ହେଡଲାଇନସ୍:

ଭଦ୍ରକ: ବିଜେପି ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ , ଜିଲ୍ଲାବ୍ୟାପୀ ବ୍ଲକ ଘେରାଓ ପାଇଁ ପ୍ରସ୍ତୁତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଭଦ୍ରକ ଜିଲ୍ଲା ବିଜେପିର ଏକ ଜରୁରୀ କାର୍ଯ୍ୟକାରିଣୀ ବୈଠକ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇ ଯାଇଛି । ଏଥିରେ ଜିଲ୍ଲା ପ୍ରଭାରୀ ମୋହନ ମାଝୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀନବନ୍ଧୁ ପତି, ଡାକ୍ତର ପ୍ରଦିପ ନାୟକ, ଶରତ ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିବା ସଂଗେ ସଂଗେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ । ନବୀନ ସରକାରରେ କ୍ରମବର୍ଦ୍ଧିଷ୍ଣୁ ଭ୍ରଷ୍ଟାଚାର, ଅପାରଗତା ଓ ଦୁର୍ନୀତି ବିରୁଦ୍ଧରେ ଜିଲ୍ଲାର ସମସ୍ତ ୭ଗୋଟି ବ୍ଳକରେ ଆସନ୍ତା ୨୭ ତାରିଖରୁ ୩୦ ତାରିଖ ମଧ୍ୟରେ ବ୍ଳକ ଘେରାଓ ଏବଂ ଜନ ସାଧାରଣଙ୍କୁ ସଚେତନ କରିବା ନେଇ ଦଳ ପକ୍ଷରୁ ଜିଲ୍ଲାର ସମସ୍ତ ମଣ୍ଡଳରେ ଆସନ୍ତା ନଭେମ୍ବର ୧ ରୁ ୩୦ ମଧ୍ୟରେ ‘ଜନ ସଂବାଦ’ କାର୍ଯ୍ୟକ୍ରମ ହାତକୁ ନିଆଯାଇ ପଦଯାତ୍ରା କରାଯିବ ବୋଲି ଏହି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକାରିଣୀରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଭାଷ୍କର ସାହୁ, ଶୁକଦେବ ମଲ୍ଲିକ, ବରିଷ୍ଠ  ନେତା ରଘୁନାଥ ପାତ୍ର, ଶଙ୍କର୍ଷଣ ଜେନା, ଜିଲ୍ଲା ସାଧାରଣ ସଂପାଦକ ପ୍ରଭାତ ଜେନା, ଅଶୋକ ପୁହାଣ, ଉପସଭାପତି ଶରତ ପଢିଆରୀ, ତପନ ମହାନ୍ତି, ଦୁର୍ଗା ନାୟକ, କମଳାକାନ୍ତ ସୂତାର, ଅଶୋକ ସାହୁ, ବିଦ୍ୟାଧର ସାହୁ, ଚତୁର୍ଭୁଜ ଜେନା, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ, ବୁଦ୍ଧଦେବ ଜେନା, ମଙ୍ଗରାଜ ନାୟକ, ଜିଲ୍ଲା ପରିଷଦସଭ୍ୟା ରଞ୍ଜିତା ସ୍ୱାଇଁ, ସୁରଥ ସେଠୀ, ବ୍ଳକ ଉପାଧ୍ୟକ୍ଷା ସତ୍ୟବ୍ରତ ଦାସ, ବିଳାସିନୀ ବୋଷଙ୍କ ସମେତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା, ଜିଲ୍ଲା ପଦାଧିକାରୀ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ମଣ୍ଡଳ ପ୍ରଭାରୀ, ମଣ୍ଡଳ ସଭାପତି, ବିଧାନସଭା ପ୍ରଭାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନୂତନ ଭାବେ ଜିଲ୍ଲା କାର୍ଯ୍ୟକାରିଣୀର ସଦସ୍ୟ ମନୋନୀତ ହୋଇଥିବା ବିଶ୍ୱକେଶରୀ ମହାନ୍ତି, ପ୍ରଭାସ ଶୁଭଦର୍ଶନ ମହାନ୍ତି ଓ ମହମ୍ମଦଅଲ୍ଲୀ ସବିରଙ୍କୁ ସ୍ୱାଗତ କରାଯାଇଥିଲା । 

0
0
0
s2sdefault