ହେଡଲାଇନସ୍:

ଦାମଙ୍କ ସଭାରେ ଯୋଗ ଦେଇ ଚର୍ଚ୍ଚାରେ ଅଧ୍ୟାପିକା ମାନସୀ ରାଣୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଅଧ୍ୟାପିକା ମାନସୀ ରାଣୀ ରାଜନୈତିକ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗ ଦେଉଛନ୍ତି ବୋଲି ଜାଣି ନାହାନ୍ତି ଅଧ୍ୟକ୍ଷ

ତଦନ୍ତରେ ପ୍ରମାଣ ମିଳିଲେ ଆଇନ ଅନୁସାରେ କାର୍ଯାନୁଷ୍ଠାନ ନିଆଯିବ- ଗଭର୍ଣ୍ଣିଂ ବୋଡ଼ି ସଭାପତି

ବାରିପଦା(ଦିଲ୍ଲୀପ ମହାନ୍ତି )- ଅଧ୍ୟାପିକାଙ୍କୁ ଘାରିଛି ରାଜନୀତି ନିଶା, ଏଇ ଚର୍ଚ୍ଚା ଏବେ ବାରିପଦାରେ । ରାଜନୀତି ଖରାପ କଥା ନୁହେ | ଭଲ... ତାଙ୍କ ଭଳି ଶିକ୍ଷିତ ଲୋକ ଆସିବା ଉଚିତ | ହେଲେ ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅଧୀନରେ ଚାକିରୀ କରୁଥୁବା ସରକାରୀ କର୍ମଚାରୀମାନଙ୍କୁ ଚାକିରୀରେ ରହି ରାଜନୀତି କରିବା ନିମନ୍ତେ ଆଇନଗତ କଟକଣା ରହିଥିବା ବେଳେ ଏହାକୁ ଖୋଲାଖୋଲି ଭାବେ ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ମାନସୀ ବାରିକ ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ଆସିଅଛି । ଅଧ୍ୟାପିକା ମାନସୀ ବାରିକ ମୟୂରଭଞ୍ଜ ଦୁର୍ନୀତି- ଭ୍ରଷ୍ଟାଚାର ମହାସଂଗ୍ରାମ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ରହି ରାଜନୀତି କରୁଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଏଥି ସହିତ ଅକ୍ଟୋବର ୨୧ ବାରିପଦା ଛଉପଡ଼ିଆଠାରେ ଆୟୋଜିତ ସମାବେଶରେ ଓଡ଼ିଶା ରାଜନୀତିରେ ବିବାଦୀୟ ରାଜନେତା ଭାବେ ପରିଚିତ ପୂର୍ବତନ ମନ୍ତ୍ରୀ ଦାମବାବୁଙ୍କ ସହିତ ଗୋଟାଏ ମଞ୍ଚରେ ବସିଥିବା ଏବଂ ଉକ୍ତ ସମାବେଶର ଶେଷରେ ଧନ୍ୟବାଦ ଦେବାକୁ ଆସି ସାମ୍ବାଦିକମାନଙ୍କ ଉପରେ ମିଥ୍ୟା ଆରୋପ ଲଗାଇବାକୁ ଉଦ୍ୟମ କରିଥିବା ବିଷୟକୁ ନେଇ ଅଧ୍ୟାପିକା ମାନସୀ ବାରିକ ବିବାଦୀୟ ହୋଇପଡ଼ିଛନ୍ତି ।

