ହେଡଲାଇନସ୍:

ଅଲେଖ ଜେନାଙ୍କ ସ୍ୱପ୍ନ ସ୍ୱପ୍ନ ରେ ରହି ଯିବନି ତ ? 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜନଗର -( ନିରଞ୍ଜନ ରାଉତ ):ଓଡିଶା ରେ 120 ମିଶନ ସଫଳ କରିବାକୁ ସ୍ୱପ୍ନ ଦେଖୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କର ଦୃଢୋକ୍ତି କଣ ସତରେ ସଫଳ ହେବ ? ଦୀର୍ଘ 4 ଥର ଧରି ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ବାବୁଙ୍କ ବିଜେଡି ଦଳ ସରକାର ଗଢି  ଓଡିଶାରେ ସାଢ଼େ 4 କୋଟି ଓଡ଼ିଆଙ୍କ ହୃଦୟ ଜିଣି ପାରିଛନ୍ତି ବୋଲି ବିଜେଡି ଦାବି କରୁଥିବା ବେଳେ ତାକୁ ହଟାଇ ଶାସନ କ୍ଷମତା ଦଖଲରେ ବିଜେପି ଉଦ୍ୟମ ଚଳାଇଥିବା ବେଳେ ରାଜନଗର ନିର୍ବାଚନ ମଣ୍ଡଳୀରେ ଏବେ ଅଲେଖ ଜେନାଙ୍କୁ ନେଇ ସେଇକଥା ଚର୍ଚା ହୋଇଛି |  ରାଜନଗର ବିଧାନ ସଭା ଆସନର ବିଜେଡି ଟିକଟ ରେ 2009 ମସିହା ରେ ବିଧାୟକ ହୋଇ ଥିବା ଅଲେଖ ଜେନା ଶଙ୍ଖ ଛାଡି ପଦ୍ମ ଫୁଲ ର ଆଶ୍ରୟ ନେଇଛନ୍ତି | 2014 ମସିହାରେ ବିଜେଡି ସୁପ୍ରିମୋ ଶେଷ ଦିନରେ ତାଙ୍କ ଟିକେଟ ଛଡାଇ ନେଇ ଧୃବ ସାହୁଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେଇଥିଲେ | ତେଣୁ ସେ ବିଜେଡି ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡି ଥିଲେ .ଏବଂ ବିଜେପିରେ ମିଶିଥିଲେ | .ବିଜେପି ଦଳରେ ମିଶିଲା ପରେ ରାଜନଗର ବିଧାନସଭା ଆସନ ପାଇଁ ବିଜେପିରୁ ପାର୍ଥୀ ହେବା ପାଇଁ ଦାବିଦାର ଅଛନ୍ତି | ହେଲେ ରାଜନଗର ବିଧାନସଭା ଆସନରେ ବିଜେଡିର ପଲା ଭାରି ରହୁଛି . କାରଣ 2014 ମସିହାରେ ଅଲେଖ ଜେନା ଟିକେଟ ରୁ ବଂଚିତ ହେଲା ପରେ ଅଲେଖଙ୍କ ସମର୍ଥକ ଧୃବ ସାହୁଙ୍କୁ ଦୃଢ ବିରୋଧ କରିଥିଲେ |.ଯାହା ଫାଇଦା କଂଗ୍ରେସ ନେଇଥିଲା .ଏବଂ ମାତ୍ର 4000 ଭୋଟରେ  ଅଂଶୁମାନ  ମହାନ୍ତି ବିଜୟ ହୋଇଥିଲେ |.ହେଲେ ଗାଁ ଗହଳି ରେ ଆଲୋଚନା ହୁଏ ଯେ ଯଦି ଧୃବ ସାହୁ ବିଜେଡିରୁ ଟିକେଟ ପାଆନ୍ତି ଏବଂ ଅଂଶୁମାନ ମହାନ୍ତି କଂଗ୍ରେସରୁ ଓ ଅଲେଖ ଜେନା ବିଜେପି ରୁ ନିର୍ବାଚନ ଲଢନ୍ତି, ତେବେ ରାଜନଗର ବିଧାନସଭା ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା  ହେବ |.କାରଣ କଂଗ୍ରେସ ତାର ସମ୍ଭାବ୍ୟ 44 ଜଣିଆ ପାର୍ଥି ତାଲିକା ଘୋଷଣା କରିସାରିଛି .