ହେଡଲାଇନସ୍:

କେତକୀଙ୍କ  ଚଟକଣୀର ବଦଲା ନେଉଛନ୍ତି କି ପୁରୁଷୋତ୍ତମ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

( ଗୁଣପୁର ରୁ ସିଦ୍ଧାର୍ଥ ଦାଶ ):କଂଗ୍ରେସ ପକ୍ଷରୁ ଶ୍ରୀ ପୁରୁଷୋତ୍ତମ ଗମାଙ୍ଗଙ୍କୁ ବିଧାନସଭା ର ପ୍ରାର୍ଥୀ ନିମନ୍ତେ ଚୟନ କମିଟି ସ୍ଥିର କରିଥିବା ବେଳେ ଏହାକୁ ନେଇ ସାଧାରଣ ରେ ବହୁତ କଳ୍ପନା ଜଳ୍ପନା ଚାଲିଛି । କିଛି ଦିନ ତଳେ କରାଯାଇଥିବା ଏକ ଭୋଟିଂ ପୋଲ୍ ଜରିଆରେ ପୁରୁଷୋତ୍ତମ ଗମାଙ୍ଗ ଙ୍କୁ ସ୍ଥାନୀୟ ଅଞ୍ଚଳ ବାସୀ  ବିଧାନସଭା ଅପେକ୍ଷା ଲୋକସଭା ପ୍ରାର୍ଥୀ ଭାବେ ଚାହୁଁ ଥିବା ଏବଂ ନିଜେ ଏଥି ନିମନ୍ତେ ସମ୍ମତ ଥିବା କୁହା ଯାଉଥିବା ସମୟ ରେ କିଛି କଂଗ୍ରେସ ନେତା ବିଜୟ ଗମାଙ୍ଗ ଙ୍କୁ ଏକ ବୈଠକ ରେ କଂଗ୍ରେସ ର ବିଧାନସଭା ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଥିଲେ ।/ ଏହା ପରେ ହଟାତ ପୁରୁଷୋତ୍ତମ ବାବୁଙ୍କ ସାଂସଦ ନିଶା କୋହଳ ହୋଇ ବିଧାନସଭା ରେ ଅଟକି ଥିବା କୁହା ଯାଉଛି । ଡକ୍ଟର ଗିରିଧର ଗମାଙ୍ଗ କଂଗ୍ରେସ ଛାଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶ୍ରୀ ବିଜୟ ଗମାଙ୍ଗ କଂଗ୍ରେସ ରେ ରହିବେକି ନାହିଁ ଏହା ୨ ଛକି ରେ ଅଟକି ଯାଇଥିବା ସମୟ ମଧ୍ୟରେ କିଛି କଂଗ୍ରେସିଆ ସ୍ବର୍ଗତଃ ଭାଗିରଥି ଗମାଙ୍ଗ ଙ୍କ ଝିଅ ଙ୍କୁ ପ୍ରାର୍ଥୀନୀ କରିବାକୁ ଚାହୁଁଥିବା ଏବଂ ଏଥି ପୂର୍ବରୁ ବିଜୟ ଗମାଙ୍ଗ ଙ୍କୁ କଂଗ୍ରେସ ର ପ୍ରାର୍ଥୀ କରାଯାଇଥିବା ବେଳେ ସ୍ବର୍ଗତଃ ଭାଗିରଥି ବାବୁ ସ୍ୱାଧୀନ ପ୍ରାର୍ଥୀ ଭାବେ ରଣାଙ୍ଗନ କୁ ଓହ୍ଲାଇ ବିଜୟୀ ହୋଇଥିବା ହେତୁ ପୁରୁଷୋତ୍ତମ ବାବୁ ବିଧାନସଭା ପ୍ରତି ଆଶାୟୀ ନଥିବା ଜଣାଯାଏ ।

କୁହାଯାଏ ଦାଦା ପୁତୁରା ର ସମ୍ପର୍କ ଥିଲେ ମଧ୍ୟ ରାଜନୈତିକ ଦୃଷ୍ଟି କୋଣରୁ ଏହି ଠାରୁ ଆରମ୍ଭ ହୋଇଥିଲା ଉଭୟ ପରିବାର ରେ ମନ ମାଳିନ୍ୟ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ବିଜୟ ଉତ୍ସଵ ପାଳନ କରିବ ଅବସର ରେ ଗୁଣପୁର ଗ୍ରାମମନ୍ଦିର ନିକଟ ରେ ବିଜେତା ଜିଲ୍ଲା ପରିଷଦ ଅଧକ୍ଷ ଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରିବା ଆଳରେ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା କଂଗ୍ରେସ ନେତ୍ରୀ ତଥା ଶ୍ରୀ ବିଜୟ ଗମାଙ୍ଗ ଙ୍କ ଧର୍ମ ପତ୍ନୀ ଶ୍ରୀମତୀ କେତକୀ ଗମାଙ୍ଗ କୌଣସି ଏକ ବ୍ୟକ୍ତିଗତ କାରଣ ରୁ ଥାପୁଡା ଟାଏ ମାରିଥିବା ଘଟଣା ସେତେବେଳ ର ବହୁଚର୍ଚିତ ଘଟଣା ଥିବା ବେଳେ କୌଣସି ଆକ୍ରୋସ ମନୋଭାବ ପୋଷଣ କରିନଥିବା ପୁରୁଷୋତ୍ତମ ବାବୁ ସୁଯୋଗ ଉଣ୍ଡି ବସିଥିଲେ ଏବଂ କଂଗ୍ରେସ ର ଏକ ନୂଆ ମୁହଁ କୁ ସପକ୍ଷ କରିବା  ସୁନିଶ୍ଚିତ କରିଥିବା ଚର୍ଚିତ ଖବର ଥିଲା । ଗୁଣପୁର ଠାରେ କରାଯାଇଥିବା ସମ୍ବର୍ଦ୍ଧନା ସଭାରେ ବିଜୟ ଗମାଙ୍ଗଙ୍କ ପ୍ରତି କଂଗ୍ରେସିଆଙ୍କ ଭାରି ସମର୍ଥନ କୁ ଆଖି ଆଗରେ ରଖି ଆଗକୁ ବିଜୟ ଗମାଙ୍ଗଙ୍କୁ ପାର୍ଟି ତରଫରୁ ବିଧାନସଭା ପ୍ରାର୍ଥୀ ଭାବେ ଘୋଷଣା କରିବା ପୂର୍ବରୁ ପୁରୁଷୋତ୍ତମ ବାବୁ ମତ ବଦଳାଇ ଥିବା କଂଗ୍ରେସିଆ ଭିତରେ କୁହା କୁହି ହେଉଥିବା ବେଳେ ଆଉ କିଛି କେତକୀଙ୍କ ଥାପୁଡାର ଜବାବ ଟିକଟରେ କାଟିବାରେ ସୁଝିଛନ୍ତି ବୋଲି କହୁଛନ୍ତି ।

