ହେଡଲାଇନସ୍:

ଏସସିବିରେ ୨ ପୀଡିତାଙ୍କୁ ଭେଟିଲେ ମହିଳା କଂଗ୍ରେସ ଟିମ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ମହିଳା କଂଗ୍ରେସର ଏକ ଟିମ୍ କଟକ ବଡ଼ ମେଡ଼ିକାଲରେ ପହଂଚି ତିର୍ତୋଲ ଏବଂ ନୟାଗଡ଼ର ଦୁଇ ନାବାଳିକା ପୀଡ଼ିତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଉପସ୍ଥିତ ଡାକ୍ତର ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ମହିଳା ପ୍ରତିନିଧି ଦଳ ପିସିସି ଉପସଭାପତି ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ସେଠାକୁ ଯାଇ ପୀଡିତାମାନଙ୍କୁ ଅଧିକ ଦିନ ସ୍ୱତନ୍ତ୍ର ଭାବେ ଚିକିତ୍ସା ଦବାକୁ ଅନୁରୋଧ କରିଥିଲେ । ବର୍ତମାନ ପୀଡ଼ିତାମାନେ କ୍ରମଶଃ ଆରୋଗ୍ୟ ଲାଭ କରୁଥିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି ଓ ମନସ୍ତାତ୍ୱିକ ଭାବରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଓ ସେମାନଙ୍କର ମାନସିକ କାଉନ୍ସେଲିଂର ଏକାନ୍ତ ଆବଶକତା ରହିଛି ।

ପୀଡ଼ିତାମାନେ ଗ୍ରାମକୁ ଫେରିଗଲେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବାର ଆଶଙ୍କା ଥିବାରୁ ସେମାନଙ୍କୁ ସରକାରୀ ସାହାଯ୍ୟରେ ଆବାସିକ ଅନୁଷ୍ଠାନର ସ୍ୱତନ୍ତ୍ର ପରିବେଶ ମଧ୍ୟରେ ପାଠ ପଢ଼ାଇ ଦାୟୀତ୍ୱ ସରକାର ବହନ କରନ୍ତୁ ଓ ସେମାନଙ୍କ ପରିବାରକୁ ସଂପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି କରିଥିଲେ । ଏହି ଟିମ୍ ରେ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ମହିଳା କଂଗ୍ରେସ ସଭାନେତ୍ରୀ ସୁଚିତ୍ରା ବେଉରା, ଉପସଭାନେତ୍ରୀ ଦୀପ୍ତିରାଣୀ ପ୍ରଧାନ, ପ୍ରଦେଶ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିମା ମଲ୍ଲିକ, କଟକ ନଗର ଜିଲା ମହିଳା କଂଗ୍ରେସର ଶ୍ରୀୟା ସଂବେଦନା ଓ ଛାତ୍ର କଂଗ୍ରେସ ନେତ୍ରୀ ଶିବାନୀ ସାମିଲ ଥିଲେ ।

0
0
0
s2sdefault