ହେଡଲାଇନସ୍:

ଭଦ୍ରକ ପୁରୁଣାବଜାର ଠାରେ କଂଗ୍ରେସ କାର୍ଯ୍ୟାଳୟ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ ) : ଭଦ୍ରକ ପୌରପାଳିକା ଅନ୍ତର୍ଗତ ପୁରୁଣାବଜାର କାଳୀମଣ୍ଡପ ସମ୍ମୁଖରେ କଂଗ୍ରେସର ଏକ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି । ରାଜ୍ୟ କଂଗ୍ରେସର ମିଡିଆ ସେଲ ଅଧ୍ୟକ୍ଷ ତଥା ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସତ୍ୟ ପ୍ରକାଶ ନାୟକ ମୁଖ୍ୟ ଅତିଥି, ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଆକ୍ବର ଅଲୀ ଖାଁ, ମୋ ବୁଥ ମୋ ଗୌରବର ଭଦ୍ରକ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ୱାଲିଦ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରିôଥିଲେ ।

ଟାଉନ କଂଗ୍ରେସ ସଭାପତି ଅବ୍ଦୁଲ୍ ମୁକିତ୍ ଖାଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ପାରିଷଦ ଦିଲପ ନାୟକ ,ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ ତାଙ୍କ ବକ୍ତବ୍ୟରେ କାର୍ଯ୍ୟାଳୟ ଦଳକୁ ମଜବୁତ୍ କରିବାର ଏକ ଅଙ୍ଗ ବୋଲି କହିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ସେକ୍ ଗୋଲାମ ମଇଉଦ୍ଧିନ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ସୁବ୍ରତ ଦାସ, ପୂର୍ବତନ ପାରିଷଦ ସେକ୍ ସମ୍ଦାନୀ, ଅସ୍ରଫ ଅଲୀ ଖାଁ, ଅତୁଲ୍ୟ କୁମାର ନାୟକ, ଛାତ୍ରନେତା ବଳରାମ ରାଉତ (ଚିଲିକା), ପ୍ରକାଶ ଜ୍ୟୋତି ମହାକୁଡ, ସେକ୍ ସିରାଜୁଦ୍ଧିନ, ସେକ୍ ବୁଗ୍ଦାଦ୍, ସୋଲେମାନ, ସଇଦ୍, ଦୀପୁନ ପଣ୍ଡା, ପ୍ରଦିପ ନାୟକ, ସେକ୍ କଲିମୁଦ୍ଧିନ, ଜାହିର ପ୍ରମୁଖ ଯୋଗ ଦେଇଥିବା ବେଳେ ସେବାଦଳ ମୁଖ୍ୟ ସେକ୍ ନଇମ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ, ସମର୍ଥକ ଯୋଗ ଦେଇଥିଲେ ।

0
0
0
s2sdefault