ହେଡଲାଇନସ୍:

"ପ୍ରକୃତିର କଷ୍ଟଠାରୁ ମନ୍ତ୍ରୀ ଓ ଅଧିକାରୀଙ୍କ ସମ୍ବେଦନହୀନ ମନ୍ତବ୍ୟ ଅଧିକ କଷ୍ଟ ଓ ଯନ୍ତ୍ରଣାଦାୟକ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରକୃତିର କୋପକୁ ସାମ୍ନା କରି ପୁଣି ଅ।ଗକୁ ବଢିବା ଆମ ଓଡ଼ିଆଙ୍କ ଡିଏନ୍ଏରେ ରହିଛି : ଧର୍ମେନ୍ଦ୍ର

ଭୁବନେଶ୍ୱର - ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ବାତ୍ୟା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ପାହାଡ଼ ଗୁମ୍ଫାରେ ଅ।ଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଏହି ସମ୍ୱେଦନଶୀଳ ଘଟଣାରେ ବରିଷ୍ଠ ଅଫିସର ଓ ମନ୍ତ୍ରୀମାନଙ୍କ ବୟାନ କଟା ଘା'ରେ ଚୂନ ଦେବା ପରି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ବରିଷ୍ଠ ମନ୍ତ୍ରୀମାନେ କୁହନ୍ତି, ଆମେରିକାର ବାତ୍ୟାରେ ୧୭୦ ଲୋକଙ୍କର ମୃତ୍ୟୁ ହେଲା ଓ "ତିତଲି' ତା' ତୁଳନାରେ କମ୍ କ୍ଷତି କରିଛି । ମନ୍ତ୍ରୀଙ୍କ ଏପରି ବୟାନ୍ ଓଡ଼ିଅ । ଲୋକଙ୍କ ଅନ୍ତରକୁ ବାଧୁଛି । ସେହିପରି ବରିଷ୍ଠ ଅଫିସରମାନେ ପାହାଡ଼ ଧସି ମୃତ୍ୟୁବରଣ କରିଥିବା ଲୋକଙ୍କର ବାତ୍ୟାରେ ମରି ନାହାନ୍ତି ଓ ଜିରୋ କାଜୁଅ।ଲଟି ଲକ୍ଷ୍ୟ ପୂରଣ ହୋଇଛି ବୋଲି ଦାୟିତ୍ୱହୀନ ବୟାନ ଦେଇ ଓଡ଼ିଶା ଲୋକଙ୍କୁ ଅ।ହୁରି ଅପମାନିତ କରୁଛି । ଜିରୋ କାଜୁଆଲଟି ନାରା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ପ୍ର·ର ମାଧ୍ୟମରେ ସୀମିତ ରଖିଛନ୍ତି । ଅ।ତ୍ମପ୍ରଚାର ଏତେ ମାତ୍ରାରେ ବଢାଇଲେ ଯେ, ହକିର ବ୍ରାଣ୍ଡିଂ କରିବା ପାଇଁ ଓଡ଼ିଅ। ଲୋକଙ୍କ ଦୁର୍ଦ୍ଧଶା ସମୟରେ କଳିଙ୍ଗ ଷ୍ଟାଡିୟମର ଫଟୋଶୁଟ୍ କଲେ । ଆତ୍ମପ୍ରଚାର ପାଇଁ କୌନ୍ ବନେଗା କରୋଡ଼ପତି ଶୋ'ରେ ଉତ୍ସବ ପାଳନ କଲେ । ଏପରି କରିବା ବେଳେ ତାଙ୍କ ବିବେକ ଟିକେ ବାଧା ଦେଲା ନାହିଁ ବୋଲି ଶ୍ରୀ ପ୍ରଧାନ କଟାକ୍ଷ କରି କହିଛନ୍ତି ।

ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ଅ।ମ ଓଡ଼ିଅ।ମାନଙ୍କ ପାଇଁ ନୂଅ। କଥା ନୁହେଁ ପ୍ରକୃତିର କୋପକୁ ସାମ୍ନା କରି ପୁଣି ଅ।ଗକୁ ବଢିବା ଆମ ଓଡ଼ିଆଙ୍କ ଡିଏନ୍ଏରେ ରହିଛି । ମାତ୍ର ଅ।ଜି ସମୟ ବଦଳିଛି । ବାତ୍ୟା ଓ ବର୍ଷାର ଯଥେଷ୍ଟ ପୂର୍ବରୁ ସଠିକ ଭାବେ ଅ।କଳନ କରାଯାଇ ପାରୁଛି । ଆଧୁନିକ ଟେକ୍ନୋଲୋଜି ଦ୍ୱାରା ନୂଆ ନୂଆ ଉପାୟରେ ବିପର୍ଯ୍ୟୟକୁ ସଠିକ୍ ଭାବେ ସାମ୍ନା କରିବା ପାଇଁ ଅନେକ ସୁଯୋଗ ଓ ସମ୍ଭାବନା ଦେଇଛି । ମାତ୍ର ସବୁ ସୁଯୋଗ ଓ ସମ୍ଭାବନା ସତ୍ୱେ "ତିତଲି' ଓ ତା ପରେ ବର୍ଷା ଓଡ଼ିଶାର ଅନେକ ଜିଲ୍ଲାରେ ତାଣ୍ଡବ ରଚିଲା । ବିପର୍ଯ୍ୟୟ ମୁକାବିଲା କରିବାରେ ସରକାର ବିଫଳ ହେଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ଗଜପତି ଜିଲ୍ଲାରେ ପାହାଡ ଧସି ଗଣ ମୃତ୍ୟୁ ଆକସ୍ମିକ ନୁହେଁ ସରକାରର ଦାୟିତ୍ୱହୀନତା ଯୋଗୁଁ ଏହା ଗଣହତ୍ୟା ବୋଲି ସେ ଅଭିଯୋଗ କରିଛନ୍ତି । ଅମୂଲ୍ୟ ଜୀବନହାନି ପରେ ସମ୍ବେଦନହୀନ କ୍ଷତିପୂରଣର କଣ ମୂଲ୍ୟ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରକୃତିର କଷ୍ଟ ଠାରୁ ମନ୍ତ୍ରୀ ଓ ଅଧିକାରୀଙ୍କ ସମ୍ବେଦନହୀନ ମନ୍ତବ୍ୟ ଅଧିକ କଷ୍ଟ ଓ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି ।

0
0
0
s2sdefault