ହେଡଲାଇନସ୍:

ଟାଉନ କଂଗ୍ରେସର କର୍ମୀ ସମ୍ମିଳନୀ : ଏକଜୁଟ ହୋଇ ଦୁର୍ନିତି ବିରୁଦ୍ଧରେ ଲଢିବାକୁ ନାରା ଦେଲେ ନରସିଂହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର,(ନିରୋଜ ମିଶ୍ର) - ଗତକାଲି ସ୍ଥାନୀୟ ଏଲ୍ଏନ୍ଏଏସ୍ କ୍ଲବ ବଲାଙ୍ଗିର ଟାଉନ କଂଗ୍ରେସର ଏକ ବିରାଟ କର୍ମୀ ସମ୍ମିଳନୀ ମୁଖପାତ୍ର  ହୋଇଯାଇଅଛି । ଟାଉନ ସଭାପତି ସୁଦାମ ସାହୁଙ୍କ ଆବାହକତ୍ୱ ତଥା ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ ପ୍ରଥମେ ଏଆଇସିସି ସଦସ୍ୟ ଯୁବନେତା ସମରେନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ନିଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଯୁବନେତା ସମରେନ୍ଦ୍ର ମିଶ୍ରଙ୍କୁ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ପି.ସି.ସି.ର ବରିÂ ମୁଖପାତ୍ର ରୁପେ ନିଯୁକ୍ତି ଦେଇଥିବାରୁ ଉପସ୍ଥିତ ସମସ୍ତ କର୍ମୀ ସମରେନ୍ଦ୍ରଙ୍କ ଉଚ୍ଛର୍ସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ପରେ ସଭାପତି ଦିଲିପ ବେହେରା ଜିଲ୍ଲା ତଥା ଟାଉନର ବିଭିନ୍ନ କର୍ମକର୍ତ୍ତାଙ୍କୁ ଆମନ୍ତ୍ରଣ କରିବା ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସହରର ୨୧ଟି ୱାର୍ଡର ପ୍ରତିନିଧିମାନେ ସଂଗଠନକୁ ଆଗାମୀ ଦିନରେ କିଭଳି ମଜବୁତ କରି ହେବ ସେ ଉପରେ ନିଜର ମତାମତ ପ୍ରଦାନ କରିଥିଲେ । ମଞ୍ଚାସିନଥିବା ପୂର୍ବତନ ଚେୟାରମେନ ସତ୍ୟନାରାୟଣ ଭୋଇ, ପୂର୍ବତନ ଭାଇସ ଚେୟାରମେନ ପ୍ରବୀଣ ମିଶ୍ର, ପିସିସି ସଦସ୍ୟ ଅସୀମ କୁମାର ପଟ୍ଟନାୟକ ନିଜ ବକ୍ତବ୍ୟରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଭୁଲ ନୀତି ଦ୍ୱାରା ଲୋକେ ସମ୍ମୁଖିନ ହେଉଥିବା ସମସ୍ୟା ଗୁଡିକୁ ନେଇ ଲୋକଙ୍କ ପାଖକୁ ଯିବାକୁ କହିଥିଲେ ଏବଂ ସେ ସବୁ ସମସ୍ୟା ସମାଧାନ ଦିଗରେ କଂଗ୍ରେସ ଦଳ ତଥା ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ନେଉଥିବା ପଦକ୍ଷେପ ଗୁଡିକୁ ସାଧାରଣ ଜନତାଙ୍କ ପାଖକୁ ପହଞ୍ଚାଇବା ପାଇଁ ଆଜି ଉପସ୍ଥିତଥିବା କର୍ମୀମାନେ ଦାୟିତ୍ୱ ନିଅନ୍ତୁ ବୋଲି ଆହ୍ୱାନ କରିଥିଲେ । ନିଜ ବକ୍ତବ୍ୟରେ ଏଆଇସିସି ସଦସ୍ୟ ତଥା ପିସିସି ର ବରିଷ୍ଠ  ମୁଖପାତ୍ର ସମରେନ୍ଦ୍ର ମିଶ୍ର କହିଥିଲେ ଦେଶ ତଥା ରାଜ୍ୟ ଘଡିସନ୍ଧି ମୁହୁର୍ତ୍ତରେ ଯାଉଛି । ଜିଲ୍ଲାରେ ବେକାରୀ ସମସ୍ୟା ଧିରେ ଧିରେ ବଢିବାକୁ ଲାଗିଛି ଆମକୁ ଆମର ଯୁବକମାନେ ଯେଭଳି ଏଠି ·କିରି ପାଇବେ ତାର ବ୍ୟବସ୍ଥା କରିବାକୁ ପଡିବ । ଆଗାମୀ ଦିନରେ ଏହାକୁ ନେଇ ଏକ ଯୋଜନା ମଧ୍ୟ ଅଛି । କଂଗ୍ରେସ ଅମଳର ପ୍ରତ୍ୟେକ ଯୋଜନା ଏବେ କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ନାଁ ବଦଳାଇ ପୁନଃ ପ୍ରଚଳନ କରାଯାଉଛି । ଏ ସବୁ  ଜିନିଷକୁ ନେଇ କର୍ମୀମାନେ ସାଧାରଣ ଜନତାଙ୍କ ସଚେତନ କରନ୍ତୁ । ମୁଁ ଏହି ମିଶନରେ ତାଙ୍କ ଆଗରେ ନୁହେଁ ତାଙ୍କ ସହିତ ଯାଇ ସମସ୍ୟା ସହିତ ଲଢିବି ବୋଲି କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ ।

ବିରୋଧିଦଳ ନେତା ନରସିଂହ ମିଶ୍ର ନିଜ ଉଦ୍ବୋଧନରେ କହିଥିଲେ କଂଗ୍ରେସ କର୍ମୀ ୟୁପିଏ ସରକାରର ଅମଳରେ ·ଲିଥିବା ସମସ୍ତ ଜନପ୍ରୀୟ ଯୋଜନା ପ୍ରଚାର କରନ୍ତୁ । ସମସ୍ତେ ଏକଜୁଟ ହୋଇ ରାଜ୍ୟ ତଥା ଜିଲ୍ଲାରେ ·ଲିଥିବା ରାଜ୍ୟ ସରକାରଙ୍କ ଅନିତି ବିରୁଦ୍ଧରେ ଲଢେଇ କରନ୍ତୁ । ମରୁଡି, ବେକାରୀ, ଶିକ୍ଷକ ସମସ୍ୟା ଉତ୍କଟ  ରୂପ ନେବାରେ ଲାଗିଛି । ଆଗାମୀ ଦିନରେ କଂଗ୍ରେସ କର୍ମୀମାନେ ଏହି ସମସ୍ୟାକୁ ନେଇ ରାଜରାସ୍ତାରେ ଓହ୍ଲାଇବାକୁ ସେ ଆହ୍ୱାନ ଦେଇଥିଲେ । ସ୍ଥାନୀୟ ବିଜୁ ଜନତା ଦଳର ନେତାମାନେ ଦିିର୍ଘ ବର୍ଷ ବିଭିନ୍ନ ପଦପଦବୀରେ ରହି ଆମକୁ ବହୁତ ପଛକୁ ନେଇଛନ୍ତି । ସେ ସମୟରେ ବଲାଙ୍ଗିରର କୌଣସି  ବିକାଶ ହୋଇ ନାହିଁ କହିଲେ ଚଳେ, ବର୍ତ୍ତମାନ ବଲାଙ୍ଗିର ବିକାଶ ଆଡକୁୁ ମୁହାଉଛି ଏଥିରେ ଆମ ସମସ୍ତଙ୍କର ଭାଗିଦାରି ରହିବା ଦରକାର । ଲୋକଙ୍କ ପାଖକୁ ଯାଇ ଏ ସବୁ କାମ ହିସାବ ରଖିବା ଦରକାର । ସାଧାରଣ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଲେ ହିଁ କଂଗ୍ରେସ ସଂଗଠନର ଆସ୍ଥାଭାଜନ ହେବ ବୋଲି ସେ କହିଥିଲେ । ଏହି କର୍ମୀ ସମ୍ମିଳନୀରେ ପିସିସି ସଭ୍ୟ ମନୀଷ ମିଶ୍ର, ·ଷୀନେତା ସୁଧିର ପରିଚ୍ଛା, ବରିଷ୍ଠ  ସଭ୍ୟ ଅଶୋକ ନନ୍ଦ, ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଛାତ୍ର ସଭାପତି ଶୁଭମ୍ ସାହୁ, ଯୁବନେତା ବୁଲୁ ଦାନୀ, ସନ୍ତକ ବହିିଦାର, ଅସିତ ମିଶ୍ର, ସେବାଦଳ ମହିଳା ସଭାପତି ପ୍ରମୁଖ ମଞ୍ଚାସିନ ଥିବା ବେଳେ ବିଭିନ୍ନ ୱାର୍ଡରୁ ଲକ୍ଷ୍ମୀ ସାଏ, ଅରବିନ୍ଦ ପରୁଆ, ନିଥନିଏଲ ଛତ୍ରିଆ, ବାଘ, ଭଂଜ କୁମାର ନାଗ, ପ୍ରଫୁଲ୍ଲ ମିଶ୍ର, ଦୁଃଶାସନ ଜେନା, ପବିତ୍ର ନେପାକ, ସମରଜିତ ବହିଦାର, ସଂଜିବ ହୋତା, ସନ୍ତୋଷ ବହିଦାର, ଶିବ ପ୍ରସାଦ ପଣ୍ଡା, ବେଣୁଧର ସୁନା, ନାରାୟଣ ବିଶ୍ୱାଲ, ସୁରେଶ ବାରିକ, ଅକ୍ଷୟ ବେହେରା, ମେହେତାବ୍ ଖାନ, ଅମୁଲ୍ୟ ସେଠ, ବରଞ୍ଚôô ନାରାୟଣ ଦାଶ, ମିନତି ନନ୍ଦ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault