ହେଡଲାଇନସ୍:

ଅଣ୍ଡା ମାଡ଼କୁ ଡରି ଆସିଲେ ନାହିଁ ଅତିଥି !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା()- ବାରିପଦା ମଧୁବନ ମିନି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମକୁ ଅଣାଡାମାଡ଼ ଗୁଜବରେ ଭୟଭିତ ହୋଇ ଆସିଲେ ନାହିଁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଗଣ । ଶେଷରେ ଆୟୋଜକ ପ୍ରଦୋଷ ଦାସ ନିରାଶ ହୋଇ ନିଜେ ରାବଣ ପୋଡ଼ି କାର୍ଯ୍ୟକ୍ରମକୁ ନିଜେ ଶୁଭ ଉଦଘାଟନ କରିବାକୁ ବାଧ୍ୟ ହୋଇଥିଲେ ବୋଲି ଜନ ସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ସେହିପରି ଚଳିତ ବର୍ଷ ରାବଣ ପୋଡ଼ି କମିଟି ପକ୍ଷରୁ ଜିଲ୍ଲା ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ତଥା ଜେଏମଏମ ତ୍ୟାଗ କରି ବିଜେଡ଼ିରେ ସାମିଲ ହୋଇଥିବା ଡ଼ା. ଦେବାଶିଷ ମାର୍ଣ୍ଡି ଓ ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡିଙ୍କୁ କାର୍ଯ୍ୟକ୍ରମରେ ଅତିଥି କରାଯାଇଥିଲା ଏବଂ ଏମାନେ ମଧ୍ୟ ନିମନ୍ତ୍ରଣଙ୍କୁ ସ୍ୱିକାର କରିଥିଲେ । ଅକ୍ଟୋବର ୧୯ ସନ୍ଧ୍ୟା ସମୟରେ କମିଟିର ସମସ୍ତ ସଦସ୍ୟମାନ ଅପକ୍ଷୋ କରି ରହିଥିଲେ ଅତିଥିମାନଙ୍କୁ । ସେହିପରି ଦର୍ଶକମାନେ ଉତ୍କଣ୍ଠାର ସହିତ ଅନାଇ ବସିଥିଲେ କେତେବେଳ ଆସିବ ସେହି ଶୁଭ ମୂହୁର୍ତ୍ତ , ଆକାଶର ବୁକୁଚିରି ଝଲମଳ ହେବ ରଙ୍ଗବେରଙ୍ଗ ଆଲୋକମାଳ । କିନ୍ତୁ ଶେଷରେ ନିରାଶ ହେବାକୁ ପଡ଼ିଥିଲା କମିଟିକୁ ଓ ଫଳରେ ବିଳମ୍ବରେ ହେଲେ ମଧ୍ୟ ନିଜ ହାତରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେବେ ଏହି ରାବଣପୋଡ଼ି ବିଜଦରେ ରହିଥିବା ଗୋଷ୍ଠୀକନ୍ଦଳକୁ ଅଧିକ ରୋଚକ କରିଦେଇଥିବା ବିଷୟକୁ ନେଇ ବାରିପଦା ସହରରେ ମୁଖ୍ୟ ଆଲୋଚନାର ବିଷୟବସ୍ତୁ ପାଲଟିଯାଇଛି । ଜିଲ୍ଲା ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ା. ମାର୍ଣ୍ଡି କୁଆଡେ଼ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ହେବା ନିମନ୍ତେ କମିଟିକୁ ମୋଟା ଅଙ୍କର ଡେ଼ାନେସନ ଦେଇଥିଲେ । ଅନ୍ୟପକ୍ଷରେ ବାଙ୍ଗିରିପୋଷି ବିଧାୟକ ଶ୍ରୀମାର୍ଣ୍ଡିଙ୍କୁ ମଧ୍ୟ ଅତିଥି କରାଯାଇଥିବା ବେଳେ ସ୍ଥାନୀୟ ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କୁ ଜାଣିଶୁଣି ଅଣଦେଖା କରାଯାଇଥିଲା । ତେଣୁ ସାନନ୍ଦଙ୍କ ନିଜ ଗଡରେ ତାଙ୍କୁ ଆୟୋଜକ ଅଣଦେଖା କରିଥିବା ତଥା ଦଳର କିଛି ନେତା ଏହାକୁ ଜାଣିଶୁଣି ଯୋଜନା କରିଥିବା ଯୋଗୁ ଉପବାଚସ୍ପତିଙ୍କ ସମର୍ଥକମାନଙ୍କ ସହିତ ବିରୋଧୀ ଦଳ ପକ୍ଷରୁ ଅତିଥିମାନଙ୍କ ଉପରକୁ ପ୍ରବଳ ଅଣ୍ଡାମାଡ଼ ହେବ ବୋଲି ଏକ ଗୁଜବ ପ୍ରଚାରିତ ହୋଇଥିଲା ।

