ଓଡ଼ିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆନଯିବା କେନ୍ଦ୍ର ସରକାରଙ୍କ ଯୁବଶକ୍ତି ବିରୋଧୀଆଭିମୁଖ୍ୟକୁ ସ୍ପଷ୍ଟ ସୂଚାଇ ଦେଉଛି । ଭାରତୀୟ ଜନତା ପାର୍ଟି ୨୦୧୪ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ, ୫ବର୍ଷ ମଧ୍ୟରେ ସେମାନେ ଭାରତବର୍ଷର ଯୁବଶକ୍ତିଙ୍କୁ ୧୦ କୋଟି ଚାକିରି ଯୋଗାଇଦେବେ । ଗତ ସାଢେ ଚାରିବର୍ଷ ମଧ୍ୟରେ ଦେଶକୁ ବିଜେପି ଶାସିତ କେନ୍ଦ୍ର ସରକାର ୯କୋଟି ଚାକିରି ଯୋଗାଇ ଦେବାକଥା । ଓଡ଼ିଶା ପରିପ୍ରେକ୍ଷୀରେ ଏହି ୧୦ କୋଟି ଚାକିରି ଅନୁପାତ ଅନୁସାରେ ରାଜ୍ୟର ଯୁବଶକ୍ତି ୩୬ ଲକ୍ଷ ଚାକିରି କେନ୍ଦ୍ରର ପ୍ରତିଶ୍ରୁତି ଅନୁସାରେ ପାଇବାର କଥା । ବିଡ଼ମ୍ବନାର ବିଷୟ ଯେ, ଘୋଷିତ ଚାକିରି ସୃଷ୍ଟି ନହେଉଣୁ ଭାରତବର୍ଷରେ କୋଟି କୋଟି ଚାକିରି ବନ୍ଦ ହୋଇଯାଇଛି ବୋଲି ଆଜି ଅନୁଷ୍ଠିତ  ଧାରଣାସ୍ଥଳରେ ଦଳର ନେତୃମଣ୍ଡଳୀ ତାଙ୍କ ବକ୍ତବ୍ୟରେ କହିଥିଲେ |

କୋରାପୁଟ ଜିଲ୍ଲାରେ ଆଜିର ଏହି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଏବଂ ଧାରଣାରେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ, ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ପୂର୍ବତନ ବିଧାୟକ ରଘୁରାମ ପାଡାଲ, ରବି ନାରାୟଣ ନନ୍ଦ, ବିଧାୟକ ପ୍ରାର୍ଥୀ ରଘୁରାମ ମାଛ, ଯୁବ ବିଜେଡି ଜିଲ୍ଲା ସଭାପତି ଅମିତ ଅଗ୍ରୱାଲ୍‍, ଛାତ୍ର ବିଜେଡି ଜିଲ୍ଲା ସଭାପତି ଶିବରାଜ ଖଣ୍ଡପାଣି, ସଭ୍ୟ ସୁବ୍ରତ ବାଗ, ମହେଶ ସାମନ୍ତରାୟ, ସମୀର ରଥ, ରାଜେଶ ପାଢ଼ୀ ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସଭାପତି ତଥା ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରିୟଂଶୁ ପ୍ରଧାନ, ଯୁବ ବିଜେଡି ଜିଲ୍ଲା ସଭାପତି ଧନଞ୍ଜୟ ରାଓ, ଜୋନ୍‍ ସଭାପତି ଧନଞ୍ଜୟ ରେଡ୍ଡୀ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଡିଆରଡିଏ ଅଧ୍ୟକ୍ଷ ସୁବାଷ ବେହେରା, ଛାତ୍ର ବିଜେଡି ରାଜ୍ୟ ଉପ-ସଭାପତି ସୁଦୀତ ପାଢ଼ୀ, ଜୋନ୍‍ ସଭାପତି ରାଜେଶ ଦୋରା, ରାଜ୍ୟ ସଂପାଦକ ମନୋଜ ଦୋରା, ଡବ୍ଲୁ୍ୟ. ବାଲକ୍ରିଷ୍ଣନ୍‍, ଭବାନୀ ସାହୁ, ମୀର ଅବିଦ ହୁସେନ୍‍ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault