ହେଡଲାଇନସ୍:

 ଶାସକ ଦଳରେ ମାଳମାଳ ରାବଣ , ମୁଖିଆ ସେମାନଙ୍କ କ୍ୟାପଟେନ : ଦାମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୦୧୯ରେ ଜନସାଧାରଣ ପ୍ରମାଣ କରିବେ କିଏ ରାମ କିଏ ରାବଣ : ସମୀର

Bhubaneswar : ଜଗତସିଂହପୁର ଜିଲ୍ଲାର ଏରସମାରେ ରାବଣପୋଡ଼ିକୁ ନେଇ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ମୁହାଁମୁହିଁ ହୋଇଛନ୍ତି ।  ଏରସମାର ଆଂଚଳିକ ଯୁବ ପରିଷଦ ପଡ଼ିଆରେ ରାବଣପୋଡ଼ି ଉତ୍ସବ ପାଇଁ  ଦାମଙ୍କ ବଦଳରେ ପ୍ରଶାନ୍ତଙ୍କୁ ପ୍ରଶାସନ ଅନୁମତି ଦେବା ପରେ ଆରମ୍ଭ ହୋଇଛି ବୟାନବାଜି । ପ୍ରଶାନ୍ତଙ୍କୁ ରାବଣପୋଡିପାଇଁ ଅନୁମତି ମିଳିବା ପରେ ଡା. ରାଉତ କହିଛନ୍ତି, ଶାସକ ଦଳରେ  ମାଳମାଳ ରାବଣ ।  ସେହି ରାବଣମାନଙ୍କ କ୍ୟାପଟେନ୍ ହେଉଛନ୍ତି ନବୀନ ପଟ୍ଟନାୟକ ।  ୨୫ ବର୍ଷ ହେବ ସେଠାରେ ରାବଣ ପୋଡି ଅନୁଷ୍ଠିତ  ହେଉଛି । ପ୍ରଶାନ୍ତ ମୁଦୁଲି ବିଧାୟକ ହେବାକୁ ୯ ବର୍ଷ ପୂରିଲା ।  ହେଲେ ସେ କେବେ ହେଲେ ରାବଣ ପୋଡ଼ି କଥା କହୁନଥିଲେ । କିନ୍ତୁ ଚଳିତ ବର୍ଷ ମୋତେ ରାବଣପୋଡ଼ି କରାଇ ନଦେବାକୁ ପ୍ରଶାନ୍ତ ମୁଦୁଲି ପ୍ରଶାସନକୁ ଲେଖିଛନ୍ତି ବୋଲି ଡା. ରାଉତ ଅଭିଯୋଗ କରିଛନ୍ତି ।

ସେ ଆହୁରି କହିଛନ୍ତି-ଦଶହରା ବେଳେ ରାବଣପୋଡ଼ି ହୋଇଥାଏ । ଏହା ଏକ ସାମାଜିକ ଉତ୍ସବ । ରାବଣପୋଡ଼ି ଉତ୍ସବ ସ୍ଥାନୀୟ  ଅ।ୟୋଜନ କରନ୍ତି ।  ସବୁବର୍ଷ ପରି ଚଳିତବର୍ଷ ରାବଣପୋଡ଼ି କରିବା ପାଇଁ ପିଲାମାନେ ତହସିଲଦାରଙ୍କଠାରେ ଅନୁମତି ଲୋଡ଼ିଥିଲେ । ତହସିଲଦାର ୪୦୦୦ ଟଙ୍କା ନେଇ ପଡ଼ିଅ। ପାଇଁ ଅନୁମତି ଦେଇଥିଲେ । ପରେ ମାଇକ୍ ବଜାଇବା ପାଇଁ ଏଡିଏମଙ୍କଠାରୁ ଅନୁମତି ମାଗିଥିଲେ । ଏଡିଏମ୍ ଏନେଇ ସ୍ଥାନୀୟ ଥାନାଧିକାରୀଙ୍କୁ ରିପୋର୍ଟ ମାଗିଥିଲେ । ମାତ୍ର ଥାନାଧିକାରୀ ରିପୋର୍ଟ ଦେଲେନି । ତେଣୁ ତହସିଲଦାର ପଡ଼ିଆ ଅନୁମତି ରଦ୍ଦ  କରିବା ସହିତ ଜମା ହୋଇଥିବା ଟଙ୍କା ନେଇ ଯିବାକୁ ଚିଠି ଲେଖିଲେ । ଏହା ପରେ ଗାଁ ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ । ଶେଷରେ ୨୦୦ରୁ ଅଧିକ ଲୋକ ଦସ୍ତଖତ ସମ୍ୱଳିତ ଦରଖାସ୍ତ ପୁଲିସକୁ ଦେଲେ । ମାତ୍ର ପୁଲିସ ସେମାନଙ୍କ ଦରଖାସ୍ତ ଗ୍ରହଣ କଲେନାହିଁ । ରାବଣପୋଡ଼ି ପାଇଁ ଗଲା । ମଂଚ ଭଙ୍ଗାଯିବା ନେଇ ଜଣେ ପୁଲିସ ଅଫିସରଙ୍କୁ ଫୋନ୍ କରିଥିଲି । ସେ କହିଲେ, ଘଟଣା ସମାଧାନ ପାଇଁ ଉଦ୍ୟମ କରିଥିଲୁ ।  ମାତ୍ର ତୃତୀୟ ମହଲାରୁ ନିର୍ଦ୍ଦେଶ  ଅ।ସିଥିବାରୁ ଅ ।ମେ  କ'ଣ କରିବୁ ? ତେଣୁ ଏଥିରୁ ସ୍ପଷ୍ଟ ହେଉଛି- କେଉଁଠି ରାବଣପୋଡ଼ି ହେବ, ତାହା ତୃତୀୟ ମହଲା ଦେଖୁଛି ବୋଲି ସେ ଅଭିଯୋଗ କରିଥିଲେ ।

ତେବେ ଦାମଙ୍କ ମନ୍ତବ୍ୟର ଜବାବରେ  ବିଜେଡି ମୁଖପାତ୍ର ସମୀର ରଞ୍ଜନ ଦାଶ କହିଛନ୍ତି-ଦାମ ଦଳରୁ ବହିଷ୍କୃତ ହେବା ପରେ ଅନେକ ମନଗଢା କଥା କହୁଛନ୍ତି ।  ତାଙ୍କ କଥା ଓ କାର୍ଯ୍ୟ ଭିତରେ ଦି ପଇସାର ସାମଞ୍ଜସ୍ୟ ନାହିଁ । କଥାରେ କିଛି ମାନେ ନାହିଁ ।  ୨୦୧୯ରେ ଜନସାଧାରଣ ପ୍ରମାଣ କରିବେ କିଏ ରାମ କିଏ ରାବଣ ବୋଲି ସେ କହିଛନ୍ତି ।

0
0
0
s2sdefault