ଏବଂ ବର୍ତ୍ତମାନ ବିଧାୟକ ଥିବା ସମସ୍ତ ବିଧାୟକଙ୍କୁ ପ୍ରାର୍ଥୀ କରିବାକୁ ଆପତତଃ ସ୍ଥିର କରି ସାରିଛି | ତେଣୁ କଂଗ୍ରେସରୁ ଅଂଶୁମାନ ମହାନ୍ତି ନିର୍ବାଚନ ଲଢ଼ିବା ପ୍ରାୟତଃ ଏକ ପ୍ରକାର ସ୍ଥିର | .ତେଣୁ ଉପକୂଳ ଓଡିଶାରେ ବିଜେପି ର ସ୍ଥିତି ସେତେଟା ଦୃଢ ହୋଇପାରିନାହିଁ |.ତେଣୁ ବିଗତ ନିର୍ବାଚନ ଗୁଡିକରେ ଦେଖାଯାଏ .ଲୋକେ ବିଜେପି କୁ ସେତେଟା ସମର୍ଥନ ଦେଇ ନାହାନ୍ତି | କହିହେବନି ଆଗକୁ ବି କଣ ହେବ କହିହେବନି | ଆଜିର ସ୍ଥିତିରେ ନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ଲଢେଇ ହେବ |.ବିଜେପି ଏଠି ତୃତୀୟ ସ୍ଥାନରେ ସ୍ଥିତିରେ ରହିଛି | କାରଣ ରାଜନଗର ନିର୍ବାଚନ ମଣ୍ଡଳୀଟି ରାଜନଗର ର 29 ଟୀ ପଞ୍ଚାୟତ ଓ  ପଟ୍ଟାମୁଣ୍ଡାଇ ର 30 ଟି ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି କୁ ନେଇ ଗଠିତ | .ଅଲେଖ ଜେନାଙ୍କ ଘର ପଟ୍ଟାମୁଣ୍ଡାଇରେ ହୋଇଥିବାରୁ ପଟ୍ଟାମୁଣ୍ଡାଇରେ ବି ବିଜେପିର ସ୍ଥିତି ସେତେଟା ଭଲ ନାହିଁ | ଅତୀତରେ ଦେଖାଯାଏ ପଟ୍ଟାମୁଣ୍ଡାଇ ବାସି ସର୍ବଦା ବିଧାୟକ ପରିବର୍ତ୍ତନ କରିଥାନ୍ତି .ତେଣୁ ବିଜେଡି କର୍ମୀମାନେ ମଧ୍ୟ ଆଶା କରିଛନ୍ତି ଯେ ନବୀନ ବାବୁ ବିଜେଡି ପାଇଁ ଏକ ନୂଆ ପ୍ରାର୍ଥୀ ଦିଅନ୍ତୁ | ଯାହାକି ବିଜେଡି ପାଇଁ ଫଳ ପ୍ରଦ ହେବ | ଅନ୍ୟପଟେ ବିଜେପିରୁ ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଥିବା ଅଲେଖ ଜେନା ପ୍ରତ୍ୟକ ଦିନ ନିର୍ବାଚନ ମଣ୍ଡଳୀକୁ ଗସ୍ତକରି କର୍ମୀ ଯୋଗାଡ ସହିତ ସଂଗଠନକୁ ମଜଭୁତ କରିବାକୁ ପ୍ରୟାସ ଚଳାଇ ଛନ୍ତି | କାରଣ ରାଜନୀତିରେ ସବୁକିଛି ସମ୍ଭବ | ଏଠି ଆପେ ବଞ୍ଚିଲେ ବାପ ର ନାଁ |  ରାଜନୀତି ସମୀକ୍ଷକମାନେ ଆଲୋଚନା କରନ୍ତି ଯେ କେନ୍ଦ୍ର ରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି | ତେଣୁ ଓଡ଼ିଆରେ  ଗୋଟିଏ କଥା ଅଛି , ଘଇତା ପଛେ ମରୁ ହେଲେ ସଉତୁଣୀ ରାଣ୍ଡ ହେଉ |ତେଣୁ ଶେଷ ମୁହୂର୍ତରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଯଦି ସଲା ସୁତୁରା ହୁଏ .ତେବେ ଏମାନଙ୍କ ଗୋଟି ଚାଳନାରେ ବିଜେପିର ହିଁ କ୍ଷତି ଘଟିବ ଏବଂ କଂଗ୍ରେସ କିମ୍ବା ବିଜେଡିକୁ ହିଁ ଫାଇଦା ମିଳିବ | ତେଣୁ 2019 ନିର୍ବାଚନରେ ରାଜନଗରରୁ ବିଜେପିରୁ ବିଧାୟକ ହେବା ପାଇଁ ସ୍ୱପ୍ନ ଦେଖିଥିବା ଅଲେଖ ଜେନାଙ୍କ ଆଶା କେତେଦୂର ସଫଳ ହେଉଛି ତାହା ନିର୍ବାଚନ ପରେ ହିଁ ଜଣା ପଡିବ I

0
0
0
s2sdefault