ହେଡଲାଇନସ୍:

ଅସହାୟଙ୍କ ଶବକୁ କାନ୍ଧଦେଇ ସତ୍କାର କରିବା ପରେ ମନ୍ତୀ ସୁଶାନ୍ତ ସିଂଙ୍କ ପ୍ରତି ସମାଲୋଚନା ବାଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜନୀତିରେ ବଢୁଛି ଅସହିଷ୍ଣୁତା, ସଜ ମାଛରେ ବି ପୋକ ପକାଇଦେଉଛନ୍ତି !

ବରଗଡ/ଗୌରାଙ୍ଗ ଦାଶ :- ଆସାମର କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମୀ ଜଣେ ଅସହାୟଙ୍କ ଶବ କାନ୍ଧେଇ ନେଇ ସତ୍କାର କରିଥିଲେ । ଆଉ ମିଡିଆ ତାଙ୍କର ଏ ମହତ କାମକୁ ପ୍ରଶଂସା କରି ତାଙ୍କୁ ହିରୋ କରିଦେଇଥିଲେ । ଓଡିଶାାରେ ବିଜେଡି ବିଧାୟକ ସୁରେନ୍ଦ୍ର ପଟୁଆ ମଧ୍ୟ ଜଣେ ଅସହାୟଙ୍କ ଶବ କାନେ୍ଧଇ ନେଇ ସକ୍ରାର କରିଥିଲେ । ତାଙ୍କ ବିଷୟରେ ମିଡିଆ ବା ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଥିଲା । ହେଲେ ଏବେ ମନ୍ତ୍ରୀ ସୁଶାନ୍ତ ସିଂହ କିନ୍ତୁ ଜଣେ ଅସହାୟଙ୍କ ଶବକୁ ମାନବିକତା ଆଧାରରେ କାନ୍ଧ ଦେଇ ସତ୍କାର କରାଇବା ବେଳେ ଗଣମାଧ୍ୟମ ଓ ସାମଜିକ ଗଣମାଧ୍ୟମରେ ଚାଲିଛି ଟ୍ରୋଲ । ସୁଶାନ୍ତଙ୍କୁ ସୋସିଆଲ ମିଡିଆରେ ସମାଲୋଚନା ପ୍ରବଳ !!!! ଆଉ ତାହା ପୁଣି ରାଜନୈତିକ ପ୍ରତିପକ୍ଷଙ୍କ ଦ୍ୱାରା । କିଏ କହୁଛି ଭୋଟ୍ ପାଇଁ ଚାଲ, ନାଟକବାଜୀ,ଅବା ଆଉ କିଛି । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଅଭିଯାନ ପାଇଁ ଝାଡୁ ମାରିବା ଗୋଟେ ଫାର୍ସ ! ରାହୁଲ ଗାନ୍ଧୀ ଛୁଆ କାଖେଇବା ବି ଫାର୍ସ !! ନେତାମାନେ ଦଳିତଙ୍କ ଘରେ ଖାଇବା ବି ଫାର୍ସ !!! ଏଗୁଡ଼ିକୁ ଫାର୍ସ ବୋଲି ନଭାବି ସମାଜର ଅନ୍ୟଲୋକଙ୍କ ପାଇଁ ପ୍ରେରଣା ବୋଲି କାହିଁକି ବିବେଚନା ନକରାଯିବ !!!!!

ଗୋଟିଏ କଥା.....ଏଭଳି ଭଲ କାମ କରିବାକୁ ସମାଲୋଚନା କରୁଥିବା ଲୋକଙ୍କ ମୁଣ୍ଡକୁ କାହିଁକି ଆସୁନି ? ଆମେମାନେ ଏପରି ଭଲକାମ ବା ଅସହାୟଙ୍କ ପାଇଁ କାମ କରି ସୋସିଆଲ ମିଡିଆରେ ବା ମିଡିଆରେ କାଢିପାରୁନେ କାହିଁକି ? ଏ ସମାଲୋଚନା ଇର୍ଷାର ପ୍ରତିଫଳନ ନୁହେଁ ତ । ବରଗଡ଼ ଜିଲ୍ଲାରେ ତାଙ୍କର ଲୋକ ପ୍ରିୟତା ଓ ସଫଳ ସାଙ୍ଗଠନିକ ପ୍ରତିଷ୍ଠାରେ ଓଷଦ ବିକଳରେ ତାଟିଆ କାମୁଡା ନୁହେଁ ତ |