ଲୋକସଭା ପ୍ରାର୍ଥୀ ନିମନ୍ତେ ପୁରୁଷୋତ୍ତମ ଙ୍କ ବ୍ୟତୀତ ଅନ୍ୟ କେହି ସେଭଳି ଟାଣୁଆ ପ୍ରାର୍ଥୀ ନଥିଲେ ମଧ୍ୟ ବିଜୟ ବାବୁଙ୍କୁ କାଳେ ବିଧାନସଭା ପ୍ରାର୍ଥୀ ଭାବେ ମନନୟନ କରାଯିବ ବୋଲି ପୁରୁଷୋତ୍ତମ ବାବୁ ଇଚ୍ଛା ବଳାଇଛନ୍ତି ବୋଲି ଚର୍ଚ୍ଚା ଛାଡ଼ୁନି । କାରଣ ତାଙ୍କର ଯଦିଓ ଲୋକସଭା ପାଇଁ ଇଛା ଥିଲା  ହେଲେ ସେ ଭାବିଥିଲେ ବିଜୟଙ୍କୁ ବିଧାନସଭା ନମିଳୁ | ସେ ଭାଗିରଥି ଗମାଙ୍ଗୋଙ୍କ ଝିଅ ଉଷା ଗମାଙ୍ଗଙ୍କୁ ମିଳୁ ବୋଲି ଆଗ୍ରହ ପ୍ରକାଶ କରିଥିଲେ |  ହେଲେ କୁଆଡେ କିଲ୍ଲା ସଭାପତି ଯେତେବେଳେ ବିଜୟଙ୍କ ନାମ ଗୁଣୁପୁର ପାଇଁ ଗୋଟିଏ ସାଧାରଣ ସଭାରେ ଘୋଷଣା କରିଦେଲେ ସେବେଠୁ କୁଆଡେ ପୁରୁଷୋତ୍ତମ ଲୋକସଭା ଲଢ଼ିବା ନିଶା ଛାଡିଦେଲେ | ବିଜୟଂକୁ କୌଣସି ପରିସ୍ଥିତିରେ ଟିକେଟ ନ ଦିଆଇବା ପାଇଁ ସେ ଉଦ୍ୟମ ଆରମ୍ଭ କଲେ | ଯାହାର ଫଳ ସ୍ୱରୂପ ପାଶା ପଲଟିଗଲା | ଯଦି ପିସିସି ସଭାପତି ବଜାରକୁ ଛାଡିଥିବା ୩୬/୪୪ ଜଣିଆ ଥୋପ ସତ ତେବେ ବିଜୟ ଶିଶୁପାଳ ହେଇଯାଇଛନ୍ତି ବୋଲି ଭାବିନେବାକୁ ହେବ | ଆଉ ବିଜୟଙ୍କ ଏଇ ଦୁର୍ଗତି ବା ପୁରୁଷୋତ୍ତମଙ୍କ ଏଭଳି ମତିଗତି ପଛରେ ପୁରୁଷୋତ୍ତମଙ୍କ ଗାଲରେ ବିଜୟଙ୍କ ଧର୍ମପତ୍ନୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା କେତକୀ ଗମାଙ୍ଗ ଦେଇଥିବା ଚଟକଣୀ ଦାୟୀ ବୋଲି ଗୁଣୁପୁରରେ ରାଜନୈତିକ ମହଲରେ ଚର୍ଚା |

    ଯଦି ଏହା ହୁଏ ତେବେ ବିଜୟ ବାବୁ ଆଗକୁ କଂଗ୍ରେସ ଛାଡିବେ କି ? ବର୍ତ୍ତମାନ ପରିସ୍ଥିତିରେ ଗୁଣପୁର ନିର୍ବାଚନ ମଣ୍ଡଳୀର ବିଜେପି ଦଳରେ ଓ ବିଜେଡି ଦଳରେ ଲାଗିରହିଥିବା ଗୋଷ୍ଠି କନ୍ଦଳ ମଧ୍ୟରେ ଉଭୟ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସହ ସୁସମ୍ପର୍କ ରହିଥିବା ବିଜୟ ବାବୁଙ୍କୁ ଏହି ଉଭୟ ଦଳ ନୂଆ ମୁହଁ ଭାବେ ଉପସ୍ଥାପିତ କରିବେକି ? ନା ଆଗକୁ ଆସୁଥିବା ନୂଆ ରାଜନୈତିକ ଦଳ ବିଜୟ ବାବୁ ଙ୍କ ଭଳି ଜଣେ ପୁରୁଖା ନେତା ଙ୍କୁ ପ୍ରାର୍ଥୀ ଭାବେ ନେବେ ନା ଶେଷ ରେ ବିଜୟ ବାବୁ ରାଜନୀତିରେ ଶିଶୁପାଳ ହୋଇ ରହିଯିବେ | 

0
0
0
s2sdefault