ହେଡଲାଇନସ୍:

ସୂର୍ଯ୍ୟଙ୍କ ମନ୍ତବ୍ୟ ପାଗଳାମି- ଦାମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ତିତଲି ଦ୍ୱାରା ପ୍ରଭାବିତ ଗଜପତି ଜିଲ୍ଲାରେ ପାହାଡ଼ ଧସି ୧୮ରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ଜିଲ୍ଲାର ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଜିରୋ କାଜୁଆଲିଟି ହୋଇଛି ବୋଲି ଦେଇଥିବା ମନ୍ତବ୍ୟ ଯେତିକି ଦୁଃଖ ଦାୟକ ସେତିକି ଦୁର୍ଭାଗ୍ୟଜନକ । ଏହା ତାଙ୍କର ପାଗଳାମି ବୋଲି ବିଜେଡ଼ି ଦଳରୁ ବହିଷ୍କୃତ ନେତା ଡା. ଦାମୋଦର ରାଉତ କଟୁ ସମାଲୋଚନା କରି କହିଛନ୍ତି ।

ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ସେ ପୂର୍ବରୁ ଜିଲ୍ଲାପାଳ, ବିଧାୟକ ଓ ଲୋକ ପ୍ରତିନିଧିଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସେମାନେ ତାଙ୍କୁ ସେଠାରେ ସେମିତି କିଛି ଅଘଟଣ ଘଟିନାହିଁ ବୋଲି କହିଥିଲେ । ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ସ୍ୱୀକାର କରିବା ସହ ମୃତକଙ୍କ ଉଦ୍ଦେଶ୍ୟରେ ଶୋକ ବ୍ୟକ୍ତ କରିଥିଲେ । ଅପରପକ୍ଷରେ ଯଦି ଜିଲ୍ଲାପାଳ ଏତେ ବଡ ଦୁର୍ଘଟଣା ସମ୍ପର୍କରେ ଜାଣିପାରିଲେ ନାହିଁ, ତେବେ ରାଜ୍ୟରେ ଶାସନ ବ୍ୟବସ୍ଥା କିପରି ଚାଲିଛି ତାହା ସ୍ପଷ୍ଟ ହୋଇଛି ବୋଲି ବିଧାୟକ ଶ୍ରୀ ରାଉତ କହିଛନ୍ତି ।

0
0
0
s2sdefault