ହେଡଲାଇନସ୍:

ନୂଆଖାଇ ଭେଟଘାଟ : ନା ନନେଇ ବିରୋଧୀଦଳ ନେତାଙ୍କ ଉପରେ ବର୍ଷିଲେ ଅର୍କେଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର :  ଅବସର ଥିଲା ନୂଆଖାଇ ଭେଟଘାଟ | ଉପସ୍ଥିତ ଥିଲେ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ସଂସଦ ପ୍ରଭାସ ସିଂ, ପୂର୍ବତନ ରାଜ୍ୟସଭା ସଂସଦ ଅନଙ୍ଗ ଉଦୟ ସିଂଦେଓ, ଦିଲ୍ଲୀପ ତିର୍କି, ପୂର୍ବତନ ମନ୍ତ୍ରୀ ବିଧାୟକ ଯୋଗେନ୍ଦ୍ର ବେହେରା, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା ଟୁକୁନି ସାହୁ, ବରିଷ୍ଠ ନେତା ଲଳିତ ନାୟକଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତା | ବହୁ ସଂଖ୍ୟାରେ ଲୋକ ବି ରୁଣ୍ଡ ହୋଇଥିଲେ | ଆଉ ଏ ଅବସର ରାଜନୈତିକ ସଦୁପଯୋଗ କରିବାକୁ ଭୁଲି ନଥିଲେ ସଭାରେ ଉଆସ୍ଥିତ ଥିବା ଯୁବନେତା ଅର୍କେଶ ସିଂଦେଓ | ବିରୋଧୀଦଳ ନେତାଙ୍କ ନାମ ନନେଇ ଖୁବ ବର୍ଷିଥିଲେ ତାଙ୍କ ଭାଷଣରେ ଅର୍କେଶ | 

ଅର୍କେଶ କହିଥିଲେ ଯେ, ପରିବର୍ତ୍ତନ ଓ ବିକାଶ ର ନାରା ନେଇ ଲୋକଙ୍କୁ ମିଛ କହି ଭ୍ରମିତ କରୁଥିବା କଥାକୁହା ନେତା ତଥା ଗୁଣ୍ଡାଗିରି , ଜମି ମାଫିଆ , ଅପରାଧ ଓ ଅପରାଧିଙ୍କୁ ସହଯୋଗ କରୁଥିବା ବାହାସ୍ପୋଟିଆ ନେତାଙ୍କ କବଳରୁ ବଲାଙ୍ଗିରକୁ ରକ୍ଷା କରିବା ପାଇଁ  ବଲାଙ୍ଗିର ବଞ୍ଚାଅ ଅଭିଯାନ ଆରମ୍ଭ କରିବାକୁ ହେଵ | ସାରା ଭାରତରେ ଯେମିତି ଗୋଟିଏ  "ନମ " ଲୋକଙ୍କୁ ଭୁଆଁବୁଲାଇ ଚାଲିଛି ଠିକ୍ ସେମିତି ବଲାଙ୍ଗିରରେ ମଧ୍ୟ ଜଣେ "ନମ" ଲୋକଙ୍କୁ ମିଛ କହି ଭ୍ରମିତ କରୁଛି । ସବୁ ନବୀନ ସରକାରଙ୍କ ବିକାଶମୂଳକ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ କାର୍ଯ୍ୟକ୍ରମକୁ ନିଜେ ବାହାଦୁରି ମାରି ମୁଁ କରୁଛି ବୋଲି କହି ବୁଲୁଛନ୍ତି ଓ ବଲାଙ୍ଗିର ର ଯାହା ସବୁ ଉନ୍ନତି ହେଉଛି ସବୁ ସେ ଓ ଯାହା ହୋଇ ପାରୁନି ସବୁ ଦୋଷ ରାଜପରିବାରକୁ ଦେଇ ଚାଲିଛନ୍ତି ବନ୍ଧୁଗଣ ଜାଣି ରଖନ୍ତୁ ବଲାଙ୍ଗିର ବାଏପାସରେ ଜମି ମୁଲ୍ୟାୟନକୁ ୧୯ ଗୁଣ ବୃଦ୍ଧି କରି ଚଞ୍ଚକତା କରୁଥିବା ବ୍ୟକ୍ତିଙ୍କୁ  ତାଙ୍କର ଛତ୍ରଛାୟା ତଳେ ଆଶ୍ରୟ ଦେଇଛନ୍ତି | କିନ୍ତୁ ଲୋକଙ୍କ ନଜରରେ ଦେଖେଇ ହେବା ପାଇଁ ବାଏପାସକୁ ନେଇ ବଲାଙ୍ଗିର ବନ୍ଦ କରୁଛନ୍ତି । ବଲାଙ୍ଗିରରେ ରାଜ୍ୟସରକାର ଙ୍କ ଦ୍ଵାରା ପ୍ରଦତ୍ତ ରାସ୍ତା ଓ ସେତୁ କାର୍ଯ୍ୟରେକୁ ଫଳକ ମାରି ବାହାଦୁରି ମାରୁଛନ୍ତି ଓ ନିଜର ପରିବାରର ପରିବର୍ତ୍ତନ କରିଚାଲିଛନ୍ତି । ବଲାଙ୍ଗିର ମେଡିକାଲ କଲେଜର ଫଟୋ ମାରି ମୋର ସ୍ବପ୍ନ କହୁଥିବା ନେତା ପ୍ରଥମେ ତାଙ୍କ ବାପାଙ୍କ ନାମରେ ଥିବା ଯୁଧିଷ୍ଠିର କଲେଜ, ଛତାମଖନା ର ଉନ୍ନତି କରାନ୍ତୁ, ତାପରେ ମେଡିକାଲ କଲେଜ ସେ କରିଛନ୍ତି ବୋଲି କହିବେ | ସବୁ ନବୀନ ପଟ୍ଟନାୟକଙ୍କ ସହଯୋଗରେ ହେଉଛି ଓ ପରିବର୍ତ୍ତନ ହେଉଛି ତାଙ୍କ ପରିବାରର । ଯେଉଁ ବ୍ୟକ୍ତି ଯେଉଁ ଦଳ ତଥା  ଯେଉଁ ନିର୍ବାଚନ ମଣ୍ଡଳୀରୁ ଜିତି ବିଗତ ଦିନରେ ମନ୍ତ୍ରୀ ହୋଇ ସାରିଲା ପରେ ସେ ଅଞ୍ଚଳ ଓ ଦଳର ରହିନାହାନ୍ତି ଆଗାମୀ ଦିନରେ ଏହି ଅଞ୍ଚଳର ସହିତ ବା ଦଳର ସହିତ ରହିବେ କି ନାହିଁ ତାହା ଦ୍ବନ୍ଦରେ ବୋଲି କହି ସମାଲୋଚନା କରିବାକୁ  ପଛାଇନଥିଲେ ଅର୍କେଶ |/

ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ପ୍ରଦୀପ ଗୁରୁ, ମୁନିସୀପଲିଟି ଅଧ୍ୟକ୍ଷ ସନ୍ତୋଷିନୀ ବେହେରା, ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଜିଲ୍ଲା ବିଜେଡି ସଭାପତି ଭବାନୀ ହୋତା, ଜିଲ୍ଲା ଯୁବ ବିଜେଡି ସଭାପତି ଲୋଟସ ଷଢଙ୍ଗି, ଜିଲ୍ଲା ପରିଷଦ ସଭ୍ୟ ସୁଶୀଲ ଚାନ୍ଦ, ସତ୍ୟ ଭୋଇ, ଉଦ୍ଧବ ବେହେରା, ଗୁରୁ ରଣା, ଉମା ସିଂଙ୍କ ସମେତ ବହୁ ନେତା ତଥା ବହୁସଂଖ୍ୟାରେ କରମୀ ଆଉ ସାଧାରଣ ଜନତା ଭେଟଘାଟରେ ସାମିଲ ହୋଇଥିଲେ | 

0
0
0
s2sdefault