ହେଡଲାଇନସ୍:

ବଢ଼ିଲା ଅବଧି : ନଭେମ୍ବର ଶେଷ ଯାଏ ଜାରି ରହିବ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧି ଜୟନ୍ତୀ ଠାରୁ ଏକ ମାସ ବ୍ୟାପୀ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ସାରା ରାଜ୍ୟରେ ଚାଲୁ ରହିଛି । ‘ତିତ୍‍ଲି’ ବାତ୍ୟାଜନିତ ଉପୁଜିଥିବା ଅସୁବିଧା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଳନ ଯୋଗୁ ଏହି କାର୍ଯ୍ୟକ୍ରମ ପୂର୍ଣ୍ଣପ୍ରାଣରେ ସବୁ ସ୍ଥାନରେ ପାଳନ କରାଯାଇ ପାରିନାହିଁ । ପଦଯାତ୍ରା ମାଧ୍ୟମରେ ପ୍ରତି ପରିବାରରେ ପହଂଚିବାର ଇପ୍‍ସିତ ଲକ୍ଷ୍ୟ ପୂର୍ଣ୍ଣମାତ୍ରାରେ ହାସଲ ହୋଇପାରି ନାହିଁ । ଏଣୁ ଏହି ପଦଯାତ୍ରା କାର୍ଯ୍ୟକ୍ରମକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପଦଯାତ୍ରାରେ ପ୍ରତ୍ୟେକ ୱାର୍ଡର ପ୍ରତ୍ୟେକ ପରିବାରକୁ ଯେଭଳି ସାମିଲ କରାଯାଇପାରିବ ସେଥିପ୍ରତି ନିଶ୍ଚିତ ଭାବେ ଧ୍ୟାନ ଦେବା ପାଇଁ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଏହି ମର୍ମରେ ସଭାପତି ପତ୍ର ଲେଖି ଅନୁରୋଧ କରିଛନ୍ତି । ଏହି ପଦଯାତ୍ରାରେ ବିଜେଡି ସରକାରର ଲୋକାଭିମୁଖି କାର୍ଯ୍ୟକ୍ରମ ବିଶେଷକରି ‘ଆମ ଗାଁ ଆମ ବିକାଶ’, ‘ଆମ ସହର ଆମ ଉନ୍ନତି’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରୁ ବାଦ୍‍ ପଡିଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ଖାଉଟି କାର୍ଡ ଯୋଗାଇବା ପାଇଁ ରାଜ୍ୟର ‘ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା’ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହିତ ଦଳ ତରଫରୁ ଗଢ଼ାଯାଇଥିବା ୱାର୍ଡ କମିଟିର ସଦସ୍ୟ ଏବଂ ଜନସାଧାରଣଙ୍କୁ ସଂପୃକ୍ତ କରି ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ପତ୍ରରେ ଅନୁରୋଧ କରାଯାଇଛି । ଏଥିସହିତ ଓଡ଼ିଶା ପ୍ରତି ଲଗାତାର କେନ୍ଦ୍ରୀୟ ଅବହେଳା, ବିଶେଷକରି ମହାନଦୀ ଓ ପୋଲାଭରମ୍‍ ପ୍ରସଂଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରିବା, ଡିଜେଲ୍‍, ପେଟ୍ରୋଲ ଓ ରନ୍ଧନ ଗ୍ୟାସ୍‍ର ଅହେତୁକ ଦରବୃଦ୍ଧି କରି ସାଧାରଣ ଖାଉଟି ଓ ଗୃହିଣୀଙ୍କ ଉପରେ ଆର୍ଥିକ ବୋଝ ଲଦିବା, ରାଜ୍ୟର ବିଭିନ୍ନ ଜନହିତକର ଯୋଜନାରେ ଅର୍ଥକାଟ୍‍ ସଂପର୍କରେ ମଧ୍ୟ ଜନସାଧାରଣଙ୍କୁ ଏହି ପରିବର୍ଦ୍ଧିତ ପଦଯାତ୍ରାରେ ଅବଗତ କରାଇବେ ବୋଲି ମାନ୍ୟବର ସଭାପତି ଅନୁରୋଧ କରିଥିବା ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

0
0
0
s2sdefault