ହେଡଲାଇନସ୍:

ବିଜେପି ପକ୍ଷରୁ କୁଚିଣ୍ଡା ବ୍ଲକ ଅଫିସ ଘେରାଉ 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା(ଶାସକ ପ୍ରଶାସକ):କୁଚିଣ୍ଡା ରାଜ୍ୟର ଚାଲିଥିବା ଦୁର୍ନୀତି  ଏବଂ କୁଚିଣ୍ଡା ବ୍ଲକ ଦୁର୍ନୀତି ପ୍ରତିବାଦ ରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ଲକ ଅଫିସ ଘେରାଉ ହାଇଥିଲା l ସ୍ଥାନୀୟ ପୂର୍ତ୍ତି ବିଭାଗ ବଙ୍ଗଳା ରୁ ଏକ ଶୋଭାଯାତ୍ରା ବାହାରି ସରକାର ବିରୋଧୀ ଓ ଦୁର୍ନୀତି ସ୍ଲୋଗାନ ଦେଇ ଶହ ଶହ ସଂଖ୍ୟକ କର୍ମୀ ବ୍ଲକ ଅଫିସ କୁ ପହଞ୍ଚି ଥିଲେ l ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l

 ମଣ୍ଡଳ ସଭାପତି ବିଭୁତି କଲ୍ୟାଣ ପଟେଲଙ୍କ ସଂଯୋଜନା ରେ ଅନୁଷ୍ଠିତ ପ୍ରତିବାଦ ସଭାରେ କୁଚିଣ୍ଡା ବିଧାୟକ ରବିନାରାୟଣ ନାଏକ ବିଜେପି ଜିଲ୍ଲା ଉପସଭାପତି ବିରଞ୍ଚି ଦର୍କା,ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁଶୀଲ କର,ଜିଲ୍ଲାପରିଷଦ ସଭ୍ୟା ମମତାପଟେଲ ,ଲିଲିମା କାଲୋ, ରୁଦ୍ରପ୍ରତାପ ଦେଓ, ମଣ୍ଡଳ ସଭାପତି ଗୁରୁଦେବ ମହାପାତ୍ର, ବିରବଲ ରହିଦାସ,ଜାନୁ ନାଏକ, ପ୍ରମୁଖଯୋଗଦେଇ  ନବୀନ ସରକାର ଏବଂ କୁଚିଣ୍ଡା ବ୍ଲକରେ ଚାଲିଥିବା ଦୁର୍ନୀତି କୁ ବିରୋଧ କରି ବିଡ଼ିଓ ଙ୍କୁ ଜବାବ ମାଗିଥିଲେ l ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାଧ୍ୟ୍ୟକ ଭର୍ତ୍ତା,ରାସନ କାର୍ଡ ବଣ୍ଟନ ରେ ଅନିୟମିତତା, ହିତାଧିକାରୀ ଙ୍କୁ ପାଉଣା ନ ମିଳିବା ଆଦିର ଜବାବ ମାଗିବା ସାଙ୍ଗ କୁ ବ୍ଲକ ଅଫିସକୁ ଦଲାଲ ମୁକ୍ତ କରିବାକୁ ଦାବି କରିଥିଲେ l ବିଡ଼ିଓ ନିଶି ପୁନମ ମିଞ୍ଜ 15ଦିନ ମଧ୍ୟ୍ୟରେ ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ l ଏଥିରେ ବ୍ୟତିକ୍ରମ ହେଲେ 16 ତାରିଖ ଦିନ ବ୍ଲକ ଅଫିସ କୁ ଅଚଳ କରିଦେବା କୁ ବିଜେପି ପକ୍ଷରୁ ଧମକ ଦିଆଯାଇଛି l ଅନ୍ୟମାନ ଙ୍କ ମଧ୍ୟରେ କିରଣ ନାଏକ,କୁମଦସାହୁ,ସନ୍ତୋଷନାଏକ ପ୍ରମୁଖ ବିଜେପିର କର୍ମକର୍ତ୍ତା ଯୋଗଦେଇ ଥିଲେ |

0
0
0
s2sdefault