ମନ୍ତ୍ରୀ ସୁଶାନ୍ତ ସିଂ ପଶ୍ଚିମ ଓଡ଼ିଶାର ଜଣେ ଲୋକପ୍ରିୟ ଯୁବନେତା | ଦଳମତ ନିର୍ବିଶେଷରେ ଲୋକ ମାନେ ତାଙ୍କୁ ଭଲ ପାଆନ୍ତି | ଆଉ ସାହାଯ୍ୟ କରିବା ବେଳେ ସେ କେବେ ବି ଦେଖନ୍ତି ନାହିଁ ଲୋକଟା କେଉଁଦଳର | ସୁଶାନ୍ତ ସିଂ ଆଜି ଜଣେ ଲୋକର ଶବକୁ କାନ୍ଧେଇ ନେଲେ ତା ନୁହେ, ତାଙ୍କ ରକ୍ତରେ ସମାଜ ସେବା | ଖୁବ ମିଷ୍ଟଭାଷୀ , ପରୋପକାରୀ , ଓ ଦରଦୀ ମଣିଷ ଭାବରେ ସମଗ୍ର ପଶ୍ଚିମ ଓଡିଶାରେ ଲୋକମାନେ ବେଶ ଭଲ ଭାବରେ ଜାଣନ୍ତି। ମନ୍ତ୍ରୀ କିମ୍ବା MLA ହେବା ପୂର୍ବରୁ ସେ ସମାଜସେବା ଅନବରତ ଭାବରେ କରି ଆସୁଥିଲେ | ଏହା କେବଳ ସୋହେଲା ନୁହେଁ ସମସ୍ତ ବରଗଡ ବସି ଯାଉଛନ୍ତି । କେବଳ ବିଜେଡି ନୁହେଁ, ସବୁ ଦଳର ଅନେକ ଲୋକଙ୍କ ଭିତରେ ତାଙ୍କର ଗ୍ରହଣୀୟତା ରହିଛି | ସେଥିପାଇଁ ସେ ଜଣେ ଦକ୍ଷ ସଂଗଠକ | ତାଙ୍କ ସାଙ୍ଗଠନିକ ଦକ୍ଷତା ଆଉ ରାଜନୀତିର ଖେଳପଡିଆରେ ବି ଜଣେ ଷ୍ଟ୍ରାଇକର ଆଉ ଜଣେ ଭରସାଯୋଗ୍ୟ ଖେଳାଳୀ | ତାଙ୍କ ପାଖକୁ ଯଏବି ଯେତେବେଳେ ପହଂଚିଛି ସହାୟତା ପାଇଁ, ସେ ନିରାଶ ହୋଇ ଫେରେନି...ସେ ଯେଉଁଦଳର ବି ହୋଇଥାଉ | ସେଥିପାଇଁ ସେ ଆଜି ସମସ୍ତଙ୍କର ଅତି ପ୍ରିୟ । ସାଦାସୀଧା ଜୀବନ ଯାପନ, ସାଧାରଣ ମଣିଷ ଭାବେ ଚାଲିବାକୁ ଭଲପାଆନ୍ତି ମନ୍ତ୍ରୀ ଶ୍ରୀ ସିଂ ମାଟିର ମଣିଷ ଭଳି | ସେଥିପାଇଁ ତାଙ୍କର ଫ୍ୟାନ ଫଲୋଅର ପଶ୍ଚିମ ଓଡ଼ିଶାର ଅନ୍ୟ ନେତାଙ୍କ ତୁଳନାରେ ଅଧିକ | ରାଜନିତୀରେ ତାଙ୍କ ସଫଳତା ନେଇ କେହି ତାକୁ ଇର୍ଷା କରୁଥାଇ ପାରନ୍ତି , ହେଲେ ବେଳ ପାଇଲେ ସମାଜ ସେବା କରିବା ତାଙ୍କ ଆଦତ |

ଗତ କିଛି ମାସ ହେଲା ସୋହେଲା ର ମାଟି ଭୁଏ ନାମକ ଜଣେ ବୃଦ୍ଧା ସାହୁ ଟିକ୍ରା ଆସି ବାସ କରୁଥିଲେ । ଗତ କାଲି ସନ୍ଧ୍ୟା 7 ତା ସମୟରେ ମାଟି ଭୁଏ ଙ୍କର ପରଲୋକ ହେଇଗଲା । ଆଖପାଖ ଲୋକ ମାଟି ଙ୍କର ଘର ଲୋକଙ୍କୁ ଖବର ଦେବା ପରେ ଭି ସେମାନେ ଶବ ସତ୍କାର ପାଇଁ ଆସିନଥିଲେ । ଏହି ଘଟଣା ମନ୍ତ୍ରୀଙ୍କ ଦୃଷ୍ଟି କୁ ଆସିବା କ୍ଷଣି ସେ ତୁରନ୍ତ ସାହୁ ଟିକ୍ରା କୁ ପହଂଚି ନିଜେ ଶବ ସତ୍କାର ପାଇଁ ବାହାରି ଥିଲେ । ସୋହେଲାର ପୂର୍ବତନ ସରପଞ୍ଚ କୁଡୁ ସାହୁ , ଅନିଲ ପ୍ରଧାନ , କୁଳମଣି ଦିୱାନ ,ମାର୍କଣ୍ଡ ସା , ସୁଶାନ୍ତ ସାହୁ , ଡାକ୍ତର ପ୍ରଧାନ ,ଲଳିତ ପ୍ରଧାନ ଅଭିନାଶ ସାହୁ , ନାରାୟଣ ପ୍ରମୁଖ ମନ୍ତ୍ରୀ ଙ୍କର ସହିତ ଶବ ସତ୍କାର କାର୍ଯ୍ୟ ସମାପନ କରିଥିଲେ | ହଁ ..ସେ ଅଂଚଳରେ ଲୋକ ଅନେକ ଥିଲେ, ନେତା ବି ଥିଲେ...ସେମାନେ ଚାହିଁଥିଲେ ହୁଏତ ଶବ ସତ୍କାର କରିଥାନ୍ତେ | ମନ୍ତ୍ରୀଙ୍କ କାର୍ଯ୍ୟକୁ ଯେଉଁମାନେ ନିର୍ବାଚନୀ ଷ୍ଟଣ୍ଟ ବୋଲି ସମାଲୋଚନା କରୁଛନ୍ତି ସେମାନେ ବି କରି ନାଁ ନେଇପାରିଥାନ୍ତେ | ହେଲେ.....

ଦୁଃଖର ବିଷୟ ଯେ ମନ୍ତ୍ରୀ ଙ୍କର ଏହି ମହତ କାର୍ଯକୁ କିଛି ଲୋକ ଦିନ ସାରା ସୋସିଆଲ ମିଡ଼ିଆରେ ଯେଉଁ ଭଳି ଢଙ୍ଗରେ ସମାଲୋଚନା କଲେ ତାହା କି ପ୍ରକାର ମାନସିକତା ତାହା କରୁଥିବା ଲୋକ ହିଁ ଜାଣିଥିବେ | । ରାଜନୀତି ଭଲ କଥା, ରାଜନୀତିରେ ଆଲୋଚନା ସମାଲୋଚନା ହେବା ଉଚିତ | ଠିକ ସେଇଭଳି ରାଜନୀତିରେ ମଣିଷପଣିଆ ରହିବା ଉଚିତ, ସେ ନିର୍ବାଚନୀ ଷ୍ଟଣ୍ଟ ହୋଇଥାଉନା କାହିଁକି ! ହେଲେ ନିଜେ କରିବାନି କି କିଏ କଲେ ସାହିବାନି ବା ଈର୍ଷ୍ୟା କରିବା, ଏଇଟା କି ପ୍ରକାର କଥା | ନିଜେ ପରିଶ୍ରା କରିବାନି କି ବାଟ ଛାଡି଼ବାନି | ସୋସିଆଲ ମେଡିଆରେ ଯେତେ ଯାହା ସମାଲୋଚନା କରନ୍ତୁ ପଛକେ, ମନ୍ତ୍ରୀଙ୍କ ଏଇ କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ଲୋକ ଭାରି ପ୍ରଶଂସା କରିଛନ୍ତି |

0
0
0
s2sdefault