ହେଡଲାଇନସ୍:

ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ଓ ସଂସ୍କୃତି କ୍ଷେତ୍ରରେ ଏକ ଐତିହାସିକ ମାଇଲ୍‍ଖୁଣ୍ଟି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିରୋଧୀ ଦଳଙ୍କ ଅଭିଯୋଗ ଦୁର୍ଭାଗ୍ୟଜନକ ଓ ରାଜନୈତିକ ଉଦ୍ଦେଶ୍ୟ  ପ୍ରଣୋଦିତ

ଭୁବନେଶ୍ୱର: ୧୮ବର୍ଷର ସୁଶାସନ ଓଡ଼ିଶାକୁ ଯୋଗାଉଥିବା ବିଜୁ ଜନତା ଦଳ ସରକାର ଏବଂ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଏକ ଐତିହାସିକ ନିଷ୍ପତ୍ତି ନେଇ ଓଡ଼ିଆ ଭାଷା ଏବଂ ସଂସ୍କୃତିର ବିକାଶ କ୍ଷେତ୍ରରେ ଯେଉଁ ଉଦ୍ୟମ କରିଛନ୍ତି ତାହା ଉଲ୍ଲେଖନୀୟ ଏବଂ ସମଗ୍ର ଓଡ଼ିଆ ଜାତି ପାଇଁ ଏକ ଗର୍ବର ବିଷୟ । ଓଡ଼ିଆ ଭାଷା, ସଂସ୍କୃତି, ଇତିହାସ, ପରମ୍ପରା ଏବଂ ଗବେଷଣା କ୍ଷେତ୍ରରେ ଆଜି ଏକ ଐତିହାସିକ ପଦକ୍ଷେପ ରାଜ୍ୟ ସରକାର ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ସତ୍ୟବାଦୀର ପଞ୍ଚସଖା ବକୁଳବନରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାର ଭାଷା ଓ ପରମ୍ପରାକୁ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇଆସିଛି । ସେହିକ୍ରମରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ଥାପନା ବିଜୁ ଜନତା ଦଳ ସରକାରର ଓଡ଼ିଆ ଭାଷା ପ୍ରତି ଥିବା ପ୍ରୀତି ଓ ଆତ୍ମୀୟତାର ପରିଚୟ ବୋଲି ବିଜେଡି ମୁଖପାତ୍ର ଡ଼ ସସ୍ମିତ ପାତ୍ର କହିଛନ୍ତି |

ଶ୍ରୀ ପାତ୍ର କହିଛନ୍ତି ଯେ,  ୧୯୦୯ରେ ସତ୍ୟବାଦୀ ଠାରେ ପଞ୍ଚସଖା ଗଢ଼ିଥିବା ବକୁଳବନ ବିଦ୍ୟାଳୟ ଓଡ଼ିଆ ଭାଷା ଓ ସଂସ୍କୃତି କ୍ଷେତ୍ରରେ ଏକ ମାଇଲ୍‍ଖୁଣ୍ଟି କହିଲେ ଅତ୍ୟୁକ୍ତି  ହେବନାହିଁ । ୧୦୯ ବର୍ଷ ପରେ ସେହି ସ୍ଥାନରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ଥାପନା ସେହି ଐତିହ୍ୟ ଓ ପରମ୍ପରାକୁ ଆଗେଇ ନେଇଯିବାରେ ସକ୍ଷମ ହେବ । ୧୯୩୬ ମସିହା ୧ ଏପ୍ରିଲ ଦିନ ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟର ଗଠନ ହୋଇଥିଲା । ଭାଷା ଭିତ୍ତିରେ ଓଡ଼ିଶା ପ୍ରଥମ ରାଜ୍ୟ, ଯାହାକୁ କି ଏହି ମାନ୍ୟତା ମିଳିଥିଲା । ସେହି ଭାଷାକୁ ଆଗେଇ ନେବା ପାଇଁ ଏବଂ ଭାରତବର୍ଷ ଏପରିକି ସମଗ୍ର ବିଶ୍ୱରେ ଆହୁରି ପ୍ରସାର/ପ୍ରଚାର ଲାଗି ଏହି ବିଶ୍ୱବିଦ୍ୟାଳୟ ସକ୍ଷମ ହେବ । ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଓଡ଼ିଆ ଭାଷାକୁ ଏକ ଶୀର୍ଷସ୍ଥାନକୁ ନେବାରେ ସହାୟକ ହେବ । ଏହି ବିଶ୍ୱବିଦ୍ୟାଳୟକୁ ଏକ ଐତିହାସିକ ନିଷ୍ପତ୍ତିରେ ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଭାରତବର୍ଷର ସ୍ୱାଧୀନତା ପରେ ଏହି ପ୍ରକାରର ଏକ ଅନୁଷ୍ଠାନ  ଗଢ଼ି ଉଠିଛି । ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଆଜି ଏହାର ଶିଳାନ୍ୟାସ ବିଶେଷ ଗୁରୁତ୍ୱ ବହନ କରୁଛି । ସ୍ୱାଧୀନତା ଆନ୍ଦୋଳନରେ ସତ୍ୟବାଦୀ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟର ୩୦ଟି ଜିଲ୍ଲାରୁ ମାଟି ଓ ପାଣି ଅଣାଯାଇ ଓଡ଼ିଆ ଭାଷା ଓ ଆତ୍ମୀୟତାର ଏକ ପ୍ରତୀକ ସ୍ୱରୂପ ବକୁଳବନରେ ସ୍ଥାପନ କରାଯାଇଛି । ବିଶିଷ୍ଟ ଶିକ୍ଷାବିତ୍‍ମାନଙ୍କୁ ନେଇ ଏକ ବୈଷୟିକ କମିଟି ଏହି ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ଗଠନ କରାଯାଇଛି ।

