ହେଡଲାଇନସ୍:

ମତେ ଯେତେ ସୋଧ ପଛକେ ଲୋକଙ୍କୁ ମୁକ୍ତି ଦିଅ : ଧର୍ମେନ୍ଦ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର-ପେଟ୍ରୋଲ ଓ ଡିଜେଲ ଉପରୁ ଯଦି ରାଜ୍ୟ ସରକାର ଭ୍ୟାଟ କମାଇବେ ତାହାହେଲେ ରାଜ୍ୟରେ ତୈଳଦର ହ୍ରାସ ପାଇବ ବୋଲି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅନ୍ୟ ରାଜ୍ୟରେ ବେସ ପ୍ରାଇସ ସମାନ ଥିବା ବେଳେ ସେଠାରେ ପେଟ୍ରୋଲ ଠାରୁ ଡିଜେଲର ମୂଲ୍ୟ କମ୍ ରହିଛି । କେବଳ ତାଙ୍କୁ ଗାଳି କରି ନିଜର ପ୍ରମୋସନ ପାଇଁ ଅର୍ଥମନ୍ତ୍ରୀ ଏହିପରି ଯୁକ୍ତି କରୁଛନ୍ତି । ତାଙ୍କର ୪ ପୁରୁଷ କାହିଁକି ୮ ପୁରୁଷ ଉଝାଳନ୍ତୁ ଏଥିରେ କୌଣସି ଆପତି ନାହିଁ । ହେଲେ ଓଡିଆ ଲୋକମାନେ କିପରି ଏଥିରୁ ମୁକ୍ତି ପାଇବେ ଏହାର ଉତର ଦାୟିତ୍ୱ ରାଜ୍ୟ ସରକାର ନିଅନ୍ତୁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି  ।

ରାଜ୍ୟ ସରକାର ବିଶେଷ କରି ଯଦି ଡିଜେଲ ଉପରୁ ଭ୍ୟାଟ୍ କମାଇବେ ତାହାହେଲେ ଡିଜେଲର ମୂଲ୍ୟ କମିବ । ଅନ୍ତରାଷ୍ଟ୍ରୀୟ ବଜାରକୁ ନେଇ ବେସ ପ୍ରାଇସ ସ୍ଥିର ରହିଛି । ଅନ୍ୟ ରାଜ୍ୟରେ ବେସ ପାଇସ ଓଡିଶା ବେସ ପାଇସ ସହ ସମାନ ଥିବା ବେଳେ ସେଠାରେ ଡିଜେଲର ଦାମ କମ୍ ରହୁଛି । ଓଡିଶା ସରକାର ଭ୍ୟାଟ୍ ର ରି-ଭିଜିଟ ନକରିବା ଫଳରେ ଓଡିଶାରେ ଡିଜେଲର ମୂଲ୍ୟ ମହଙ୍ଗା ହେଉଛି । କେନ୍ଦ୍ର ସରକାରଙ୍କ ସମେତ ୨୦ଟି ରାଜ୍ୟ  ତୈଳ ଦର ଉପରେ ଟିକସ କମ୍ କରିଥିଲେ । ସେଥିପାଇଁ ସେଠାରେ ଡିଜେଲଦର ନିୟନ୍ତ୍ରଣରେ ଅଛି । ତୈଳ ଉପରେ  କେତେ ଟ୍ୟାକ୍ସ ରଖିବେ ତାହା ରାଜ୍ୟ ସରକାର ନିଷ୍ପତି ନେବେ । ତେବେ ଏଠିକାର ଲୋକ, ଶିଳ୍ପ, ବ୍ୟବସାୟ ପାଇଁ ସରକାର ଉତରଦାୟୀ ରହିବେ ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ତେବେ ତାକୁ ଯଦି ବାହାନା କରି ନିଜର ବାବୁଙ୍କୁ ଖୁସି କରିବା ପାଇଁ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଭଳି ଗୁମାସ୍ତା ଓ ବଚସ୍କର ମାନେ ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗାଳି କଲେ ପ୍ରମୋସନ ହେବ ସେ ଗାଳିକୁ ସ୍ୱୀକାର କରୁଛି, ଆଉ ବହେ ଗାଳି ଦିଅନ୍ତୁ ହେଲେ ଓଡିଆ ଲୋକଙ୍କ ପାଇଁ ନିଜର ଉତର ଦାୟିତ୍ୱ ନ ତୁଲାଇବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

 

0
0
0
s2sdefault