ହେଡଲାଇନସ୍:

ସିବିଆଇର ସଂସ୍ଥାଗତ ଅଖଣ୍ଡତାକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ନିରପେକ୍ଷତା ସହ କାର୍ଯ୍ୟ କରୁଛନ୍ତି: ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, - ସିବିଆଇ ନିଦେ୍ର୍ଧଶକ ଆଲୋକ ବର୍ମା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ରାଜ୍ୟ ବିଜେପି ସ୍ୱାଗତ କରୁଛି । ସିବିଆଇର ସଂସ୍ଥାଗତ ଅଖଣ୍ଡତାକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ନିରପେକ୍ଷତା ସହ କାର୍ଯ୍ୟ କରୁଛନ୍ତି । ଯେବେ ଏଭଳି ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଉପରେ ସନେ୍ଦହ ଆସିବ ତେବେ ସଂପୃକ୍ତ ସଂସ୍ଥାର ପାରଦର୍ଶିତାକୁ ବଜାୟ ରଖିବା ପାଇଁ ସଫାଇ ପ୍ରକ୍ରିୟାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଯେଉଁ ସମୟରେ ସିବିଆଇର ଦୁଇ ଅଫିସରଙ୍କ ବିରୁଦ୍ଧରେ ଗମ୍ଭୀର ଆରୋପ ଲାଗିଛି, ସେହି ସମୟରେ ସେଂଟ୍ରାଲ ଭଜିଲାନ୍ସ କମିଟି(ସିଭିସି)ର ଅନୁମୋଦନକ୍ରମେ ଯେଉଁ ଅଧିକାରୀଙ୍କ ତଦନ୍ତ ଚାଲିଥାଏ ସେ ପର୍ଯ୍ୟନ୍ତ ସଂପୃକ୍ତ ଅଧିକାରୀ ନିଜ ପଦରେ ରହିବା ଅନୁଚିତ୍ । ସିବିଆଇର ଏହି ଦୁଇ ଅଫିସରଙ୍କୁ ବହିଷ୍କୃତ କିମ୍ବା ବଦଳି କରାଯାଇନାହିଁ । ତଦନ୍ତ ପ୍ରକ୍ରିୟାରେ ପଚରାଉଚରା ପାଇଁ ସମୟସୀମା ନିର୍ଦ୍ଧାରିଣ କରିବା ଏବଂ ତଦନ୍ତକୁ ତଦାରଖ କରିବା ପାଇଁ ସୁପ୍ରିମ କୋର୍ଟର ଏକ ଅବସରପ୍ରାପ୍ତ ଜଜ ନିଯୁକ୍ତି କରିବା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିରପେକ୍ଷତା ପ୍ରକ୍ରିୟାକୁ ଆହୁରି ମଜବୁତ କରୁଛି । ଏହା ଏକ ସକରାତ୍ମକ ପଦକ୍ଷେପ । 

କେନ୍ଦ୍ର ସରକାର ଚାହୁଁଛନ୍ତି କି ଖୁବ୍ ଶୀଘ୍ର ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁୁ ଆସୁ । ଆମେ ଆଶା କରୁଛୁ କି ଖୁବ୍ ଶୀଘ୍ର ସତ୍ୟ ସମସ୍ତଙ୍କ ସାମ୍ନାକୁ ଆସିବ । ସୁପ୍ରିମକୋର୍ଟ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟ କରୁଛନ୍ତି । ଯେଉଁ ତଦନ୍ତକାରୀ ସଂସ୍ଥା ଭ୍ରଷ୍ଟାଚାରର ତଦନ୍ତ କରେ ସେହି ସଂସ୍ଥାର ଯଦି ଦୁଇ ବଡ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସେ ତେବେ ଖୁବଶୀଘ୍ର ସଠିକ୍ ଏବଂ ନିରପେକ୍ଷ ତଦନ୍ତ ହେବା ନିହାତି ଆବଶ୍ୟକ । ଯେଉଁମାନଙ୍କ ବିରୁଦ୍ଧରେ ତଦନ୍ତ ପ୍ରକ୍ରିୟା ଚାଲିଛି ସେମାନେ କିପରି ଏହି ତଦନ୍ତକାରୀ ସଂସ୍ଥା ଭିତରେ ରହି କାର୍ଯ୍ୟ କରିବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ସବୁ କାର୍ଯ୍ୟ ସଠିକ୍ ପ୍ରକ୍ରିୟା ଅନୁସାରେ କାର୍ଯ୍ୟକାରୀ ହେବା ସହ ନିରପେକ୍ଷତା ବଜାୟ ରଖିବାକୁ କେନ୍ଦ୍ର ସରକାର ଚାହାଁନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

0
0
0
s2sdefault