ହେଡଲାଇନସ୍:

ବିଜେଡିର ଜନ ସମ୍ପର୍କ ପଦଯାତ୍ରା:  ସାନନ୍ଦ ସମର୍ଥକଙ୍କ ଶକ୍ତି ପ୍ରଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଭିନ୍ନ ଯୋଜନାରେ ବାବଦ  ଅର୍ଥ କାଣ୍ଟଛାଣ୍ଟ କରି ଓଡିଶା ପ୍ରତି ଅବିଚାର କରୁଛି କେନ୍ଦ୍ର : ଅରୁଣ 

ବାରିପଦା (ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଆୟୋଜିତ ହୋଇଥିଲା ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ୨୦୧୯ରେ ଅନୁଷ୍ଠିତ  ହେବାକୁ ଯାଉଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟରେ ରଖି  ବାରିପଦା ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ସମର୍ଥକମାନେ ହଜାର ହଜାର ଜନତାଙ୍କୁ ପଦଯାତ୍ରାରେ ସାମିଲ କରାଇ ନିଜର ଶକ୍ତି ପ୍ରଦର୍ଶନ କରାଇଥିବା ବେଳେ ଏହାକୁ ଐତିହାସିକ ବୋଲି ବର୍ଣ୍ଣନା କରିଥିଲେ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ଡ଼  ଅରୁଣ ସାହୁ । ଉକ୍ତ ପଦଯାତ୍ରା ବାରିପଦା ଷ୍ଟେସନବଜାର ପଡ଼ିଆଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରି ଜିଲ୍ଲା କାର୍ଯ୍ୟାଳୟରେ ପହଁଞ୍ଚିବା ପରେ ଜିଲ୍ଲା ଯୁବ ବିଜୁ ଜନତା ଦଳର ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ  ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଡ.ଅରୁଣ କୁମାର ସାହୁ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଲୋକାଭିମୁଖୀ ଯୋଜନାଗୁଡିକ ଉପରେ ଆଲୋଚନା କରିବା ସହିତ ଯୋଜନାଗୁଡିକ କିପରି ପୁରରୁ ପଲ୍ଲିରେ ବସବାସ କରୁଥିବା ପ୍ରତ୍ୟେକ ଜନସାଧାରଣଙ୍କ ନିକଟରେ ପହଁଞ୍ଚି ପାରିବ ତାହା ଉପରେ  ଗୁରୁତ୍ୱାରୋପ କରିଥିଲେ । ସେହିପରି କେନ୍ଦ୍ରରେ ବିଜେପି ଶାସିତ ସରକାର ଓଡ଼ିଶା ପ୍ରତି ପ୍ରଦର୍ଶନ କରିଆସୁଥିବା ବୈମାତୃକ ମନୋଭାବକୁ ଦୃଢ଼ ଭାବେ ନିନ୍ଦା କରିଥିଲେ ।  ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ  ଯେଉଁ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଉଛନ୍ତି କରୁଛନ୍ତି ତାକୁ ବିଜେପି ସରକାରଙ୍କର ଦାନ ବୋଲି ସେମାନେ ଦାବି କରୁଛନ୍ତି ବୋଲି କହିଥିଲେ । ଏପରିକି ବିଭିନ୍ନ ଯୋଜନା ଉପରେ ରାଜ୍ୟ ସରକାର ୬୦ପ୍ରତିଶତ ଅର୍ଥ ପ୍ରଦାନ କରୁଥିବା ବେଳେ କେନ୍ଦ୍ର ସରକାର ୪୦ପ୍ରତିଶତ ଅର୍ଥଦାନ କରୁଛନ୍ତି ବୋଲି କହିଥିଲେ । ବିଭିନ୍ନ ଯୋଜନାରେ ବାବଦ  ଅର୍ଥ କାଣ୍ଟଛାଣ୍ଟ କରି ଓଡିଶା ପ୍ରତି ଅବିଚାର କରୁଛି କେନ୍ଦ୍ର | ବିଭିନ୍ନ କ୍ଷେତ୍ରରେ ଓଡିଶାକୁ କେନ୍ଦ୍ର ଦେଉଥିବା ଅର୍ଥକୁ କମାଇ ଓଡ଼ିଶାର ହକ୍ ପ୍ରାପ୍ୟକୁ ବନ୍ଦ କରି ଓଡ଼ିଶା ପ୍ରତି ପକ୍ଷପାତିତା କରିଆସୁଛନ୍ତି ବୋଲି ମତ ବକ୍ତ କରିବା ସଂଗେସଂଗେ ବିଜେପିକୁ ଏହାର ଦୃଢ଼ ଜବାବ ଦେବା ନିମନ୍ତେ ଉପସ୍ଥିତ ଜନସାଧାରଣଙ୍କୁ ବିଜେଡିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀସାହୁ ଆହ୍ୱାନ ଦେଇଥିଲେ  । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ସାରସକଣା ବିଧାୟକ ଭାଦବ ହାସଁଦା, ଯଶୀପୁର ବିଧାୟକ ମଙ୍ଗଲ ସିଂ ମୋଦି, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି, ଉତ୍ତର ଓଡ଼ିଶା ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତି, ନଗରପାଳ ବବିତା ଦାସ, ଏମସିସି ବ୍ୟାଙ୍କ ସଭାପତି ରାଜକିଶୋର ଆଚାର୍ଯ୍ୟ, ବରିଷ୍ଠ  କାଉନସିଲର ସରୋଜ ମହାପାତ୍ର, କୃଷ୍ଣାନନ୍ଦ ମହାନ୍ତି, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ମହିଳା ସଭାପତି ବୀଣାପାଣି ସାହୁ, କାର୍ଯ୍ୟକାରୀ ମହିଳା ସଭାପତି ସବିତା ବେହେରା, ଶ୍ରବଣୀ ଦାସ, ସୀମା ଦାସ, ସରୋଜ ବୋଷ, ଅସୀତ ପତି, କୃଷ୍ଣଚନ୍ଦ୍ର ଦାସ, କାଶୀନାଥ ରଣା, ପ୍ରଭାତ ନାୟକ, ଜ୍ଞାନରଞ୍ଜନ ଦାସ, ରାଜ୍ୟଯୁବ ସମ୍ପାଦକ ବିରଞ୍ଚି ମହାପାତ୍ର, ଅରୁଣ ବରାଡ, ସୁନୀଲ ନାୟକ, ଛାତ୍ର ସଭାପତି ଅଭୟ ସିଂ, ଗଣମାଧ୍ୟମ ସଂଯୋଜକ କପିଲ ଖଣ୍ଡେଲୱାଲ ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ଯୁବ, ଛାତ୍ର ଓ ମହିଳା ସଙ୍ଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ । 

0
0
0
s2sdefault