ହେଡଲାଇନସ୍:

କଂଗ୍ରେସର ପ୍ରୋଜେକ୍ଟ ଶକ୍ତି କାର୍ଯ୍ୟକ୍ରମ : ତୃଣମୂଳ ଓ ଶିର୍ଷ ନେତୃତ୍ୱ ମଧ୍ୟରେ ଯୋଗାଯୋଗର ଉତ୍ତମ ମାଧ୍ୟମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର,(ନିରୋଜ ମିଶ୍ର)  - ଆଜି ଜିଲ୍ଲା କଂଗ୍ରେସ ତରଫରୁ ସହରର ଏକ ହୋଟେଲର ସମୀକ୍ଷା ଗୃହରେ କଂଗ୍ରେସ ଦଳର ପ୍ରୋଜେକ୍ଟ ଶକ୍ତି କାର୍ଯ୍ୟକ୍ରମକୁ ନେଇ ଏକ ତାଲିମ ତଥା ଆଲୋଚନା ସଭା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ତାଲିମ ସଭାରେ ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର ପ୍ରୋଜେକ୍ଟ ଶକ୍ତି ଏବଂ ମେରା ବୁଥ୍ ମେରା ଗୌରବ ର ରାଜ୍ୟ ସଂଯୋଜକ ବିସ୍ମୟ  ମହାପାତ୍ର, ପଶ୍ଚିମ ଓଡିଶା ଦାୟିତ୍ୱରେ ଥିବା ନିପନ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସଂଯୋଜକ ଶ୍ରୀ ମହାପାତ୍ର ଏବଂ ପଶ୍ଚିମ ଓଡିଶାର ସଂଯୋଜକ ଶ୍ରୀ ଦାଶ ପ୍ରୋଜେକ୍ଟ ଶକ୍ତି ବାବଦରେ ଉପସ୍ଥିତ ଥିବା ଜିଲ୍ଲା ତଥା ବ୍ଲକ ସ୍ତରୀୟ ସମସ୍ତ ନେତୃତ୍ୱଙ୍କୁ ସୂଚନା ଦେଇଥିଲେ ।

ପ୍ରୋଜେକ୍ଟ ଶକ୍ତିର ମୂଳ ଉଦେ୍ଧଶ୍ୟ ହେଲା ଯେହେତୁ ତୃଣମୂଳ ସ୍ତରରେ ବ୍ଲକ ତଥା ଜୋନ ସ୍ତରୀୟ ନେତୃତ୍ୱମାନେ ସାଧାରଣ ଲୋକଙ୍କ ସମସ୍ୟା ସହିତ ପ୍ରତ୍ୟକ୍ଷ ଭାବରେ ଜଡିତ ହୋଇ କାମ କରୁଛନ୍ତି ତେଣୁ ରାଜ୍ୟ ତଥା ଜାତୀୟ ସ୍ତରର ନେତୃତ୍ୱମାନଙ୍କ ସହିତ ତଳ ସ୍ତରରୁ ଲୋକଙ୍କ ସ୍ୱର ହେଉ କି ସମସ୍ୟା ହେଉ ଜଣାଇ ପାରିଲେ ତାହା ସମାଜ ତଥା ଦଳ ପାଇଁ ନିଶ୍ଚୟ ହିତକର ହେବ । ତେଣୁ ଏହି ପ୍ରୋଜେକ୍ଟ ପ୍ରତ୍ୟେକ ଲୋକଙ୍କ ସହିତ ମତାମତ ଆଦାନ ପ୍ରଦାନ କରିବାର ଏକ ଉତ୍ତମ ମାଧ୍ୟମ ହୋଇଥିବାରୁ ସାଧାରଣ ଦଳୀୟ କର୍ମୀ ହୁଅନ୍ତୁ କିମ୍ବା ଦଳିୟ ଲୋକଙ୍କ ସହ ସମଭାବାପର୍ଣ୍ଣ ଲୋକ ହୁଅନ୍ତୁ ତାଙ୍କ ସ୍ୱରକୁ ଶକ୍ତିରେ ପରିଣତ କରିବା ଏହା ଏକ ଉକୃଷ୍ଟ ମାଧ୍ୟମ ହେବ ବୋଲି ଉପସ୍ଥିତ ଥିବା ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭ୍ୟ ଅସିମ ପଟ୍ଟନାୟକ ପ୍ରୋଜେକ୍ଟ ଶକ୍ତି ଦଳକୁ ନିଶ୍ଚୟ ଶକ୍ତି ପ୍ରଦାନ କରିବେ ବୋଲି କହିବା ସହ ତୃଣମୂଳ ସ୍ତରରେ କାମ କରୁଥିବା ଦଳୀୟ  କର୍ମୀଙ୍କ ଆୱାଜ୍ ନେତୃତ୍ୱ ପାଖରେ ପହଂଚିପାରିବ ବୋଲି କହିଥିଲେ । ସଭାରେ ଜିଲ୍ଲା ଉପ-ସଭାପତି ମନୀଷ ମିଶ୍ର, ଟାଉନ କଂଗ୍ରେସ ସଭାପତି ସୁଦାମ ସାହୁ ମଞ୍ଚାସିନ ଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକ ଜୋନ ସ୍ତରୀୟ କର୍ମକର୍ତ୍ତାମାନେ ଏଥିରେ ସାମିଲ ହୋଇ ତାଲିମ ଗ୍ରହଣ କରି ଥିଲେ  ।

0
0
0
s2sdefault