ହେଡଲାଇନସ୍:

୭ ଦଫା ଦାବିପତ୍ର ନେଇ ବିଜେପି ପକ୍ଷରୁ ମୁରିବାହାଲ ବ୍ଲକ ଘେରାଉ ଓ ଧାରଣା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ଼, (ସୁନୀଲ ବେହେରା ) ମୁରିବାହାଲ ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀବତ୍ସ ବେହେରାଙ୍କ ନେତୃତ୍ୱରେ ମୁରିବାହାଲ ହାଟପଦାରୁୁ ସତାଧିକ ବିଜେପି କର୍ମୀ ଏକତ୍ର ହୋଇ ବିରାଟ ରେଲି ବାହାରି ନବିନ ସରକାର ମୁର୍ଦ୍ଧାବାଦ ,ନବିନ ଗରିବ ମାରଣା ନିତୀ ଚଲିବ ନାହିଁ,ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟୟ କାହା ପାଇଁ ନବିନ ସରକାର ପାଇଁ,ପୁରୁଣା ସ୍ୱୟଂ ସହାୟକ ଗୋଷ୍ଠୀକୁ ବାଦ୍ ଦେଲେ କାହିକିଁ କ'ଣ କେବଳ ବିଜେଡ଼ିର ମହିଲା କର୍ମିଙ୍କୁ ଟଙ୍କା ବାଣ୍ଟିବା ପାଇଁ ? ଭୋଟ ପାଇଁ ଆମ୍ବୁଲାନସ ରେ ମଦ ଓ ଟଙ୍କା ବାଟିବା ବଦକର ନବିନ ସରକାର ବେଲି ନାରା ଦେଇ ଥିଲା । ପରେ ମୁରିବାହାଲ ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି,ବିଜେପି ରାଜ୍ୟ କୃଷକ ସଂଜୋଯକ ହୁତସନ ବଗର୍ତ୍ତୀ,ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରାଷ୍ଟ୍ର ବେହେରା,ବିଜେପି ଜିଲ୍ଲା ଉପସଭାପତି ଲକ୍ଷ୍ମଣ ବାଗ,କଣ୍ଟାବାଞ୍ଜୀ ନିର୍ବଚନ ମଣ୍ଡଳୀ ବିଜେପି ପ୍ରଭାରୀ ଶୈଳବାଳା ବାଗ, ଅଇନଜିବୀ ଅଶୋକ ଦାସ ବିଜେପି,ମୁରିବାହାଲ ମଣ୍ଡଳ ବିଜେପି ସାଧାରଣ ସଂପାଦକ ନାରାୟଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ତାଙ୍କର ଅଭିଭାଷଣରେ କହିଥିଲେ । ବିଜେଡ଼ି ସରକାର ଷୋହଲ ଷୋହଲ ବର୍ଷ ଧରି ଶାସନ କରିଆସୁଥିଲେ ମଧ୍ୟ ସ୍ୱାସ୍ଥ୍ୟସେବାକୁ ସଂପୂର୍ଣ୍ଣ ଅଣଦେଖା କରିଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟୟା ଡ଼ାକ୍ତରଖାନା ଅଛି,ହେଲେ ଡ଼ାକ୍ତର,ନର୍ସ,ପାରାମେଡିକାଲ କର୍ମ·ରୀ ନାହାନ୍ତି । ରାଜ୍ୟରେ ଅଢେଇ ହଜାରରୁ ଉର୍ଦ୍ଧ ଡାକ୍ତର ପଦବି ଖାଲି ପଡିଛି । ଏଲୋପାଥିକ,ହେମିଓପାଥିକ ଆୟୁଷ ଡାକ୍ତର,ସି.ଏଚ.ସି,ପି.ଏଚ.ସି ଚଳଇଉଛନ୍ତି । ଜଣେ ଡାକ୍ତର ପାଳି କରି ଏକାଧିକ ଡାକ୍ତରଖାନା କାମ ଚଳାଉଛନ୍ତି । ଅନେକ ଜାଗାରେ ଡ଼ାକ୍ତର ଫାର୍ମାସିଷ୍ଟ ଥାଇ ମଧ୍ୟ ଡାକ୍ତରଖାନା ଖାଲି ପଡୁଛି । ଗରିବ ରୋଗୀମାନେ ଘରୋଇ ନସିଂହୋମକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଡାକ୍ତର ଫିସ ଠାରୁ ଯାବତୀୟ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ଖର୍ଚ୍ଚ ହନ୍ତସନ୍ତ ତଳିତଳାନ୍ତ ହେଉଛନ୍ତି । ଗ୍ରାମାଞ୍ଚଳରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସି.ଏଚ.ସି) ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପି.ଏଚ.ସି)ଗୁଡିକରେ ପରିସ୍ଥିତି ଅତ୍ୟନ୍ତ ଉଦବେଗଜନକ । ସହରରେ ମଧ୍ୟ ସରକାରୀ ଗୁଡିକର ଅବସ୍ଥା ସଙ୍ଗୀନ । ଏହା ଦଲାଲମାନଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଛି । ଡେଙ୍ଗୁ,ଜଣ୍ଡିସ,ହଇଜା ରାଜ୍ୟରେ ମହାମାରୀ ମଡକର ରୂପ ନେଇଛି ।

