ହେଡଲାଇନସ୍:

ତିତଲି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ ରିଲିଫ ଓ ଆର୍ଥିକ ସାହାଯ୍ୟ ସମେତ ୮ ଦଫା ଦାବୀ :ବି.କେ.ଏମ.ୟୁ ଓ ସିପିଆଇଙ୍କ ବିକ୍ଷୋଭ ଓ ଦାବୀ ପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ତିତଲି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ପ୍ରଯ୍ୟାପ୍ତ ରିଲିଫ ଓ ଆର୍ଥିକ ସହାୟତା ଯୋଗାଇଦେବା ସହିତ ୮ଦଫା ବିଭିନ୍ନ ଦାବୀ ନେଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଭାରତୀୟ କ୍ଷେତମଜଦୁର ୟୁନିୟନ ଏବଂ ସିପିଆଇ ଜିଲ୍ଲା ପରିଷଦ ପକ୍ଷରୁ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଭିନ୍ନ ଦାବୀର ସମାଧାନ ଉପରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଆରଡିସି ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍‍ଟର ସିମାଞ୍ଚଳ ମହାନ୍ତିଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ବି.କେ.ଏମ.ୟୁ ଓ ସିପିଆଇର ଶତାଧିକ ସଂଖ୍ୟାରେ ମହିଳା ପୁରୁଷ କର୍ମୀ ସ୍ଥାନୀୟ ଫାଏରଷ୍ଟେସନ ନିକଟରେ  ଜନା ସୁବାସ ଚନ୍ଦ୍ର ରାଓଙ୍କ ନେତୃତ୍ୱରେ ଏକ ବିରାଟ ବିକ୍ଷୋଭ ଓ ପ୍ରତିବାଦ ଶୋଭଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି  ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଭାପତି ଜନା ସୁବାସ ସୂଚନା ଦେଇ କହିଥିଲେଯେ ଗଜପତି ଜିଲ୍ଲାରେ ତିତଲି ବାତ୍ୟା ପ୍ରଭାବରେ ସମଗ୍ର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଓ ଜୀବନ ହାନୀ ଘଟିଛି । ସମଗ୍ର ପ୍ରଭବିତ ଅଞ୍ଚଳରେ ରିଲିଫ ଓ ସହାୟତା କାର୍ଯ୍ୟକ୍ରମ ଚାଲିଥିଲେ ହେଁ ତାହା ଯଥେଷ୍ଟ ନୁହେଁ । ଭୟଙ୍କର ତିତଲି ବାତ୍ୟ ପ୍ରଭାବରେ ସମଗ୍ର ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହେବା ସହ ବହୁ ସଂଖ୍ୟାରେ ଘର ଦ୍ୱାର, ରାସ୍ତା , ଗୁହାଳ,ଗଛ , ବିଦ୍ୟୁତ ପ୍ରଭୃତି ନଷ୍ଟ ହୋଇଛି । ତେଣୁ ବ୍ୟାପକ ପରିମାଣରେ ରିଲିଫ ଓ ଆର୍ଥିକ ସହାୟତା ଯୋଗାଇଦିଆଯାଉ । ୮ ଦଫା ଦାବୀ ଗୁଡିକରେ ତିତଲି ବାତ୍ୟାରେ ମୃତୁ୍ୟ ବରଣ କରିଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ପରିବର୍ତ୍ତେ ୨୦ ଲକ୍ଷ ଟଙ୍କାଯୋଗାଇଦିଆଯାଉ । ଫସଲ କ୍ଷତି ଏକର ପିଛା ୨୫ ହଜାର ଟଙ୍କା ପ୍ରଦାନ କରାଯାଉ । ଚାଷି ରୁଣ ଛାଡ କରାଯାଉ, ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଉ, ପ୍ରତ୍ୟେକ ପରିବାରକୁ ୩ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଦିଆଯାଉ,ଘର ନଥିବା ଲୋକଙ୍କୁ ଘରଢିହ ପଟ୍ଟା ସହର ଗ୍ରାମାଞ୍ଚଳରେ ଯୋଗାଇଦିଆଯାଉ, ଜିଲ୍ଲା ମିନେରେଲ ଫାଉଣ୍ଡ ମାଧ୍ୟମରେ ଗାଁ ଓ ସହର ନିକଟରେ ଘରୋଇ ଜମି କିଣାଯାଇ ପ୍ଲଟ କରି ବଣ୍ଟନ କରିବା ସହ ଘର ନିର୍ମାଣ କରାଯାଉ, ବିକଳାଙ୍ଗ ଓ ବୃଦ୍ଧା ମାନଙ୍କୁ ୫୦୦ ପରିବର୍ତ୍ତେ ୧୫୦୦ ଟଙ୍କାର ସ୍ୱତନ୍ତ୍ର ସାହାଯ୍ୟ ପ୍ରଦାନ କରାଯାଉ ପ୍ରଭୃତି ଦାବୀ ଗୁଡିକର ଅନ୍ତର୍ଭୁକ୍ତ ।

0
0
0
s2sdefault