ଚାକିରୀରେ ରହି ରାଜନୀତି କରିବା ବିଷୟରେ ଅଧ୍ୟାପିକା ମାନସୀ କହିଛନ୍ତି, ମୟୂରଭଞ୍ଜ ଦୁର୍ନୀତି- ଭ୍ରଷ୍ଟାଚାର ମହାସଂଗ୍ରାମ କ୍ରିୟାନୁଷ୍ଠାନ କମିଟି କୌଣସି ରାଜନୈତିକ ସଙ୍ଗଠନ ନୁହେଁ । ଆମେ ଭ୍ରଷ୍ଟାଚାର ବିରୋଧୀ କାମ ଆରମ୍ଭ କରିଛୁ । ଯେହେତୁ କମିଟିରେ ଜେନେରାଳ ସେକ୍ରେଟେରୀ ରହିଥିବାରୁ ମଞ୍ଚାସୀନ ହୋଇଥିଲି । ମଞ୍ଚରେ ଦାମବାବୁ ରାଜନୈତିକ ଭାଷଣ ଦେବାର କାର୍ଯ୍ୟକ୍ରମ ନ ଥିଲା । ଦାମବାବୁ କୁଆଡେ଼ ରାଜନୀତି ଛାଡ଼ି ସମାଜସେବାରେ ମନନିବେଶ କରିଥିବାର କୁହାଯାଇଥିଲା । ଯଦି କ୍ରିୟାନୁଷ୍ଠାନ କମିଟି ତାର ଲକ୍ଷ୍ୟରୁ ବିଚ୍ୟୁତ ହୁଏ, ତେବେ କମିଟିରୁ ଓହରି ଯିବି ବୋଲି କହିଥିଲେ ।

ହେଲେ ମାନସୀ ମାଡାମଙ୍କ କଥା ଟିକେ ହଜମ ନହେଲା ପରି ଲାଗୁଛି | ବିଜେଡିରୁ ତଡା ଖାଇ ଘାଇଲା ବାଘ ପରି ହେଉଥିବା ଡ଼ ଦାମ ରାଉତ ଓ ବୈଜୟନ୍ତ ପଣ୍ଡା ଆସୁଛନ୍ତି, ଯେଉଁମନେ ଏବେ ସକାଳୁ ମୁହଁ ଧୋଇଲା ଠାରୁ ରାତିରେ ସପନରେ ବି ନବୀନ ଆଉ ପାଣ୍ଡିଆନଙ୍କ ସାତ ପୁରୁଷ ଉଧାରଉଛନ୍ତି, ସେମାନେ ଆସିବେ ସମାବେଶକୁ ....ରାଜନୀତି କଥା କହିବେନି କି ମୁଖ୍ୟମନ୍ତ୍ରୀଙ୍କୁ ସୋଦିବେନି, ଏ କଥା କେମିତି ବି ଜଣେ ଅଧ୍ୟାପିକା ମହୋଦୟ ଭାବିଲେ !!!!

ସେହିପରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟାପିକା ମାନସୀ ରାଣୀ ବାରିକ ସଭାସମିତି ଓ ରାଜନୈତିକ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗ ଦେଉଛନ୍ତି ବୋଲି ଜାଣି ନାହାନ୍ତି । ଅଧ୍ୟାପିକା ଏନଏସଏସ ଦାୟିତ୍ୱରେ ରହିଛନ୍ତି । ସେହି ଅନୁସାରେ ତାଙ୍କୁ ଡ଼କାରା ହୋଇଥିଲେ ସେ ହୁଏତ ଯାଇଥିବେ । କିନ୍ତୁ ଚାକିରୀରେ ରହି ରାଜନୈତିକ ମଞ୍ଚରେ ଯୋଗ ଦେବା ଆଇନ ପରିସରରଭୁକ୍ତ କି ନୁହେଁ, ସେ ବିଷୟରେ ଜାଣି ନାହାନ୍ତି ବୋଲି କହିଥିଲେ । ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ବାରିପଦା ବିଧାୟକ ଓ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଅଧ୍ୟାପିକା ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ତାଙ୍କ ନଜରରେ ନାହିଁ । ତଦନ୍ତ କରିବା ପରେ ଯଦି ଘଟଣାରେ କୌଣସି ସତ୍ୟତା ରହିଥାଏ ତେବେ ଅଧ୍ୟାପିକା ମାନସୀ ରାଣୀ ବାରିକଙ୍କ ଉପରେ ଆଇନ ଅନୁସାରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

0
0
0
s2sdefault