ବିଜେପି ନେତୃତ୍ୱାଧୀନ ଓଡ଼ିଶା ସରକାର କାର୍ଯ୍ୟକାରୀ କରିଥିବା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନକୁ ବିଜେଡି ସରକାର ରାଜ୍ୟରେ ଭଣ୍ଡୁର କରିଛନ୍ତି । ରୋଗୀ କଲ୍ୟାଣ ସମିତି ପ୍ରତି ଗାଁରେ ଗ୍ରାମ କଲ୍ୟାଣ ସମିତି ପାଇଁ ଥିବା ଅନୁଦାନ ଅର୍ଥ ହରିଲୁଟ ହେଉଛି । କେନ୍ଦ୍ର ସରକାର କାର୍ଯ୍ୟକ୍ଷମ କରିଥିବା ଆୟୁଷମାନ ଭାରତ ଯୋଜନାକୁ ଓଡ଼ିଶାରେ ସାମିଲ କରାଯାଉ,ମୁରିବାହାଲ ବ୍ଲକରେ ୨୨ ଗୋଟି ଗ୍ରାମ ପଞ୍ଚାୟତର ଚାଷୀ ଗତ ୨୦୧୭ ବର୍ଷର ସମସ୍ତ ପ୍ରକାର କୃଷୀ ବୀମା ଯଥା ଶୀଘ୍ର ଦିଆଯାଉ । ମୁରିବାହାଲ ବ୍ଲକରେ ବାରମ୍ବାର ମରୁଡ଼ି ପରିସ୍ଥିତି ହେଉଥିବା ଯୋଗୁଁ ମରୁଡ଼ି ଘୋଷଣା କରାଯାଉ ଓ ଇନ ପୁଟ ସବସିଡ଼ି ପ୍ରଦାନ କରାଯାଉ ଓ ବୃହତ ଜନସେଚନର ବ୍ୟବସ୍ଥା କରାଯାଉ । ମୁରିବାହାଲ ବ୍ଲକରେ ନୂତନ ଭାବରେ ପ୍ରଦାନ କରାଯାଇଥିବା ଖାଉଟି କାଡର଼୍ ଦୁର୍ନୀତି ତଦନ୍ତ କରାଯାଉ ଓ ଉଚିତ ହିତାଧିକାରୀ ମାନଙ୍କୁ କାଡର଼୍ ପ୍ରଦାନ କରାଯାଉ । ଆମ ଗାଁ ଆମ ବିକାଶ ନାମରେ କାର୍ଯ୍ୟ କ୍ରମରେ ଓ ବିଜୁ ଯୁବ ବାହିନୀ ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବାରୁ ତଦନ୍ତ କରାଯାଉ । ମୁରିବାହାଲ ବ୍ଲକରେ ଅଧ୍ୟୟନ ଛାତ୍ରଛାତ୍ରୀଙ୍କର ସଂଖ୍ୟା ଅନୁଯାୟୀ ଶିକ୍ଷକ ପ୍ରଦାନ କରାଯାଉ । ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡ଼ାକ୍ତର ପଦବୀ ପୂରଣ କରାଯାଉ । ଗିଡ଼ିଷାଟ,ପତ୍ରାପାଲି ଓ ଲେବଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯଥାଶୀଘ୍ର ଖାଲି ପିଥିବା ଡ଼ାକ୍ତର ପଦବୀ ପୂରଣ କରାଯାଉ । ମୁଖ୍ୟ ଚିକିତ୍ସାଳୟରୁ ୧୦ କିମି ପର୍ଯ୍ୟନ୍ତ ନିଜ କାନ୍ଧରେ ବୋହିନେବା ଘଟଣା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହୋଳା ଓ ଅମାନବିକତାର କେବଳ ହୃଦୟବିଦାରକ ଉଦାହରଣ ନୁହେଁ,ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ଲଜ୍ଜା ଓ ପରିତାପର କାରଣ ହୋଇଛି ।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଉଦ୍ଦେଶ୍ୟରେ ମୁରିବାହାଲ ବ୍ଲକ ବିଡ଼ିଓ ଦାଶରଥି ସରାଭୋଙ୍କୁ ପ୍ରଦାନ କରିଥିଲେ ଓ ଯଥା ଶୀଗ୍ର ଦାବି ଗୁଡିକ ଯଥା ଶୀଘ୍ର ପୁରଣ କରାଯାଉ । ସଭା ଶେଷରେ ମୁରିବାହାଲ ମଣ୍ଡଳ ସାଧାରଣ ସଂମ୍ପାଦକ ଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ହସିତା ବେହେରା,କୈବଲ୍ୟ ବେହେରା,ଯୁବ ସଭାପତି କୈବଲ୍ୟ ପସାୟତ,ସଂଜୟ ମହଦା, ସଭାପତି ସରୋଜ କୁମାର ଖମାରୀ,ସମ୍ପାଦକ ନିରଞ୍ଜନ ସାହୁ,ସହ ସମ୍ପାଦକ ମନୋଜ କୁମାର କର,ଓବିସି ମୋର୍ଚ୍ଚା ସଭାପତି ଉଗ୍ରସେନ ପାତ୍ର,ଯୁବ ମୋର୍ଚ୍ଚା ସଭାପତି ଆଶିଷ କୁମାର ଖମାରୀ,ଏସ,ସି.ମୋର୍ଚ୍ଚା ସଭାପତି ରାମୁ କୁମ୍ଭାର,ଏସ.ଟି. ମୋର୍ଚ୍ଚା ସଭାପତି ସୁରେଶ ଭୋଇ,ମହିଳା ମୋର୍ଚ୍ଚା ସଭାପତି ସାବିତ୍ରୀ ମହନ୍ଦା,କୃଷକ ମୋର୍ଚ୍ଚା ସଭାପତି ଚନ୍ଦ୍ରହାସ୍ୟ ବାଗ ସମସ୍ତ ବିଜେପି କର୍ମୀ ମିଲିତ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

0
0
0
s2sdefault