ଅପରପକ୍ଷରେ ବିରୋଧୀମାନଙ୍କର ଅସହିଷ୍ଣୁତା ଏବଂ ଈର୍ଷାଭାବ ସେମାନଙ୍କର ବକ୍ତବ୍ୟରୁ ସ୍ପଷ୍ଟ ବାରି ହୋଇପଡିଛି ବୋଲି ଡ଼ ପାତ୍ର କହିଛନ୍ତି, ଯେଉଁ ପ୍ରକାର ଭାବନାର ସହ ବିଜେପିର ବରିଷ୍ଠ  ନେତା ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ନେଇ ମତ ରଖିଛନ୍ତି, ତାହା ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ । ଏହି ବିଶ୍ୱବିଦ୍ୟାଳୟକୁ ନେଇ ହୀନ ରାଜନୀତି କରିବା ବଦଳରେ ଓଡ଼ିଆ ଭାଷାର ପ୍ରସାର/ପ୍ରଚାର ଦିଗରେ କରାଯାଉଥିବା ପଦକ୍ଷେପକୁ ସ୍ୱାଗତ କରିବାର ଆବଶ୍ୟକତା ରହିଛି । ୯ବର୍ଷ କାଳ ବିଶ୍ୱଭୂଷଣ ବାବୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଜଣେ ବରିଷ୍ଠ  ମନ୍ତ୍ରୀ ଭାବରେ କେଉଁ ଭାଷାରେ କାର୍ଯ୍ୟ କରୁଥିଲେ? ସେତେବେଳେ ଆଜିର ମନ୍ତବ୍ୟ କାହିଁକି ଶୁଣିବାକୁ ମିଳିନଥୁଲା? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଶ୍ୱଭୂଷଣବାବୁଙ୍କ ମତ କେବଳ ରାଜନୈତିକ ଅଭିସନ୍ଧି ରଖି କରାଯାଇଛି ଏବଂ ଏକ ସଜ ମାଛରେ ପୋକ ପକାଇବା ସଦୃଶ୍ୟ । ହୃଦୟ ବଡ଼ କରି ଓଡ଼ିଶାର ଭାଷା ଓ ସଂସ୍କୃତିକୁ ଆଗେଇ ନେଇଯିବା ପାଇଁ ଯେଉଁ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଉଛି, ତାହାକୁ ବିରୋଧୀ ଦଳମାନେ ସ୍ୱାଗତ କରିବା ସହିତ ସମର୍ଥନ କରିବା ପାଇଁ ବିଜୁ ଜନତା ଦଳ ଆହ୍ୱାନ କରୁଛି । ଆଜିର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପ୍ରଦୀପ ମହାରଥୀ, ଅନନ୍ତ ଦାସ, ସାସଂଦ ପିନାକୀ ମିଶ୍ର, ବିଧାୟକ ସଂଜୟ କୁମାର ଦାସବର୍ମା, ସମୀର ଦାଶ, ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault