ହେଡଲାଇନସ୍:

ଗାଁରେ ଚହଳ ସୃଷ୍ଟି କରୁଛି ଜନସମ୍ପର୍କ ପଦଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ ) :୨୯.୧୦:ଦୀର୍ଘ ୧୫ଦିନର ନୀରବତା ପରେ ଆଜି ଭଦ୍ରକ ବିଧାନସଭା କ୍ଷେତ୍ର ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ମହାଆଡ଼ମ୍ବର ସହକାରେ ଗ୍ରାମାଞ୍ଚଳରେ ଚହଳ ସୃଷ୍ଟି କରୁଛି । ପୂର୍ବପରି ଆଜି ସକାଳୁ ପ୍ରାକ୍ତନ ମନ୍ତ୍ରୀ ତଥା ଭଦ୍ରକର ବରିଷ୍ଠ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରେ ଜିଲ୍ଲା ଯୁବ ସଂଗଠକ ତଥା ଜିଲ୍ଲା ଉପ-ସଭାପତି ଅସିତ୍ ପଟ୍ଟନାୟକ (ବୁଲୁ)ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ବରିଷ୍ଠ ବିଜେଡ଼ି ନେତା ରାଧାକାନ୍ତ ସାମଲ, ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ରାଉତ, ନଗର ବିଜେଡ଼ି ସଭାପତି ଶରତ ସ୍ୱାଇଁ, ଯୁବନେତା ପଂକଜ ବଳ, କାଉନସିଲର ସେକ୍ ଜୁଲଫିକର ଅଲ୍ଲୀ, ସେକ୍ ଇସଲାମ ପ୍ରମୁଖ ଭଦ୍ରକ ବ୍ଲକ ସ୍ଥିତ ବାଉଦପୁର ପଞ୍ଚାୟତରେ ପହଂଚିଥିଲେ । ବାଉଦପୁର ପଞ୍ଚାୟତର ସରପଞ୍ଚ ଶ୍ରୀଧର ଜେନା, ସମିତି ସଭ୍ୟା ସ୍ୱର୍ଣ୍ଣଲତା ସେଠୀ ସହ ଶତାଧିକ ବିଜେଡ଼ି କର୍ମୀ ଉପରୋକ୍ତ ନେତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିବା ସହ ଘରକୁ ଘର ବୁଲାଇ ବିଜେଡ଼ି ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ କହି ବୁଝାଇଥିଲେ । ପରେ ବାଉଦପୁର ବଜାର ନିକଟରେ ବିଜେଡ଼ି ନେତା ଅମୂଲ୍ୟ ଦାସଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ତା’ପରେ ଜନସମ୍ପର୍କ ପଦଯାତ୍ରା ଓଗାଳପୁର ମଧ୍ୟଦେଇ ଗୋବିନ୍ଦପୁର ଓଲଙ୍ଗ ପଞ୍ଚାୟତ ବୁଲିଥିଲା । ଓଲଙ୍ଗ ପଞ୍ଚାୟତ ଅଫିସ ସମ୍ମୁଖରେ ସରପଞ୍ଚ ଦେବୀଦତ୍ତା ମହାନ୍ତି, ସମିତି ସଭ୍ୟ ରାଧାଶ୍ୟାମ ବେହେରା, ଯୁବନେତା ଅକ୍ଷୟ ମହାନ୍ତିଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା କରିବା ସହ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault