ହେଡଲାଇନସ୍:

କୃଷି ବୀମା ପ୍ରାପ୍ୟ ଚାଷୀଙ୍କୁ ପ୍ରଦାନ କରିବା ଦାବିରେ ବିଜେପିର ବିକ୍ଷୋଭ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ,(ସୁନୀଲ ବେହେରା ) କୃଷି ବୀମା ପ୍ରାପ୍ୟ ପ୍ରଦାନ କରିବା ଦାବି ନେଇ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦେ୍ଧ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ସ୍ଥାନୀୟ ପୁର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ନଗର ସଭାପତି ଚେୟାରମେନ ବାଗଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା  ହୋଇଥିଲା । ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ବିଜେପି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ମହେନ୍ଦ୍ର ଠାକୁର, ଗୁଡ଼ଭେଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ଦୋରା ପ୍ରମୁଖ କୃଷି ବୀମା ପ୍ରାପ୍ୟ ଚାଷୀଙ୍କୁ ପ୍ରଦାନ କରିବା ଦିଗରେ ରାଜନେତା ଓ ସରକାରୀ କର୍ମଚାରୀ ଚଞ୍ଚଙ୍କତା କରି ଚାଷୀଙ୍କ ଟଙ୍କା ହଡ଼ପ କରିଛନ୍ତି । ଘରେ ବସି ରାଜସ୍ୱ ନିରୀକ୍ଷକ ମାନେ ବୀମା କମ୍ପାନୀ ସହିତ ସଲାସୁତରା କରି ଭୁଲ ତଥ୍ୟ ପ୍ରଦାନ କରି ଚାଷୀଙ୍କୁ ଶୋଷଣ କରିଛନ୍ତି । ଏହା ଖୋଦ ରାଜସ୍ୱ ନିରୀକ୍ଷକ ମାନେ ସ୍ୱୀକାର କରିଥିଲେ ମଧ୍ୟ ରାଜ୍ୟ ସରକାର ଏଦିଗରେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ । ପରେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ସହକାରୀ ଜିଲ୍ଲାପାଳ ଦେବାଶୀଷ ସାମଲଙ୍କୁ ପ୍ରଦାନ କରିଥିଲେ । ସ୍ମାରକ ପତ୍ର ଗ୍ରହଣ କରି ଶ୍ରୀ ସାମଲ ଏହା ତୁରନ୍ତ ରାଜ୍ୟପାଳଙ୍କ ନିକଟରେ ପହଞ୍ଚାଇ ଦିଆଯିବ ବୋଲି ପ୍ରତିଶୃତି ଦେବାରୁ ଆନ୍ଦୋଳନ  ପ୍ରତ୍ୟାହାର ହୋଇଥିଲା । ସ୍ମାରକପତ୍ରରେ ୨୦୧୭-୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନାରେ ଟିଟିଲାଗଡ଼ ବ୍ଲକର କୁରସୁଡ଼, କୁସକେଲା, ସିଲୁଆଁ, ବିନେକେଲା, ସୁର୍ଡା, ଖୋଲାନ. ସିହିଁନୀ, ଘଣ୍ଟବାହାଲୀ ବ୍ଲକର ଶତାଧିକ ଚାଷୀ ନିର୍ଦ୍ଧାରିତ ଫର୍ମ ପୁରଣ କରି ବୀମା ରାଶି ପାଠ କରିଥିଲେ ମଧ୍ୟ ତାଙ୍କ ପ୍ରାପ୍ୟ ପାଇନାହାନ୍ତି । ଏଣୁ ସୁଧ ସହ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବା, ବୀମା କମ୍ପାନୀ ସହ ସଲାସୁତରା କରି ଛଞ୍ଚକତା କରିଥିବା ସରକାରୀ କର୍ମଚାରୀ ଓ ରାଜନେତାଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ କରାଯାଇ ବିହିତ କାର୍ଯାନୁଷ୍ଠାନ  ଗ୍ରହଣ କରିବା, ସଇଁନ୍ତଲା ବ୍ଲକର ଅନ୍ଲାଇନ ବୀମା ପ୍ରିମିୟମ ଦାଖଲ କରିଥିବା ଶତାଧିକ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବା, ଦାବି ଗୁଡ଼ିକ ପ୍ରତି ବିଚାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଉଲ୍ଲେଖ କରାଯାଇଛି ।  ଅନ୍ୟମାନଙ୍କ ମଧ୍ୟରେ ନଗର ଉପସଭାପତି ସଞ୍ଜିବ ବେହେରା, ଜୋନ ୮ର ମଣ୍ଡଳ ସଭାପତି ବିଦୁର ବେହେରା, ଜୋନ ୯ର ପ୍ରଭାରୀ ଗୋବିନ୍ଦ ବିଶି, ଓକିଲ ଆଲୋକ ନାୟକ, ସଇଁନ୍ତଲା ମଣ୍ଡଳ ସଭାପତି ବିଜୟ ପାତ୍ର, ସଞ୍ଜୟ ତ୍ରିପାଠୀ, ରଞ୍ଜିତ ଆଡ଼ଯୁଆଡ, ହୃଷିକେଶ ବେହେରା, ଦିଲୀପ ପାଣିଗ୍ରାହୀ, ନୀଳମଣି ସାହୁ, ଚିନ୍ତାମଣି ସାହୁ, ଅଶୋକ ଭୋଇ, ରାଜୁ ରାଓ, ଦୁର୍ଯେ୍ୟାଧନ ସାହୁ, ଅକ୍ଷୟ ରଣା, ରିଙ୍କୁ ସାହୁ, ନିମାଇ ବେହେରା, ଶାନ୍ତନୁ ପାଢୀ, ମନୋଜ ବିଶି, ଅନ୍ତର୍ଯ୍ୟାମୀ ବଗର୍ତ୍ତୀ, ଇଶ୍ୱର ବାଗ, ରମାକାନ୍ତ ମହାପାତ୍ର, ଫକିର ଥପା,ବିଶ୍ୱଜିତ ଦାଶ, ଭକ୍ତ ମାଝୀ, ଦୁର୍ଯେ୍ୟାଧନ ନାଗ, ଦିଲୀପ ସାହୁ, ରାଜେଶ କୁମାର ଅଗ୍ରୱାଲ, ରଶ୍ମିରଞ୍ଜନ ଖମାରୀଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

0
0
0
s2sdefault