 କାର୍ଯ୍ୟକ୍ରମରେ ଅତିଥି ଭାବେ ନିମନ୍ତ୍ରିତ  ଡ଼ା. ମାର୍ଣ୍ଡିଙ୍କୁ ତାଙ୍କର ସେଲ ନମ୍ବର ୯୪୩୭୮୭୩୧୩୨ରେ ସମ୍ପର୍କ ସ୍ଥାପନର ପ୍ରୟାସ କରାଯାଇଥିଲେ ମଧ୍ୟ ସେ ବହୁସମୟ ଧରି ଫୋନ  ଉଠାଇନଥିଲେ | ହେଲେ ଏହାକୁ  ନେଇ ସହରରେ ଚର୍ଚା  ତନାଘନା ହେବା ତଥା ଗଣମାଧ୍ୟମ ପକ୍ଷରୁ ପଚରାଉଚରା ବଢିବା ପରେ ବିଳମ୍ବରେ ଫୋନ ଉଠାଇଥିଲେ ଓ କହିଥିଲେ ଯେ " ମତେ ରାବଣ ପୋଡି ପାଇଁ ଡକାଯାଇନଥିଲା କି ମୁଁ ସେଥିକୌଣସି ଚାନ୍ଦା ଦେଇନାହିଁ" |  ଏ ବିଷୟରେ ଆୟୋଜକ ପ୍ରଦୋଷ ଦାସଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ସେଲ ନମ୍ବର ୮୨୪୯୫୩୮୮୧୦ରେ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ସେ ପ୍ରଥମେ ଫୋନେ ଉଠାଇ ନଥିଲେ | ହେଲେ  କିଛି ଘଣ୍ଟା ବିଳମ୍ବରେ ଫୋନ ଉଠାଇ କହିଥିଲେ ହେ " ଗତବର୍ଷ ଆମେ ସାନନ୍ଦ ବାବୁଙ୍କୁ ଡାକିଥିଲୁ | ସେ ଆସିଲେ ନାହିଁ , ନଛି ବାବୁଙ୍କୁ ପଠାଇ ଦେଲେ |  ତେଣୁ ଲୋକ ବିରକ୍ତ ହେଲେ | ସେହି କାରଣରୁ ଆମେ ତାଙ୍କୁ କି କାହାକୁ ବି ଏଥର ଡାକିନଥିଲୁ |"

ହେଲେ ଦେବାଶିଷ ଓ ପ୍ରଦୋଷ ବାବୁଙ୍କ କଥା ଯଦି ସତ ତେବେ କୋଉ ଅତିଥିଙ୍କୁ ଆୟୋଜକ ଅପେକ୍ଷା କରି ୭-୭.୩୦ ମଧ୍ୟରେ ହେବାକୁ ଥିବା ରାବଣ ପୋଡି ପ୍ରାୟ ୯ଟା ବେଳେ ହେଲା ??? କିଏ ସେଇ ରାମଚନ୍ଦ୍ର ????  ଯାହାର ଆଗମନକୁ ଅପେକ୍ଷା କରି ଆୟୋଜକ ଉପସ୍ଥିତ ଲୋକଙ୍କୁ ବିରକ୍ତ ହେବାର ସୁଯୋଗ ଦେଲେ | ହେଲେ ଆୟୋଜନ ସଂସ୍ଥା ସହ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ ଆୟୋଜକ ଦେବାଶିଷ ବାବୁଙ୍କୁ ଡାକିଥିଲେ ଆଉ ହେଲେ ତାଙ୍କୁ ଦେବାଶିଷ ବାବୁ ସୁଦାମ ବାବୁଙ୍କ ସହ କୁଆଡେ ଆସିବେ ବୋଲି କହିଥିଲେ | ହେଲେ କଣ ହେଲା କେଜାଣି ସନ୍ଧ୍ୟାବେଳୁ ଆଉ ସେମାନଙ୍କ ସହ ଯୋଗାଯୋଗ ହୋଇପାରିଲା ନାହିଁ |  ଆଉ ସେମାନେ ନଆସିବା ଯୋଗୁ ବାଧ୍ୟ ହୋଇ ଆୟୋଜକ ନିଜେ ରାମ ସାଜି ରାବଣରେ ନିଆଁ ଲଗାଇଲେ | 

