ହେଡଲାଇନସ୍:

ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ଜନସମ୍ପର୍କ ଯାତ୍ରା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଳିଆପାଣି ରୁ ଦୟାନିଧି ମହାନ୍ତ : ସୁକିନ୍ଦା ବିଧାୟକ ଖଣି ଅଂଚଳର ୨ ଟି ପଂଚାୟତରେ ଜନ ସମ୍ପର୍କ ଯାତ୍ରା ଅଭିଯାନରେ ଭାଗ ନେଇ ଅନେକ ଜନ କଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ଏହା ମଧ୍ୟରେ ଅତି ଜରୁରୀ ଭାବେ କଲରଙ୍ଗୀ ଢ଼ାବା ଛକ ଠାରୁ କୁସୁମୁଡ଼ିଆ ଯାଏ ରାସ୍ତାର ପ୍ରଶସ୍ତିକରଣ  ଏବଂ ଡମସାଳ ନାଳ ପାଖରୁ ରଗଦା ଗାଁ ଯାଏଁ ରାସ୍ତା ର ପ୍ରଶସ୍ତିକରଣ । ଏହା ନିଶ୍ଚିତ ରୂପେ ସ୍ୱାଗତ ଯୋଗ୍ୟ । କାରଣ ଏହି ଦୁଇଟି ରାସ୍ତାରେ ଅନେକ ଲୋକ ଏବଂ ଗାଡି  ମୋଟର ଅନବରତ ଯିବା ଆସିବା କରିଥାନ୍ତି। ଏହି ଜନ ସମ୍ପର୍କ ଯାତ୍ରାରେ ସ୍ଥାନୀୟ ସରପଂଚ ଏବଂ ଅନେକ  ସଂଖ୍ୟାରେ ଉତ୍ସାହି ଯୁବ ବିଜେଡି  କର୍ମୀ ଯୋଗ ଦେଇଥିଲେ। ଏକ ମାରାଥନ ଯାତ୍ରାରେ ବିଧାୟକ ସର୍ବପ୍ରଥମେ ଚିଙ୍ଗୁଡିପାଳ ପଂଚାୟତର ଦେଓଗାଁ  ନିକଟରେ ଖଣ୍ଡୁରାଇ ପୀଠ ପର୍ଯ୍ୟଟନସ୍ଥଳୀ ର ଶିଳାନ୍ୟାସ କରିବା ପରେ ରଂ।ଷୋଳ ପଂଚାୟତର କୁସୁମୁଡ଼ିଆ ,ମହୁଲ ଖାଲ ଓ ବରଗଜି ଗାଁର ୩ଟି ଅଙ୍ଗନବାଡି କେନ୍ଦ୍ର କୋଠା ଲୋକାର୍ପଣ କରିଛନ୍ତି। ସ୍ଥାନୀୟ ଆଦିବାସୀ ମହିଳାମାନେ ପାରମ୍ପାରିକ ନୃତ୍ୟ ପରିବେଷଣ କରି ବିଧାୟକଙ୍କୁ ଉତ୍ସବସ୍ଥଳକୁ ପାଛୋଟି ନେଇ ଥିଲେ।

0
0
0
s2sdefault