ହେଡଲାଇନସ୍:

 ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ପ୍ରଭାରୀ ରୂପେ ବିଶ୍ୱଭୂଷଣ ଦାସ ନିଯୁକ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ବିଶ୍ୱଭୂଷଣ ଦାସଙ୍କୁ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ସଂଗଠନର ପ୍ରଭାରୀ ରୂପେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । କାକଟପୁର ମାଟିର ପୁଅ ବିଶ୍ୱଭୂଷଣ ଦାସ ଏକଦା ୰ ଲୁଲୁ ମହାପାତ୍ରଙ୍କ ଶିବିରରେ ମୁଖ୍ୟ ପୁରୋଧା ଥିଲେ ବୋଲି ସମସ୍ତେ ଜାଣନ୍ତି । ବିଜେବି କଲେଜରେ ଛାତ୍ର ସଂସଦର ସଭାପତି ରୂପେ ନିଜର ରାଜନୈତି ଜୀବନ ଆରମ୍ଭ କରିଥିବା ବିଶ୍ୱଭୂଷଣ ଦାସ ପରବର୍ତ୍ତୀ ଅବସ୍ଥାରେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ କଂଗ୍ରେସର ସାଧାରଣ ସମ୍ପାଦକ ଥିବା ବିଶ୍ୱ ଦାସଙ୍କ ସାରା ଓଡ଼ିଶାରେ ଯୁବ ଓ ଛାତ୍ର ସଂଗଠନ ଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି । ନୂତନ ପଦବୀ ପାଇ ଶ୍ରୀଯୁକ୍ତ ଦାସ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଛନ୍ତି ଓ ସେ ଏହି ପଦବୀ ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟର ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

0
0
0
s2sdefault