ହେଡଲାଇନସ୍:

ଜିଲ୍ଲା କଂଗ୍ରେସ ମୁଖ୍ୟାଳୟରେ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର(ନିରୋଜ ମିଶ୍ର) ସ୍ଥାନୀୟ ଜିଲ୍ଲା କଂଗ୍ରେସର ମୁଖ୍ୟାଳୟରେ ସ୍ୱର୍ଗତ ଇନ୍ଦିରାଗାନ୍ଧୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତିଙ୍କ ଆବାହକତ୍ୱରେ ହୋଇଥିବା ଏହି ସଭା ଭାରତର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଲୌହ  ମାନବୀ ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉପସ୍ଥିତ ଥିବା ସମସ୍ତ ନେତୃବର୍ଗ ସ୍ୱର୍ଗୀୟୀ ଶ୍ରୀମତୀ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ । ଉପସ୍ଥିତ ଥିବା  ଏଆଇସିସି ସଦସ୍ୟ ତଥା ପିସିସିର ବରିଷ୍ଠମୁଖପାତ୍ର  ସମରେନ୍ଦ୍ର ମିଶ୍ର ଶ୍ରୀମତୀ ଗାନ୍ଧୀଙ୍କ ସ୍ମୃତିଚାରଣ କରି  କହିଥିଲେ ଶ୍ରୀମତୀ ଗାନ୍ଧୀ ଏପରି ଜଣେ ମୟିୟସୀ ମହିଳା ଥିଲା ଯିଏ କି ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶର ସେବା କରିଥିଲେ । ୩୪ ବର୍ଷ ପୂର୍ବେ ଆଜିର ଦିନରେ ସେ ଆତତାୟୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ । ମୃତ୍ୟୁବେଳକୁ ସେ ସାରା ବିଶ୍ୱରେ ଜଣେ ଦୃଢ ମନା ଅପ୍ରତିଦ୍ୱନ୍ଦି ବିଶ୍ୱସ୍ତରୀୟ ନେତ୍ରି ଭାବେ ନିଜକୁ ପରିଚିତ କରିପାରିଥିଲେ । ଆଜିର ଏହି ବଳିଦାନ ଦିବସ ସଭାରେ ଟାଉନ ସଭାପତି ସୁଦାମ ସାହୁ, ପିସିସି ସଭ୍ୟ ଅସୀମ ପଟ୍ଟନାୟକ, ବୁଲୁ ଦାନି, ବରିଷ୍ଠ କଂଗ୍ରେସ ନେତା ଅଶୋକ ନନ୍ଦ, ଉମା ସାହୁ, ସନ୍ତକ ବହିଦାର, ପ୍ରେମ ପ୍ରକାଶ ମିଶ୍ର, ବ୍ରଜ ସେଠୀ, ଜୁଲୁ ପଟ୍ଟନାୟକ, ପବିତ୍ର ବେହେରା, ମଧୁ ନାଗ, ଜଗ ରାୟ, ଶୁଭ୍ରାଂଶୁ ପଣ୍ଡା, ଅଙ୍କିତ ସାହୁ, ରଜାକ୍ ଖାନ, ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault