ହେଡଲାଇନସ୍:

ରାଜେନ୍ଦ୍ର କଲେଜରେ ଛାତ୍ର ଅଶାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର(Niroj Mishra): ରାଜ୍ୟବ୍ୟାପୀ ଛାତ୍ର ସଂସଦ ନିର୍ବାଚନକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ଦେଖା ଦେଇଥିବା ବେଳେ  ବଲାଙ୍ଗୀର ରାଜେନ୍ଦ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ ସେଥିରୁ ବାଦ ପଡିନି | କଲେଜରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଉତ୍ତ୍ୟକ୍ତ ଛାତ୍ରମାନେ କଲେଜ ଅଧ୍ୟକ୍ଷଙ୍କୁ ଘେରାଉ କରିବା ସହ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିର୍ବାଚନ ନାମାଙ୍କନ ପ୍ରସ୍ତୁତି ତାଲିକାରେ ବ୍ୟାପକ ତ୍ରୁଟି ଓ ଅନିୟମିତତା ଥିବା ଉତ୍ୟକ୍ତ ଛାତ୍ରମାନେ ଅଭିଯୋଗ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରାଯାଇଛି। ତୁରନ୍ତ କଲେଜ ନିର୍ବାଚନକୁ ବନ୍ଦ କରିବାକୁ ଦାବି କରାଯାଇଛି। କଲେଜ ଅଧ୍ୟକ୍ଷ ପ୍ରଫେସର ବିନୟ କୁମାର ଜେନାଙ୍କୁ ଏ ନେଇ ପଚାରିବାରୁ ନିର୍ବାଚନ ନାମାଙ୍କନ ତାଲିକା ପ୍ରସ୍ତୁତିରେ କୌଣସି ତ୍ରୁଟି କିମ୍ବା ଅନିୟମତତା ହୋଇନାହିଁ। ଜାଣି ଶୁଣି କିଛି ଛାତ୍ର କଲେଜରେ ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି। ବଲାଙ୍ଗୀର ସଦର ଏସଡିପିଓ କ୍ଷୀର ସାଗର ନାଏକ ଓ ଟାଉନ ଥାନା ଆଇଆଇସି ଗୋକୁଳା ନନ୍ଦ ସାହୁ ସ୍ଥିତି ଯାଞ୍ଚ କରିବା ପାଇଁ କଲେଜ ପରିସରରେ ପହଂଚି ପରିସ୍ଥିତି ଉପରେ ନଜର ରଖିଛନ୍ତି |

0
0
0
s2sdefault