ହେଡଲାଇନସ୍:

ଝାରବନ୍ଧ ବ୍ଲକ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ ଗୌରାଙ୍ଗ ଚରଣ ଦାଶ  :- ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ବିଜୁ ଜନତା ଦଳ ତରଫରୁ ଆଜି କନ୍ଦା ଡଙ୍ଗର ଗ୍ରାମରୁ ଅନୁଗୁଳ ପର୍ଯନ୍ତ ପଦଯାତ୍ରା ର ଆୟୋଜନ କରାଯାଇଥିଲା । ଉକ୍ତ ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।4 କିଲୋମିଟର ପଦଯାତ୍ରା ପରେ ଅନୁଗୁଳ ଗ୍ରାମ ରେ ଆୟୋଜିତ ଏକ ସଭାରେ  ପୂର୍ବତନ ମନ୍ତ୍ରୀ ରାଜ୍ୟ ସରକାର ଙ୍କର ଵିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରାଇବା ସହିତ ଏହି ଯୋଜନା ଗୁଡିକରେ କିଭଳି ଭାବରେ କାର୍ଯକରି ହେଇ ଜନସାଧାରଣ ଙ୍କର ଉପଯୋଗ ରେ ଲାଗିବ ସେ ବାବଦରେ ଲୋକମାନେ ସଚେତନ ହେବାକୁ କହିଥିଲେ । ଉକ୍ତ ସଭାରେ ଝାରବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପ୍ରଧାନ , ଝାରବନ୍ଧ ବ୍ଲକ ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ବିଦ୍ୟୁତ ରଞ୍ଜନ ପ୍ରଧାନ , ପାଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ ତଥା ଝାରବନ୍ଧ ବ୍ଲକ ର ଅନେକ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ନିଜର ମତାମତ ଉପସ୍ଥାପନ କରିଥିଲେ । ଉକ୍ତ ସଭା ତଥା ପଦଯାତ୍ରା ରେ ଝାରବନ୍ଧ ର ଵିଭିନ୍ନ ଅଞ୍ଚଳରୁ ବହୁ ଲୋକ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault