ହେଡଲାଇନସ୍:

କ୍ଷତିଗ୍ରସ୍ତଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ନାହିଁ :ଜୁଏଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ର ମନ୍ତ୍ରୀ ଜୁଏଲଓରାମଙ୍କ ଗଜପତିର ତିତଲି କ୍ଷୟକ୍ଷତି ଗ୍ରସ୍ତ ବିଭିନ୍ନ ଅଞ୍ଚଳ ପରିଦର୍ଶନ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  କେନ୍ଦ୍ର ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜୁଏଲଓରାମ ଆଜି ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ତିତଲି ବାତ୍ୟା କ୍ଷତିଗ୍ରସ୍ତ ବିଭିନ୍ନ ବ୍ଲକାଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଲୋକଙ୍କ କ୍ଷୟକ୍ଷତି ଓ ଜୀବନହାନୀ ପ୍ରତି ସମବେଦନା ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀଓରାମ ଆର.ଉଦୟଗିରି ବ୍ଲକର ତିତଲି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଡମ୍ୱା, ଟାଙ୍ଗିଲି , ରାଇସିଂ,ସତରଞ୍ଜ କଲୋନୀ, କଇଁଚପଡା ପ୍ରଭୃତି ପ୍ରଭାବିତ ଅଞ୍ଚଳ ସମେତ ଗୋଷାଣୀ ବ୍ଲକର ଏସ ଖାରଡା କ୍ଷେତଡା, ଚନ୍ଦନଖଡା,ତୋଟଗୁମୁଡା ଏବଂ ରାଜ ସୀତାପୁର ସ୍ଥିତ ଜଗନ୍ନାଥ ନିକେତନ ପ୍ରଭୃତି ଅଞ୍ଚଳ ଗ୍ରସ୍ତ କରି ପରିଦର୍ଶନ କରିଥିଲେ । ସେହି ସମସ୍ତ ଗ୍ରାମାଞ୍ଚଳରେ ମନ୍ତ୍ରୀ କ୍ଷତିଗ୍ରସ୍ତ ଲୋମାନଙ୍କ ସହ ଆଲୋଚନା କରି କଣ କଣ ସବୁ ଏଯାବତ ସରକାରୀ ସହାୟତା ମିଳିଛି କେତେ ଓ କେମିତି ମିଳିଛି, ପୁନରୁଦ୍ଧାରକାର୍ଯ୍ୟ କିଭଳି ଚାଲିଛି କ୍ଷତିଗ୍ରସ୍ତ ଲୋକଙ୍କ ଠାରେ କଣ କଣ ସରକାରୀ ସୁବିଧା ପହଞ୍ଚିପାରିନାହିଁ ଦୀର୍ଘ ୨୦ ଦିନ ବିତିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଲୋକେ କିଭଳି ଦୁର୍ଦଶା ମଧ୍ୟରେ ଜୀବନ ବିତାଉଛନ୍ତି ତାହା ପଚାରି ବୁଝି ଅବଗତ ହୋଇଥିଲେ ।

ତିତଲି ବାତ୍ୟା ବିଧ୍ୟସ୍ତ ଅଞ୍ଚଳ ପରିଦର୍ଶନ ପରେ ମନ୍ତ୍ରୀ ଓରାମ ପାରଳାଖେମୁଣ୍ଡି ସ୍ଥିତ ସରକିଟ ହାଉସ ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ କ୍ଷତିଗ୍ରସ୍ତ ମାନଙ୍କୁ ତୁରନ୍ତ   ଥଇଥାନ ବ୍ୟବସ୍ଥା ସଠିକ କରିବା ରାସ୍ତା, ପାନୀୟ ଜଳଯୋଗାଣ , ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ତୁରନ୍ତ ଯୋଗାଇଦେବାକୁ ସମସ୍ତ ଅଧିକାରୀମାନଙ୍କୁ କହିଥିଲେ । ସାମ୍ୱାଦିକ ମାନଙ୍କୁ ସୁଚନା ଦେଇ  ମନ୍ତ୍ରୀ ଶ୍ରୀ ଓରାମ କହିଥିଲେ ତିତଲି ବାତ୍ୟା ଲୋକମାନଙ୍କୁ ରାଜ୍ୟସରକାରଙ୍କ ଆନ୍ତରିକତା ନଥିବାଯୋଗୁଁ ସମସ୍ତ କ୍ଷତି ଗ୍ରସ୍ତ ଅଞ୍ଚଳରେ ଏଯାବତ ପହଞ୍ଚ ପାରିନାହନ୍ତି । ଅଧିକାଂଶଗ୍ରାମରେ ସରକାରୀ ଅଧିକାରୀ ପହଞ୍ଚିପାରିନାହାନ୍ତିକି କ୍ଷୟକ୍ଷତିର ସଠିକ ସର୍ଭେ ଓ ନିରୁପଣ କରାଯାଇପାରିନାହିଁ । ଏହି ଦିଗରେ କୌଣସି ବେସିସ ନଥାଇ କେନ୍ଦ୍ର ସହାୟତା ମାଗି ଦୋଷଦେବା କେତେ ଦୂର ଯୁକ୍ତିଯୁକ୍ତ  ତିତଲି ବାତ୍ୟାର ପୁର୍ବରୁ ଓ ପରେ ସମସ୍ତ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ୩୦୦ କୋଟି ଟଙ୍କା ଠିକ ଭାବେ ଦିଆହୋଇ ନାହିଁ କି ଲୋକଙ୍କ ଠାରେ  ଠିକ ତାହା ପହଞ୍ଚିନାହିଁ । ଚାଉଳ ଦିଆଯାଇଛି ଅତ୍ୟନ୍ତ ନିମ୍ନମାନର ତାହା ମଧ୍ୟ ଠିକ ଭାବେ ଦିଆଯାଇନାହିଁ । ଆଉ ଯାହା ଦିଆଯାଇଛି ତାହା ମଧ୍ୟ ପରସେଣ୍ଟେଜ ଅର୍ଥ କାଟି ଦିଆଯାଇଛି । ପଶୁ,ଧନ, ସ୍ୱାସ୍ଥ୍ୟସେବା ପୋଲ,ଗଛ ଜୀବନ ଜିବିକା ସବୁ ବାତ୍ୟା ପ୍ରଭାବରେ ନଷ୍ଟ ହୋଇ ଲୋକେ ଅତନ୍ତ ଦୁର୍ଦଶା ମଧ୍ୟରେ ରହିଛନ୍ତି । ଲୋକଙ୍କ ଅର୍ଥନୈତିକ ଓ ସାମାଜିକ ସ୍ଥିତି ସଂପୁର୍ଣ୍ଣ ଭାବେ ଯାଇଛି । କୌଣସି ପୁନରୁଦ୍ଧାର କାମ ଠିକ ଭାବେ କରାଯାଇନାହିଁ । ରାଜ୍ୟ ସରକାରଙ୍କ ରାଜ୍ୟ ସ୍ତରୀୟ ଅଧିକାରୀମାନଙ୍କ ଘନଘନ ଗ୍ରସ୍ତ ହୋଇଛି, ସମୀକ୍ଷା ହେଉଛି ହେଲେ କଣ ହେବ କ୍ଷତି ଗ୍ରସ୍ତ ଲୋକଙ୍କ ଅଞ୍ଚଳବାସୀଙ୍କ କାମ ହେବା ଦରକାର ବୋଲି କହିଥିଲେ । ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର  ମଧ୍ୟ ଗ୍ରସ୍ତରେ ଅନୁରୁପ ଅଭିଯୋଗ କରିଥିଲେ ।

ଏହି ଗସ୍ତରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା, ରାଜ୍ୟପ୍ରଭାରୀ ସରୋଜ କୁମାର ସାବତ, ରାଜ୍ୟ କାର୍ଯ୍ୟକାରିଣି ସିଦ୍ଧେଶ୍ୱର ମିଶ୍ର, ଜିଲ୍ଲା ଭାଜପା ସଭାପତି ଭେଙ୍କେଟ ରାମଣା,ଜିଲ୍ଲା ସମ୍ପାଦକ ଜଗନ୍ନାଥ ମହାପାତ୍ର, ଅରୁଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ।

 

0
0
0
s2sdefault