ହେଡଲାଇନସ୍:

ଦାମଙ୍କ ପାଇଁ ଚିନ୍ତା ବ୍ୟକ୍ତ କରି ଆଶୁ ଆରୋଗ୍ୟ କାମନା କଲା ବିଜେଡି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

"ମାନସିକ ଭାରସାମ୍ୟ ହରାଇଥିବା ଦାମ ବାବୁ ଉଚିତ ଚିକିତ୍ସା ନେଇ ଖୁବ ଶୀଘ୍ର ସୁସ୍ଥ ହୁଅନ୍ତୁ"

ଭୁବନେଶ୍ୱର: ଏହା ଅତି ଦୁଃଖ ଓ ପରିତାପର ବିଷୟ ଯେ ଦାମବାବୁ ବର୍ତ୍ତମାନ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଆଜିକାଲି ସେ ପ୍ରାୟ ସମସ୍ତଙ୍କ ବିରୋଧରେ କହୁଛନ୍ତି । କେତେବେଳେ ମହିଳାମାନଙ୍କୁ ତ କେତେବେଳେ ଅଙ୍ଗନବାଡ଼ି କର୍ମୀଙ୍କୁ ଅପମାନିତ କରୁଛନ୍ତି । କେତେବେଳେ ଚାଷୀଙ୍କୁ ତ କେତେବେଳେ ବ୍ରାହ୍ମଣ ଓ ଅନୁସୂଚିତ ଜାତିଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ସେ ନିଜେ କ’ଣ କହୁଛନ୍ତି, ବୁଝିପାରୁ ନାହାନ୍ତି । ଏହା ଦୁର୍ଭାଗ୍ୟର ବିଷୟ ଯେ ଦାମବାବୁଙ୍କର ଏହି ମାନସିକ ସ୍ଥିତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜର ରାଜନୈତିକ ସ୍ୱାର୍ଥ ଓ ଅଭିସନ୍ଧି ପାଇଁ ବ୍ୟବହାର କରୁଛନ୍ତି । ବିଜୁ ଜନତା ଦଳ ଆଶା କରୁଛୁ, ଯେ ଦାମବାବୁ ଉଚିତ୍‍ ଚିକିତ୍ସା ଗ୍ରହଣ କରିବେ ଏବଂ ଖୁବ୍‍ଶୀଘ୍ର ଆରୋଗ୍ୟ ଲାଭ କରିବେ । ବିଜେଡିର ଗଭୀର ସମବେଦନା ତାଙ୍କ ସହିତ ରହିଛି ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

0
0
0
s2sdefault