ତେଣୁ ସତ କଣ ମିଛ କଣ ଆୟୋଜକ ଆଉ ଅତିଥି ଜାଣିଥିବେ  | ହେଲେ ଆୟୋଜନ ଯେବଠାରୁ ହେଲାଣି, ସେବେଠାରୁ ଜଣେ କିଏ ରାମ ବାହାରୁ ଆସିବାର ପରମ୍ପରା ରହିଛି | ଅର୍ଥାତ ଆୟୋଜକମାନେ କାହାକୁ ଜଣେ ଅତିଥି ଭାବେ ନିମନ୍ତ୍ରଣ କରିଥାନ୍ତି | ଏଇ ଦୁଇ ତିନିବର୍ଷ କଥା ଉଦାହରଣକୁ ନେଲେ ଜଣାପଡେ ୨୦୧୭ ରେ ଆୟୋଜକ ସ୍ଥାନୀୟ ବିଧାୟକ ସାନନ୍ଦ ମାରାଣ୍ଡି ଓ ଉପ ନଗରପାଳ ନଛି (ଜିତେନ୍ଦ୍ର) ମହାନ୍ତିଙ୍କୁ ନିମନ୍ତ୍ରଣ କରିଥିଲେ | କୌଣସି ବ୍ୟସ୍ତତା କାରଣରୁ ସାନନ୍ଦ ଆସିପାରିଲେନି ଓ ଉପନଗରପାଲା ଶ୍ରୀ ମହାନ୍ତି ଆସିଥିଲେ | ୨୦୧୬ ରେ ଆସିଥିଲେ ଅତିଥି ଭାବେ ସାନନ୍ଦ ଓ ଜିତେନ୍ଦ୍ର | ତା ପୂର୍ବବର୍ଷ ବି ଏ ଦୁହେଁ ଆସିଥିଲେ | ମୋଟାମୋଟି ସ୍ଥାନୀୟ ବିଧାୟକ ଏହି ଉତ୍ସବରେ ରାମ ସାଜିବାର ପରମ୍ପରା ରହି ଆସିଛି | ୧୯୭୩ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ବିନା ବାହାର ରାମଙ୍କ(ରାଜନୈତିକ ନେତା) ବିନା ହୋଇନାହିଁ |  ଆଉ ଏହା ବି ଅତ୍ୟାବଶ୍ୟକ | ମହାନ ପରମ୍ପରାକୁ ବଜାୟ ରଖିବା ପାଇଁ ଏତେବଡ ଆୟୋଜନ ଯେତେବେଳେ ଲୋକଙ୍କ ପାଇଁ ହେଉଛି, ତାହା ବାହ୍ୟ ସମର୍ଥନ ବା ବିନା ସ୍ପନସରସିପରେ ହେବା ଅସମ୍ଭବ | ତେଣୁ ଏଥର କାହାକୁ ଡକାଯାଇ ନଥିବା କଥା ଯାହା ଆୟୋଜକ କହୁଛନ୍ତି ତାହା କେତେ ସତ ତାହା ଉତ୍ସବର ରେକର୍ଡ କହିବି | ହେଲେ ଆୟୋଜକଙ୍କ କହିବା ଅନୁଯାୟୀ ଯଦି କାହାକୁ ଡକାଯାଇ ନଥିଲା ତେବେ ସବୁ ରେଡି ଥାଇ ସାଢେ ସାତଟାରେ ସୁଧା ଆରମ୍ଭ ହେବାକୁ ଥିବା ନିଆଁଲଗାଁ କାହା ଅପେକ୍ଷାରେ ଦେଢ଼ ଘଣ୍ଟାରୁ ଡଡିକ ବିଳମ୍ବିତ ହେଲା ? ଯଦି ଆୟୋଜକ ନିଜେ ନିଆଁ ଲଗାଇବାର ଥିଲା ତେବେ କାହିଁକି ଲୋକଙ୍କୁ ବିରକ୍ତ କରି ବିଳମ୍ବ କରାଗଲା ?  ହେଲେ ଯାହା ସହରରେ ଚର୍ଚ୍ଚା, ତାହା ହେଉଛି ନିମନ୍ତ୍ରିତ ଅତିଥି ଆସିବାରେ ବିଳମ୍ବ ହେବା ତଥା ଶେଷରେ ନଆସିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା |

ପ୍ରକାଶ ଥାଉକି, ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଜିଲ୍ଲା ରାଜନୀତିର ପ୍ରାଣକେନ୍ଦ୍ର ହୋଇଥିବାରୁ ରାଜନୀତି କ୍ଷେତ୍ରରେ ନିଜର ପତିଆରା ବିସ୍ତାର କରି ରାଜ୍ୟ ରାଜନୀତିକୁ ପ୍ରଭାବିତ କରାଇବା ନିମନ୍ତେ ପ୍ରତିଯୋଗିତା ଚାଲିଥିବାରୁ ଗୋଷ୍ଠୀ କନ୍ଦଳ, ମତାନ୍ତର ଓ ମନାନ୍ତର ସମସ୍ତ ସୀମାରେଖାକୁ ଅତିକ୍ରମ କରିସାରିଛି । ଯାହା ବାରିପଦା ନିର୍ବାଚନ ମଣ୍ଡଳୀକୁ ବେଶ ପ୍ରଭାବିତ କରାଇ ଆସୁଛି । ତେବେ ଏହି ଗୋଷ୍ଠୀ ବିବାଦକୁ ବିଭିନ୍ନ ସମୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ଡ଼ଃ. ଅରୁଣ ସାହୁ ଖଣ୍ଡନ କରୀ ଆସୁଥିବା ବେଳେ ହେଲେ ମୟୁରଭଞ୍ଜ ରାଜନୀତିରେ ବିଜେଡିର ଗୋଷ୍ଠୀ ବିବାଦ " ଲୁଚିଛି ନା ପାଦ ଦୁଇଟି ଦିଶୁଛି" ବୋଲି ସହରରେ ଚର୍ଚ୍ଚା ।

0
0
0
s2sdefault