ହେଡଲାଇନସ୍:

ବିଜେପିର ତିର୍ତ୍ତୋଲ ବ୍ଳକ ଘେରାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିର୍ତୋଲ/ ରମେଶ ମହାନ୍ତି :  ତିର୍ତ୍ତୋଲ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେପି ନେତା ପ୍ରଫେସର ରମାକାନ୍ତ ଭୋଇଙ୍କ ନେତୃତ୍ୱରେ ଶତାଧିକ କର୍ମୀ ତିର୍ତ୍ତୋଲ କୁମାର ଉତ୍ସବ ପଡିଆରୁ ଏକ ଶୋଭାଯାତ୍ରାରେ ଆସି ତିର୍ତ୍ତୋଲ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଘେରାଉ କରିଥିଲେ। ଏଥିରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର,ନିର୍ବାଚନମଣ୍ଡଳୀର ପ୍ରଭାରୀ ଲଲାଟେନ୍ଦୁ ବଡୁ,ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ଦାସ,କୋଷାଧ୍ୟକ୍ଷ ସୁଧୀର ପଣ୍ଡା, ଇଂ ହରିହର ବେହେରା,କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଦାସ,ମହିଳା ମୋର୍ଚ୍ଚା ସଭାପତି ରୋଜାଲିନ ନାୟକ, ଜଗତସିଂହପୁର ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ବିଶ୍ୱଜିତ ଦାସ, ଜୋତିଲକ୍ଷ୍ମୀ ବିଶ୍ୱାସ ରାୟ,ଜୟଲକ୍ଷ୍ମୀ ମହାନ୍ତି, ରୁନୁବାଳା ସାହୁ,ଜୟନ୍ତୀ ନନ୍ଦ,ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ ,ମନୋରଞ୍ଜନ ସାହୁ,ପ୍ରମୋଦ ବାରିକ,ତିର୍ତ୍ତୋଲ ମଣ୍ଡଳ ସଭାପତି ଶିବ ପ୍ରସାଦ ସାହୁ,ଶଶି ଭୂଷଣ ଦାସ,ରଜିଆ ରସୁଲ,ବିରଜା ମୋହନ ମହାପାତ୍ର ଅକ୍ଷୟ ଦାସ,ପ୍ରଭୂ ପ୍ରସାଦ ମହାପାତ୍ର,ଜୋତି ରଞ୍ଜନ ସାହୁ,ପ୍ରମୋଦ ଜେନା,କେଶବ ପାଣି,ସୁଶାନ୍ତ ସୂତାର,ନିଗମା ନନ୍ଦ ନାୟକ,ସୁନନ୍ଦ ବିଶ୍ୱାଳ,ସାଗର ଦାସ,ଦୀପକ ପୃଷ୍ଟି ଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ବିଜେପି କର୍ମୀ ଯୋଗଦେଇଥବା ଦେଖିବାକୁ ମିଳିଥିଲା। 

0
0
0
s2sdefault