ହେଡଲାଇନସ୍:

ବିଜେଡିର କେଉଁ ଗମାଙ୍ଗ ଧରିବେ ଗୁଣୁପୁର ବିଜେଡି ମଙ୍ଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଗୁଣପୁରରୁ ସିଦ୍ଧାର୍ଥ ଦାଶ): ଆଗାମୀ ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୁଣପୁର ନିର୍ବାଚନ ମଣ୍ଡଳୀ ଅଞ୍ଚଳର ରାଜନୀତି ଚଳଚଞ୍ଚଳ ହୋଇଉଠିଛି । କଂଗ୍ରେସ ପକ୍ଷରୁ ଗୁଣପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଭାବେ ବର୍ତ୍ତମାନ ର ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁରୁଷୋତ୍ତମ ଗମାଙ୍ଗଙ୍କ ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଅପରପକ୍ଷେ ବିଜେଡି ଗୁଣପୁର ନିର୍ବାଚନ ମଣ୍ଡଳୀ ପାଇଁ ଟିକଟ ଚୂଡାନ୍ତ କରିଥିବା ଜଣାପଡିଛି ।

ବର୍ତ୍ତମାନ ର ଗୁଣପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ ଙ୍କୁ ବାଦ ଦେଇ ଗଜପତି ଜିଲ୍ଲାରେ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟରତ ଶ୍ରୀ ରଘୁନାଥ ଗମାଙ୍ଗ ଙ୍କୁ ପ୍ରାର୍ଥୀ କରିବାକୁ ଦଳ ର ଉପରସ୍ଥର ରେ ନିଷ୍ପତି ନେଇଥିବା ଖବର ମିଳିଛି । ରାଜଧାନୀ ର ଏକ ଗୁପ୍ତ ସ୍ଥାନରେ ରୁଦ୍ଧଦ୍ୱାର ବୈଠକ କରି ଦଳ ର ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ଶ୍ରୀ ସଞ୍ଜୟ ଦାସବର୍ମା ଓ ଅନ୍ୟ କେତେକ ନେତା ଗୁଣପୁର ନିର୍ବାଚନ ମଣ୍ଡଳୀ ର ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିଥିବା କୁହାଯାଉଛି ।/ ଦଳୀୟ କର୍ମୀ ଓ ନେତା ମାନେ ତ୍ରିନାଥଙ୍କ ଉପରୁ ଭରଷା ତୁଟାଇ ରଘୁନାଥଙ୍କ ଉପରେ ଭରଷା ରଖିଥିବା ଜଣାପଡ଼ିଛି । ୨୦୧୪ ନିର୍ବାଚନ ର ୧ ବର୍ଷ ପରେ ଦଳ ଭିତରେ କନ୍ଦଳ ଯୋଗୁଁ ତାହା ବର୍ତ୍ତମାନ ତ୍ରିନାଥ ଙ୍କ ଉପରେ ପ୍ରଭାବ ପଡିଥିବା ହେତୁ ସେ ଏକାକୀ ହୋଇ ପଡିଥିବା ଚର୍ଚ୍ଚା ହେଉଛି ।

ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଙ୍କ ସହ ତ୍ରିନାଥ ଙ୍କ ସୁସମ୍ପର୍କ ନଥିବା , ବିଧାୟକ ଙ୍କ ପାଣ୍ଠିକୁ ନେଇ ଉଭୟ ଙ୍କ ମଧ୍ୟରେ ଟଣା ଓଟରା ଚାଲିଥିବା ଏବଂ ପଦ୍ମପୁର ଓ ରାମନାଗୁଡା ଅଞ୍ଚଳର କିଛି ବିଜେଡି ର ପ୍ରଭାବଶାଳୀ ନେତାଙ୍କ ସହ ତ୍ରିନାଥ ଗମାଙ୍ଗ ଙ୍କ ସମ୍ପର୍କ ଭଲ ନଥିବା ରୁ ଆଗାମୀ ନିର୍ବାଚନ ରେ ତ୍ରିନାଥ ଗମାଙ୍ଗ ଙ୍କୁ ଟିକଟ ମିଳିବ ନାହିଁ ବୋଲି ଚର୍ଚା ହେଉଥିବା ବେଳେ ଗତ ଦିନରେ ଗୁଣପୁର ନିର୍ବାଚନ ମଣ୍ଡଳୀ ର ସଦର ଗୁଣପୁର ଠାରେ ହୋଇଥିବା ତିତିଲି କ୍ଷୟକ୍ଷତି ସମୀକ୍ଷା ବୈଠକ ରେ ତ୍ରିନାଥ ଙ୍କ ଅନୁପସ୍ଥିତି ଏହାର ଏକ ଖୋରାକ ଯୋଗାଇଛି ।

ଗୁଣପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ର ଦଳୀୟ କର୍ମୀ ଭାବେ ଛାତ୍ର ଜୀବନ ରୁ ଦଳ ପାଇଁ କାର୍ଯ୍ୟ କରି ଲୋକଙ୍କ ମାନସପଟ୍ଟ ରେ ରହିଆସିଥିବା ଆଇନଜୀବୀ ଶ୍ରୀ ଅଶ୍ୱିନ ଗମାଙ୍ଗ ଆଗାମୀ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ ଥିବାବେଳେ ହଠାତ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀ ଙ୍କ ନାମ ବିଜେଡି ର ପ୍ରାର୍ଥୀ ଭାବେ ମନୋନୀତ କରାଯାଉଥିବା ଖବର ସାଧାରଣ ସହଜରେ ଗ୍ରହଣ କରି ପାରୁନଥିବା ଜଣାପଡିଛି ।

ଏଭଳି ପରିସ୍ଥିତି ରେ ତିତିଲି ପ୍ରଭାବିତ ଅଞ୍ଚଳ ଗୁଡିକୁ ପ୍ରଶାସନିକ ଅଧିକାରୀ ଗସ୍ତ କରିନଥିବା ଭଳି ପଦକ୍ଷେପ ଏବଂ ଏନ.ଆର.ଜି.ଇ.ଏସ ହେଉ କିମ୍ବା ଜନନୀ ସୁରକ୍ଷା ଯୋଜନା ହେଉ କିମ୍ବା ବିଜୁ ପକ୍କା ଘର ଯୋଜନା ଭଳି ସରକାରୀ ଯୋଜନା ଗୁଡିକ ଗ୍ରାମାଞ୍ଚଳ ରେ ନପହଁଚିବା ଅଭିଯୋଗ ଆଗାମୀ ୨୦୧୯ ନିର୍ବାଚନ ରେ ବିଜେଡି କୁ ମହଙ୍ଗା ପଡିପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ।

0
0
0
s2sdefault