ହେଡଲାଇନସ୍:

"ରୋଗ କ’ଣ ବିପିଏଲ୍‍ କାର୍ଡ ଦେଖିକି ଆସେ....ଦୁର୍ଘଟଣା କ’ଣ ବିପିଏଲ କାର୍ଡ ଦେଖିକି ଆସେ?"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : "ଓଡ଼ିଶାର ସାଢେ଼ ଚାରିକୋଟି ଓଡ଼ିଆଙ୍କ ଭରସାର ପ୍ରତୀକ ହେଉଛି ବିଜୁ ଜନତା ଦଳ ସରକାର । ଆମେ ସବୁବେଳେ ଲୋକଙ୍କ ସାଥିରେ ଅଛୁ ଓ ଲୋକଙ୍କ ପାଇଁ କାମ କରିଚାଲିଛୁ । ଆମେ କଥା ନୁହେଁ, କାମରେ ବିଶ୍ୱାସ କରୁ । ମୁଁ ଆପଣମାନଙ୍କୁ ୪ଟି କଥା କହିଥିଲି । ନମ୍ବର-୧ ଖାଦ୍ୟ ସୁରକ୍ଷା, ନମ୍ବର-୨-ଘର, ନମ୍ବର-୩- ସ୍ୱାସ୍ଥ୍ୟ ଓ ନମ୍ବର-୪- ସାମାଜିକ ନିରାପତ୍ତା । ଭାରତ ସରକାରଙ୍କ ନିୟମରେ ବହୁ ଗରିବ ଲୋକ ଯୋଗ୍ୟ ହିତାଧିକାରୀ ଏ ସବୁ ସୁବିଧାରୁ ବଞ୍ଚିତ ହେଲେ, ଏହା ମୋତ ବହୁତ ବାଧିଲା । ଆପଣଙ୍କ ଟଙ୍କାରେ ଓଡ଼ିଶାବାସୀଙ୍କ ଟଙ୍କାରେ ଆମେ ଆରମ୍ଭ କଲୁ ବିଜୁ ପକ୍କା ଘର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ମଧୁବାବୁ ପେନ୍‍ସନ୍‍ ଓ ଆହୁରି ଅନେକ ସାମାଜିକ ନିରାପତ୍ତା ଯୋଜନା " ବୋଲି କହିଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 

ବିଜୁ ଜନତା ଦଳ ପକ୍ଷରୁ ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ୯ ନମ୍ବର ୱାର୍ଡସ୍ଥିତ ମଣ୍ଡପ ବସ୍ତିରେ ଆୟୋଜିତ ଜନ ସଂପର୍କ ପଦଯାତ୍ରାରେ ଶ୍ରୀ ପଟ୍ଟନାୟକ ଅଂଶଗ୍ରହଣ କରି ଦଳର ଅନ୍ୟ ନେତା ଓ କର୍ମୀମାନଙ୍କ ଉଦ୍ଦେଶ୍ୟରେ ଉଦ୍‍ବୋଧନ ଦେଇଥିଲେ । ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ “ବିଜୁ ଜନତା ଦଳର ପଦଯାତ୍ରା କାର୍ଯ୍ୟକ୍ରମକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି । ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସାରା ରାଜ୍ୟରେ ବେଶ୍‍ ଭଲ ଭାବରେଚାଲିଛି । ଏଥିପାଇଁ ଆମର କର୍ମୀ ଭାଇଭଉଣୀମାନଙ୍କୁ ମୋର ଧନ୍ୟବାଦ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆମର ଏକ ଐତିହାସିକ ପଦକ୍ଷେପ । ବି.ପି.ଏଲ୍‍, ଏ.ପି.ଏଲ୍‍ ସମସ୍ତେ ଏ ସୁବିଧା ପାଇବେ । ଆୟୁଷ୍ମାନ ଯୋଜନା ଠାରୁ ଆମ ଯୋଜନା ବହୁତ ଭଲ । ଆପଣ କୁହନ୍ତୁ, ରୋଗ କ’ଣ ବି.ପି.ଏ.ଲ୍‍ କାର୍ଡ ଦେଖିକି ଆସେ? ଦୁର୍ଘଟଣା କ’ଣ ବି.ପି.ଏଲ୍‍ କାର୍ଡ ଦେଖିକି ଆସେ? ଯାହାର ବି.ପି.ଏଲ୍‍ କାର୍ଡ ନାହିଁ, ସେ କ’ଣ କରିବ? ସେମାନଙ୍କ ପାଇଁ ରାଜ୍ୟ ସରକାର ଅଛି । ଆପଣମାନଙ୍କ ସମସ୍ତଙ୍କ ପାଇଁ ରାଜ୍ୟ ସରକାର ଅଛି । ଆୟୁଷ୍ମାନ ଯୋଜନାରେ କେବଳ ବି.ପି.ଏଲ୍‍ କାର୍ଡ ହୋଲ୍‍ଡରମାନେ ସୁବିଧା ପାଇବେ । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତେ ସୁବିଧା ପାଇବେ । ଆମ ଯୋଜନା ସମସ୍ତଙ୍କ ପାଇଁ । ଓଡ଼ିଶାର ଲୋକମାନେ ରାଜ୍ୟ ବାହାରେ ମଧ୍ୟ ଚିକିତ୍ସା ସୁବିଧା ପାଇବେ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ଏ ସୁବିଧା ପାଇବେ । ବସ୍ତିର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ । ସେମାନଙ୍କ ପାଇଁ ମଧ୍ୟ ହାଉସିଂ ପ୍ରୋଜେକ୍ଟ କରାଯାଇଛି । ସମସ୍ତଙ୍କ ବିକାଶ ବିଜୁ ଜନତା ଦଳର ଲକ୍ଷ୍ୟ । ଏ ଦିଗରେ ଆମେ କାମ କରି ଚାଲିବା ।”

ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଏହି ପଦଯାତ୍ରାରେ ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ଦେବାଶିଷ ନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ପୂର୍ବତନ ମେୟର ମିହିର ମହାନ୍ତିଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault