ହେଡଲାଇନସ୍:

ତିନି "ପି"ମିଶି ଓଡିଶାକୁ ଲୁଟୁଛନ୍ତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବୀନ ସରକାର ପିସି ଓ ଯାଦୁଗରର ସରକାର-ଧର୍ମେନ୍ଦ୍ର

ରାଜ୍ୟରେ କଂଗ୍ରେସ ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ । ଏଠିକାର ସରକାର ରାଧୁଆ ମିଛୁଆ ସରକାର । ଓଡିଶା କଂଗ୍ରେସ ଦିନରେ ବସନ୍ତ ରାତିରେ ବାସନ୍ତୀ ।  ଏଟି ପିପିପି ସରକାର ଚାଲିଛି । ଜଣେ ଅଣଓଡିଆ ଠିକାଦାର, ଜଣେ ଅଣଓଡିଆ ବଡଗୁମାସ୍ତା ଓ କଂଗ୍ରେସ ଓ ବିଜେଡିର ପି । ଏହି ପିପିପି ଓଡିଶାକୁ ଲୁଟ କରିଛନ୍ତି ।  

ବିଞ୍ଝାରପୁର -ପିସିରେ ପେସି ହୋଇଯାଉଛନ୍ତି ଓଡିଶାର ଜନତା । ରାଜ୍ୟରେ ରହିଥିବା ସରକାର କାମ ନକରି ଭେଳିକି ଦେଖାଇବାର ସରକାର । ନବୀନ ସରକାର ପିସି ସରକାର, ଯାଦୁଗର ସରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଏକବିଂଶ ଶତାବ୍ଦୀରେ ନୂଆ ଭାରତ ସହ ନୂଆ ଓଡିଶା ଗଠନ କରିବା ପାଇଁ ଆହ୍ୱାନ କରିଛନ୍ତି ।

ଆଜି ଯାଜପୁର ଜିଲା ବିଞ୍ଝାରପୁରର ସିଂହପୁର ଠାରେ ଏକ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟରେ ମୁଣ୍ଡପିଛା ଋଣ ବଢିବଢି ଚାଲିଛି । ପାଖାପାଖି ଲକ୍ଷେ କୋଟି ଋଣ ୧୮ ବର୍ଷ ଶାସନରେ ପ୍ରତିଟି ଓଡିଆଙ୍କ ମୁଣ୍ଡରେ ରହିଛି । ଆମ ଗାଁ ଆମ ବିକାଶ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ପର୍ଯ୍ୟନ୍ତ ସବୁଥିରେ ଦୁର୍ନୀତି ହେଉଛି । ଦିଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆବାସ ପାଇଁ ପଇସା  ପଠାଉଛନ୍ତି । ତେବେ ଆଜି ଏହି ଯୋଜନାରେ ଜିଲାରେ ଅବ୍ୟବସ୍ଥା ହୋଇଥିବା ବେଳେ କେନ୍ଦ୍ର ଯାଂଚ ଦଳ ଆଜି ଜିଲାରେ ବୁଲୁଛି । ଆମ ଗାଁ ଆମ ବିକାଶ ମାଧ୍ୟମରେ ପଂଚାୟତ ପ୍ରତିନିଧି ମାନଙ୍କ ଅଧିକାର ଛଡାଇ ନିଆଯାଉଛି ।  ଆଜି ବ୍ରାହ୍ମଣୀ ଓ ଖରସ୍ରୋତରେ ଯେଉଁ ପାଣି ଆସିଛି ବଙ୍ଗୋପସାଗରୁ ଗଲାବେଳେ ଏହା ଓଡିଶାକୁ ନୂଆକରି ବନାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୨ ମାସରେ ୧ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟସେବା ପହଁଚିଥିବା କଥା ରାଜ୍ୟ ସରକାର ବିଜ୍ଞାପନ ଦେଇଛନ୍ତି । ବିଜ୍ଞାପନଟି ସତ ହେଲେ କଥା ଟି ମିଛ । ୨୦୧୬-୧୭ ଇକୋନ୍ମିକ ସର୍ଭେ ରିପୋର୍ଟରେ ରାଜ୍ୟ ସରକାର ଜ୍ୱର, କାଶ  ଓ ପେଟବ୍ୟଥା ପରି ଚିକିତ୍ସା ପାଇଁ ଓଡିଶାରେ ବର୍ଷତମାମ ୧୨ ଲକ୍ଷ ଯାଏଁ ଲୋକ ସ୍ୱାସ୍ଥ୍ୟ ସେବାପାଇଥିବା ଉଲ୍ଲେଖ କରିଛନ୍ତି । ୨୦୧୭-୧୮ର ହିସାବ ଦେଇନାହାନ୍ତି । ଯଦି ୧୫ ଲକ୍ଷ ପରିବାରର ୪ ଜଣ ଲେଖା ଏ ଚିକିତ୍ସିତ ହୋଇଥିବେ ଏହି ସଂଖ୍ୟା ୬୦ ଲକ୍ଷ ହୋଇପାରିବ । କିନ୍ତୁ ୧ କୋଟିର ଯେଉଁ ହିସାବ ଦିଆଯାଇଛି ତା ପିସି ସରକାରର ଯାଦୁଖେଳ ସଦୃଶ । ଯଦି ଏହାକୁ କିଏ ଭୁଲ ପ୍ରମାଣିତ କରିଦେବ ତାହାହେଲେ ଧର୍ମେନ୍ଦ୍ର ପ୍ରଧାନ ୨୪ ଘଂଟା ମଧ୍ୟରେ କ୍ଷମା ମାଗିବ । ଏ ତଥ୍ୟ ସରକାରୀ ତଥ୍ୟ । ସେହିପରି ରାଜ୍ୟ ବାହାରେ ଓଡିଆ ଲୋକମାନେ ଅଛନ୍ତି ସେମାନେ ସ୍ୱାସ୍ଥ୍ୟସେବା ପାଇପାରିବେ ନାହିଁ । ପୂର୍ବରୁ ରହିଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ଯୋଜନା, ରାଜ୍ୟ ସରକାଙ୍କ ଟ୍ରିଟମେଂଟ ଫଣ୍ଡକୁ ମିଶାଇ ଏପରି ଯୋଜନା ପ୍ରସ୍ତୁତ ହୋଇଛି । ଏହା ସରକାରଙ୍କ ପୁରୁଣା ମଦ ନୂଆ ବୋତଲ ସଦୃଶ କାମ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ,ଆୟୁଷ୍ମାନ ଯୋଜନା ଭାରତର ସବୁଠାରୁ ବଡ ସ୍ୱାସ୍ଥ୍ୟସେବା ଯୋଜନା । ବଡବଡ ବେମାରୀ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ସହାୟତା ସବୁଠି ମିଳିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଏହି ଯୋଜନାରେ ସାମିଲ ହେବାପାଇଁ ତେବେ ରାଜ୍ୟ ଏହାକୁ ଗ୍ରହଣ କରୁନାହିଁ । ଆଜି ଡାକ୍ତର ନାହାନ୍ତି, ଡାକ୍ତରଖାନା ନାହିଁ ତେବେ ଏସବୁ ମଧ୍ୟରେ ରାଜ୍ୟ ସରକାର ଦୁଇମାସରେ ୧ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିବା କଥା କହୁଛନ୍ତି । ନବୀନ ବାବୁ ଏମିତି କି ଯାଦୁ କଲ କି ଏମିତି ହେଲା । ଓଡିଆ ଲୋକଙ୍କୁ ବୋକା ବନାଇବା ପାଇଁ ଚେଷ୍ଟା କରାଯାଉଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏପରି କଥା ପରେ ଏଠିକାର ନାନୀଙ୍କ ଚେଲାଚାମୁଣ୍ଡା ମାନେ ତାଙ୍କୁ ଖବର ଦେବେ । ସେ ତାଙ୍କ ବଡ ଗୁମାସ୍ତାକୁ ଜଣାଇବେ । ଏଠିକାର ନାନୀଙ୍କୁ ନବୀନ ବାବୁ ମନ୍ତ୍ରୀମଣ୍ଡଳରୁ କଣ ପାଇଁ ବାହର କରିଥିଲେ । ୨୦୧୯ ପରେ ନୂଆ ସରକାର ଆସିଲେ, ପ୍ରଥମ କାମ ହେବ ଡାଲି ଚୋରକୁ ଧରାଯିବ । ଏହି ଜିଲାରେ ଚିଟଫଣ୍ଡ, ବ୍ଲାକରୋଜ, ଡଙ୍କାରୀ ପାହଡ ଲୁଟ, ନଗଡାରେ ଆଦିବାସୀଙ୍କ ଟଙ୍କା ମଧ୍ୟ ଲୁଟ କରୁଛନ୍ତି । ମା ବିରଜା ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ । ଏଠିକାର ସରକାର ରାଧୁଆ ମିଛୁଆ ସରକାର । ଓଡିଶା କଂଗ୍ରେସ ଦିନରେ ବସନ୍ତ ରାତିରେ ବାସନ୍ତୀ ।  ଏଟି ପିପିପି ସରକାର ଚାଲିଛି । ଜଣେ ଅଣଓଡିଆ ଠିକାଦାର, ଜଣେ ଅଣଓଡିଆ ବଡଗୁମାସ୍ତା ଓ କଂଗ୍ରେସ ଓ ବିଜେଡିର ପି । ଏହି ପିପିପି ଓଡିଶାକୁ ଲୁଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ଅର୍ଥ ଏହିମାନେ ଲୁଟ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ନେତୃତ୍ୱକୁ ସ୍ୱୀକାର କରି ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ନେତାମାନଙ୍କୁ ଶ୍ରୀ ପ୍ରଧାନ ଦଳକୁ ସ୍ୱାଗତ କରିଥିଲେ ।

0
0
0
s2sdefault